ଝାରସୁଗୁଡୁା,୨୫।୬ : ପୁରୁଷ ବନ୍ଧୁ ସହାୟତାରେ ସ୍ୱାମୀ କୁ ହତ୍ୟା କରି ବିଲରେ ଫିଙ୍ଗି ଦେଲା ସ୍ତ୍ରୀ l ସ୍ୱାମୀ ହତ୍ୟାକାରୀ ସ୍ତ୍ରୀ ଗୀତା ମିର୍ଦ୍ଧା, ସହ ପୁରୁଷ ବନ୍ଧୁ ଟିକିନୁ କିସାନ କୁ ଗିରଫ କରିଛି ପୋଲିସ l ଝାରସୁଗୁଡା ଜିଲ୍ଲା ରେଙ୍ଗାଲିଥାନା ଅନ୍ତର୍ଗତ ସାଗରପାଲି ସାହୁପଡା ଡୁଙ୍ଗୁରିପଡାରେ ଘଟିଛି ଏହିପରି ଏକ ଘଟଣା l ମୃତକ ଜଣକ ଶକ୍ତିଧର ସାହୁ l
ଶକ୍ତିଧର ଓ ଗୀତା ମଧ୍ୟରେ ମଙ୍ଗଳବାର ରାତିରେ ବଚସା ହୋଇଥିଲା l ବଚସା ସମୟରେ ପୁରୁଷ ବନ୍ଧୁ ଟିକିନୁ ମଧ୍ୟ ଉପସ୍ଥିତ ଥିଲା l ଟିକିନୁ ଶକ୍ତିଧରକୁ ଠେଲାପେଲା କରିବାସହ ତଳେ ପକେଇ କାବୁ କରିଥିଲା l ଏହାପରେ ଗୀତା ଏକ ଖଟର କାଠ ପୁହାରେ ଶକ୍ତିଧର ମୁଣ୍ଡରେ ଆକ୍ରମଣ କରିଥିଲେ l ଫଳରେ ଶକ୍ତିଧରଙ୍କ ମୃତ୍ୟୁ ହୋଇଥିଲା l ଏହାପରେ ଶକ୍ତିଧରଙ୍କୁ ସେମାନେ ଏକ ବିଲରେ ଫିଙ୍ଗି ଦେଇଥିଲେ lବିଲରେ ମୃତଦେହ ପଡିଥିବା ଖବର ପାଇ ରେଙ୍ଗାଲି ପୋଲିସ ତଦନ୍ତ ଆରମ୍ଭ କରିବାସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି l
ଶକ୍ତିଧର ଅନୁଗୁଳ ର ମୂଳ ନିବାସୀ ହୋଇଥିବାବେଳେ ଝାରସୁଗୁଡା ଜିଲ୍ଲା ସାହୁପଡାର ଗୀତା ମିର୍ଦ୍ଧାକୁ ବାହା ହୋଇଥିଲେ l ବାହାଘର ପରେ ପ୍ରାୟ ୨୦ ବର୍ଷ ହେବ ସେ ପରିବାରସହ ସାହୁପଡାରେ ରହୁଥିଲେ l ଶକ୍ତିଧର ଡ୍ରାଇଭର ଭାବରେ କାମ କରିବାସହ ଅନେକ ସମୟରେ ଘରୁ ବାହାରେ ରହୁଥିଲେ l ଏହାସହ ସେ ଅନେକ ସମୟରେ ନିଶା କରୁଥିବାରୁ ସ୍ତ୍ରୀ ଗୀତା ସହ ବଚସା ହେଉଥିବା ପୋଲିସ ସୂଚନା ଦେଇଛି l
ଆହୁରି ପଢନ୍ତୁ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ପୁଷ୍କରା, ମାଇଁ ସ୍ଵିଟ ହାଉସ୍ ଓ୍ବାଇଫ, ଆଶ୍ରମ ଶ୍ରେଷ୍ଠ ଫିଲ୍ମ