ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୋଲକାତାରେ ପୂର୍ବତନ ଟିଏମସି ବିଧାୟକ ଏବଂ ଜନ ଉନ୍ନୟନ ପାର୍ଟିର ମୁଖ୍ୟ ହୁମାୟୁନ୍ କବୀରଙ୍କୁ ଜୋରଦାର ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ୨୫-୩୦ ଜଣ ଗୁଣ୍ଡା ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଏ ହେଉଛନ୍ତି ସେହି ନେତା ଯିଏ, ସମ୍ପ୍ରତି ମମତା ବାନାର୍ଜୀଙ୍କ ଦଳ ଛାଡି ମୁର୍ଶିଦାବାଦରେ ବାବ୍ରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କବୀରଙ୍କ ଅଭିଯୋଗ ଅନୁଯାୟୀ, ସେ ଶବ-ଏ-ବାରତ ସମୟରେ ଏକ ନିମନ୍ତ୍ରଣରେ ଜଣେ ବନ୍ଧୁଙ୍କ ଘରେ ଯୋଗ ଦେଇଥିଲେ। ସେଠାରୁ ଫେରିବା ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଛି । ଆକ୍ରମଣକାରୀ ମାନେ ତାଙ୍କୁ ଆକ୍ରମଣ ସମୟରେ "ବିଜେପିର ବିଶ୍ୱାସଘାତକ" ବୋଲି କହି ତାଙ୍କ ବିରୁଦ୍ଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ।
ହୁମାୟୁନ୍ କବୀରଙ୍କୁ ୨୫-୩୦ ଜଣ ଲୋକ ଆକ୍ରମଣ କରିଥିଲେ…
ହୁମାୟୁନ୍ କବୀରଙ୍କ ଅନୁସାରେ, ତାଙ୍କ ବନ୍ଧୁଙ୍କ ଘରେ ରାତ୍ରୀଭୋଜନ ଖାଇ ଲୋକଙ୍କୁ ଭେଟିବା ପରେ, ସେ ଅନେକ ଲୋକଙ୍କ ଠାରୁ ଆଶୀର୍ବାଦ ପାଇଥିଲେ। ତା'ପରେ, ୱାର୍ଡ ନମ୍ବର ୭୭ ଏବଂ ୭୮ ମଧ୍ୟରେ ରାସ୍ତାରେ ୨୫-୩୦ ଜଣ ଗୁଣ୍ଡା ତାଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲେ, ଯେଉଁମାନେ ବବି ହାକିମଙ୍କ ସହିତ ଜଡିତ । ସେମାନେ କାର ଉପରେ ଆକ୍ରମଣ କରି "ବିଜେପିର ବିଶ୍ୱାସଘାତକ" ବୋଲି ଚିତ୍କାର କରିଥିଲେ। କିନ୍ତୁ ସେ ଭୟଭୀତ ନୁହଁନ୍ତି। ସେ କାହାକୁ ଭୟ କରନ୍ତି ନାହିଁ ବୋଲି କହିଛନ୍ତି ।
#WATCH | Kolkata, West Bengal: Former TMC MLA and Jan Unnayan Party chief Humayun Kabir says, "... I had gone to a friend's house on invitation during Shab-e-Barat. After having food and meeting people there, I got blessings from a lot of people. On the road between Councillor… pic.twitter.com/agWaVlDO6Q
— ANI (@ANI) February 4, 2026
ଏହା ସହ ପଢନ୍ତୁ : ନେହେରୁ-ଗାନ୍ଧୀ ପରିବାରକୁ ଉପହାସ କଲେ ବିଜେପି ସାଂସଦ, କହିଲେ ମୋ ପାଖରେ ଅଛି ୧୦୦ ବହି, ଯେଉଁଥିରେ ଅଛି ଗାନ୍ଧୀ ପରିବାରର ଗୁମର...