ଭୁବନେଶ୍ୱର - ଖାଇବା ଓ ଶୋଇବା ମଣିଷ ପାଇଁ ନିହାତି ଜରୁରୀ। ଖାଇବାରେ ଯଦି ସମୟ ଭୁଲ୍ ହୁଏ,ତେବେ ଏହା ଶରୀର ଉପରେ ବହୁତ ପ୍ରଭାବ ପକାଇ ଥାଏ। ଏହାସହ ଯଦି ଶୋଇବା ସମୟରେ ଯଦି ଏପଟ ସେପଟ ହୁଏ ତାହେଲେ ଏହା ମଧ୍ୟ ଶରୀର ଉପରେ ମଧ୍ୟ ପ୍ରକାଇ ଥାଏ। ସାଧାରଣତଃ ନିତିଦିନ କାମ ବ୍ୟସ୍ତତା ଭିତରେ ଆମେ ଖାଇବା ଏବଂ ଶୋଇବା ସମୟ ବିଗିଡ଼ି ଯାଏ। ରାତିରେ ପ୍ରାୟତଃ ଆମେ ଖାଇବାର କିଛି ସମୟ ମଧ୍ୟରେ ଶୋଇ ପଡ଼ିଥାଉ। ମାତ୍ର ଅଧିକାଂଶ ଲୋକେ ମୋବାଇଲ୍ ଏବଂ ଟିଭି ଦେଖିବାରେ ଏତେ ବ୍ୟସ୍ତ ଥାଉ କି, ବିଳମ୍ବରେ ଶୋଇ ଥାଉ। ଠିକ୍ ସମୟରେ ଖାଇବା ଦ୍ବାରା କେବଳ ପାଚନ ଠିକ୍ ହୁଏ ତାହା ନୁହେଁ ବରଂ ଗଭୀର ଏବଂ ଶାନ୍ତିପୂର୍ଣ୍ଣ ନିଦ ହୋଇଥାଏ । ମାତ୍ର ଆମେ ଖାଇବାର କେତେ ସମୟ ପରେ ଶୋଇବା ଉଚିତ?ଏହାକୁ ନେଇ କଣ କହୁଛନ୍ତି ଡାକ୍ତର...
ଶୋଇବାର କେତେ ସମୟ ପୂର୍ବରୁ ଖାଇବା ଉଚିତ?
ଡାକ୍ତରଙ୍କ ମତରେ ଭଲ ପାଚନ ଏବଂ ଶାନ୍ତି ନିଦ ପାଇଁ ଶୋଇବାର ଅତି କମରେ ୨ରୁ ୩ ଘଣ୍ଟା ପୂର୍ବରୁ ରାତ୍ରୀ ଭୋଜନ ଖାଇବା ଉଚିତ୍ । ଏତେ ସମୟ ଦେବା ଦ୍ବାରା ଖାଦ୍ୟ ସଠିକ୍ ଭାବେ ହଜମ ହୋଇଥାଏ । ଏସିଡିଟି,ଗ୍ୟାସ୍ କିମ୍ବା ତାତିରେ ଜଳାପୋଡ଼ାର ଆଶଙ୍କା କମ୍ ରହିଥାଏ । ଯଦି ଆପଣ ରାତି ୧୦ରେ ଶୋଇବା ଅଭ୍ୟାସ ରହିଛି ତାହେଲେ ୭ଟା ବେଳୁ ରାତ୍ରି ଭୋଜନ ଖାଇନେବା ଭଲ । ଏହାଦ୍ବାରା ଆପଣଙ୍କୁ ଭଲ ନିଦ ହେବ ।
ଖାଇବା ଏବଂ ଶୋଇବା ମଧ୍ୟରେ ପାର୍ଥକ୍ୟ ରହିବା କାହିଁକି ଜରୁରୀ?
ଖାଇବା ପରେ ଶରୀରକୁ ଖାଦ୍ୟ ହଜମ ପାଇଁ ସମୟ ଆବଶ୍ୟକ ହୋଇଥାଏ । ଯଦି ଆମେ ତୁରନ୍ତ ଶୋଇପଡ଼ୁ ତେବେ ପାଚନ ପ୍ରକ୍ରିୟା ଠିକ୍ ଭାବେ ହେବନାହିଁ । ବିଳମ୍ବିତ ରାତିରେ ଖାଇବା ଦ୍ବାରା ମେଟାବୋଲିଜିମ୍ ଦୀର ହୋଇଥାଏ । ଚର୍ବି ଜମା ହେବା ଆରମ୍ଭ ହୁଏ ଏବଂ ସଜନ ବୃଦ୍ଧି ହେବାର ଆଶଙ୍କା ଥାଏ । ରାତ୍ରି ଖାଇବାରେ ସବୁବେଳେ ସିଝା ପରିବା କିମ୍ବା ହାଲୁକା ରନ୍ଧା ଖାଦ୍ୟ ଖାଆନ୍ତୁ । ସବୁବେଳେ ହଜମ ହେବା ଭଳି ଖାଦ୍ୟ ଖାଆନ୍ତୁ ।