ଲଖନପୁର,୨୨/୦୫: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଭିତରୁ ନର କଙ୍କାଳ ଠାବ। ଏନେଇ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବନହରପାଳି ପୁଲିସ।
ସୂଚନା ମୁତାବକ, କଙ୍କାଳଟି ରେଙ୍ଗାଲି ନିକଟସ୍ଥ ଓପିଜିସି ପୁରୁଣା ପାଉଁଶ ପୋଖରୀର ଫିଲଟର ପ୍ଲାଣ୍ଟର ପ୍ରାୟ ତିନି ଶହ ମିଟର ତଳକୁ ହୀରାକୁଦ ଜଳଭଣ୍ଡାର ପାଣି ପାଖରେ ପଡ଼ିଥିବା ଦେଖିବାକୁ ମିଳିଛି । କଙ୍କାଳଟି ବହୁ ଦିନରୁ ସେଠାରେ ପଡ଼ି ରହିଥିବା ଅନୁମାନ କରାଯାଇଛି। ତେବେ କଙ୍କାଳଟିର ପରିଚୟ ଓ କଙ୍କାଳଟି କେଉଁ ପଟରୁ ପାଣିରେ ଭାସିଆସି ଏଠାରେ ପଡ଼ିଛି ନା ତାକୁ କେହି ଆଣି ଏଠାରେ ପକାଇ ଦେଇଛି ତାହା ତଦନ୍ତ ସାକ୍ଷେପ ବୋଲି ସାଧାରଣରେ ପ୍ରକାଶ ପାଇଛି ।