ନୂଆଦିଲ୍ଲୀ,୦୯/୦୨; ଆଜିକାଲି ପ୍ରତିକାମରେ ଆଧାର କାର୍ଡର ଦରକାର ପଡୁଛି । ଯଦି ଅଚାନକ ଆପଣଙ୍କ ଆଧାର କାର୍ଡ ହଜି ଯାଉଛି । ଅତି ଦରକାର ସମୟରେ ମିଳୁନାହିଁ । ଚିନ୍ତା କରିବାର ନାହିଁ । ୨ ମିନିଟରେ ଆପଣଙ୍କୁ ଆଧାର କାର୍ଡ ମିଳିଯିବ । ଡିଜିଲକର ସାହାର୍ଯ୍ୟରେ ମାତ୍ର ୨ ମିନିଟରେ ଆପଣଙ୍କ ଆଧାର କାର୍ଡ ମୋବାଇଲ କିମ୍ବା ଲାପଟପରେ ଡାଉନଲୋଡ କରିପାରିବେ । ଏ ନେଇ ଜନସେବା କେନ୍ଦ୍ରରେ ଲମ୍ବା ଲାଇନ ଲଗାଇବାକୁ ପଡିବ ନାହିଁ କି କିଛି ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ । ଅତି ସହଜରେ ନିଜେ ଆଧାର ଡାଉନଲୋଡ କରିପାରିବେ । ଜାଣନ୍ତୁ କିପରି କରିବେ ଡାଉନଲୋଡ । ପ୍ରଥମେ ଆପଣଙ୍କ ପାଖରେ ଡିଜିଲକର୍  ଆପ୍ କିମ୍ବା ୱେବସା, ଆଧାର ଲିଙ୍କ ଥିବା ଫୋନ୍ ନମ୍ବର, ସ୍ମାର୍ଟ ଫୋନ୍ କିମ୍ବା କମ୍ପ୍ୟୁଟର ସହ ଇଣ୍ଟରନେଟ୍‌ କନେକ୍ସନ ଥିବା ଦରକାର ।

ଏହା ବି ପଢନ୍ତୁ...ପୋଷ୍ଟ ଅଫିସ୍ର ବମ୍ପର ଅଫର୍, ପଇସା ବୁଡ଼ିବନି ମାସକୁ ମିଳିବ ଏତିକି... ଜାଣନ୍ତୁ କେମିତି କରିବେ ?

​​​​​​​

ଷ୍ଟେପ-୧ ସର୍ବପ୍ରଥମେ ନିଜ ମୋବାଇଲରେ DigiLocker ଆପ୍ ଇନଷ୍ଟଲ କରିବେ । ଚାହିଁଲେ ୱେବସାଇଟ୍ digilocker.gov.inର ବି ବ୍ୟବହାର କରିପାରିବେ । ସେହି ମୋବାଇଲ ନମ୍ବର ଯେଉଁଥିରେ ଆଧାର ଲିଙ୍କ ଥିବ । ଓଟିପି ଆସିବା ପରେ ଡାଉନଲୋଡ଼ ଲଗଇନ୍ କରିବେ ।

ଷ୍ଟେପ୍-ଲଗିନ କରିବା ପରେ ''issued Documents” କିମ୍ବା “Get Documents” ବିକଳ୍ପ ଆସିବ । ସେଟାରେ ଆଧାର ବିକଳ୍ପ ଚୟନ କରିବେ । ଏହା ପରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେବେ । ଏହାପରେ ଓଟିପି ଭେରିଫିକେସନ କରିବେ ।

ଷ୍ଟେପ୍-୩ ଭେରିଫିକେସନ ପରେ ଆପଣଙ୍କ ଆଧାର କାର୍ଡ ଡିଜିଲକରେ ସେଭ ହୋଇଯିବ । ଏହିଠାରୁ ଆପଣ ତାର ପିଡିଏଫ ଫର୍ମାଟ ଡାଉନଲୋଡ କରିପାରିବେ ।

ଲାପଟପ୍ କି କମ୍ପ୍ୟୁଟରରେ କିପରି କରିବେ ଡାଉନଲୋଡ୍ ? ଯଦି ଆପଣ ମୋବାଇଲ ନୁହେଁ ଲାପଟପ୍ ବ୍ୟବହାର କରୁଛନ୍ତି ତେବେ ପ୍ରୋସେସ୍ ସମାନ । ୱେବସାଇଟ୍ ଖୋଲିବେ ଲଗଇନ୍ କରିବେ, ଆଧାର ଲିଙ୍କ କରି ପିଡିଏଫ ଡାଉନଲୋଡ କରିବେ ।