ପ୍ରମୂଖ ଖବର
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବିନା ଔଷଧରେ କେମିତି କମିବ କୋଲେଷ୍ଟ୍ରଲ, ଜାଣନ୍ତୁ...

Published By : Anindita Ratha | January 14, 2025 3:06 PM

ବର୍ତ୍ତମାନ ସମୟରେ କୋଲେଷ୍ଟ୍ରଲ ବୃଦ୍ଧି ଏକ ବଡ଼ ସମସ୍ୟା ପାଲଟିଛି । ଜୀବନଶୈଳୀରେ ପରିବର୍ତ୍ତନ ହେବା ସହ ଖାଦ୍ୟ ପାନୀୟରେ ପରିବର୍ତ୍ତନ ଘଟୁଥିବାରୁ ଶରୀରରେ ଖରାପ କୋଲେଷ୍ଟ୍ରଲର ସ୍ତର ବୃଦ୍ଧି ପାଉଛି । ଯୁବବର୍ଗଙ୍କ ଠାରୁ ଆରମ୍ଭ କରି କମ୍‌ ବୟସର ପିଲା ଏହାର ଶିକାର ହେଉଛନ୍ତି ।  ହେଲେ ଆପଣ ଜାଣନ୍ତି କି ବିନା ଔଷଧରେ  ପ୍ରାକୃତିକ ଉପାୟରେ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିହେବ । ଯଦି ଆପଣ ଜୀବନଶୈଳୀ ଓ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ଆଣନ୍ତି ତେବେ କୋଲେଷ୍ଟ୍ରଲ ସମସ୍ୟାରୁ ମୁକ୍ତି ପାଇପାରିବେ। 

ବିଜ୍ଞାନ ପ୍ରମାଣ ଅନୁଯାୟୀ, ଆପଣ ଯେଉଁ ଖାଦ୍ୟ ପାନୀୟ ଗ୍ରହଣ ସେଥିରେ ପରିବର୍ତ୍ତନ ଆସିଲେ କୋଲେଷ୍ଟ୍ରଲର ସ୍ତରକୁ ହ୍ରାସ ହୋଇପାରିବ। ପ୍ରତିଦିନ ବ୍ୟାୟାମ କରିବା ଏବଂ ଧୂମପାନରୁ ଦୂରେଇ ରହିଲେ ଖରାପ କୋଲେଷ୍ଟ୍ରଲ LDL ସ୍ତର ସ୍ୱାଭାବିକ ଭାବେ ହ୍ରାସ ହେବା ସହ ଭଲ କୋଲେଷ୍ଟ୍ରଲ HDL ବୃଦ୍ଧି କରିବାରେ ସାହାଯ୍ୟ କରିବ । ଏଥିସହ ଟ୍ରାଇଗ୍ଲିସାଇଡ୍ ସ୍ତରକୁ ହ୍ରାସ କରିଥାଏ । ସେହିପରି ଯଦି ଆପଣଙ୍କର କୋଲେଷ୍ଟ୍ରଲ ସ୍ତର ବହୁତ ଅଧିକ ରହିଥିବ, ତେବେ ଜୀବନ ଶୈଳୀରେ ପରିବର୍ତ୍ତନ ଖରାପ କୋଲେଷ୍ଟ୍ରଲ ସ୍ତରକୁ କମାଇବା ପାଇଁ ଯଥେଷ୍ଟ ହୋଇନପାରେ । 

ଏହା ବି ପଢନ୍ତୁ- ମୃତ୍ୟୁ ଆଶଙ୍କା କମ୍‌ କରେ କଫି ପିଇବାର ସଠିକ୍‌ ସମୟ, ନୂଆ ଅଧ୍ୟୟନରୁ ଖୁଲାସା

ସେହିପରି ରକ୍ତ ସଞ୍ଚାଳନରେ କୋଲେଷ୍ଟ୍ରଲ ମାତ୍ର  ୨୦ ପ୍ରତିଶତ ଖାଦ୍ୟରୁ ଆସିଥାଏ । ଯକୃତ ଏବଂ ଅନ୍ତନଳୀ ଅବଶିଷ୍ଟାଂଶ କୋଲେଷ୍ଟ୍ରଲ ତିଆରି କରିଥାଏ । ମାଂସ ଏବଂ ଦୁଗ୍ଧ ପରି ପ୍ରାଣୀଜ ଜାତୀୟ ଖାଦ୍ୟରେ କୋଲେଷ୍ଟ୍ରଲ ଅଧିକ ରହିଥାଏ । ଏଥିରେ ଚର୍ବି ଅଂଶ ଅଧିକ ରହିଛି । ଯାହା ଖରାପ କୋଲେଷ୍ଟ୍ରଲକୁ ମନୁଷ୍ୟ ଶରୀରରେ ବୃଦ୍ଧି କରିଥାଏ । ତେଣୁ ଏପରି ଖାଦ୍ୟ କମ୍‌ ଖାଇବା ଆବଶ୍ୟକ । ସେହିପରି  ଶରୀରରେ କୋଲେଷ୍ଟ୍ରଲ କମାଇବା ପାଇଁ ଯେଉଁ ଖାଦ୍ୟରେ ଫ୍ୟାଟ ନାହିଁ ତାହା ଖାଇବା ଜରୁରୀ । ଯେମିତିକି ବନସ୍ପତି ତେଲ, ଆବାକାଡୋ ଏବଂ ମାଛ ପ୍ରଚୁର ମାତ୍ରାରେ ଖାଇବା ଆବଶ୍ୟକ । ଏଥିସହ ଘର ବାଡିରେ ଚାଷ ହେଉଥିବା ପନିପରିବା, ଫଳ ଖାଆନ୍ତୁ ।  ଯଦି ଆପଣ ପ୍ରତିଦିନ ଚିଜବର୍ଗର୍ ଏବଂ ଆଇସ୍କ୍ରିମ୍ ଖାଆନ୍ତି କିନ୍ତୁ ପରେ ଧୀରେ ଧୀରେ ଏହି ଖାଦ୍ୟକୁ ଛାଡି ହେଲଦି ଖାଇବା ଖାଉଛନ୍ତି । ତେବେ ଆପଣଙ୍କର ଖରାପ କୋଲେଷ୍ଟ୍ରଲ ସ୍ତର ହ୍ରାସ ହେବାର ସମ୍ଭାବନା ରହିଛି ।  



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.