ଭୁବନେଶ୍ବର, ୨୫।୬ : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୨୦୨୩ ଓ  ୨୦୨୪ ବର୍ଷ ପାଇଁ  ପୁରସ୍କାର ଘୋଷଣା କରିଛନ୍ତି। ୨୦୨୩ ବର୍ଷ ପାଇଁ  ମୋହନ ସୁନ୍ଦରଦେବ ଗୋସ୍ୱାମୀ ସମ୍ମାନ ଅଭିନୋତ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମିଳିଥିବା ବେଳେ ୨୦୨୪ ପାଇଁ ଅଭିନେତ୍ରୀ ନମ୍ରତା ଦାସଙ୍କୁ ମିଳିଛି।

୨୦୨୩  ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର - ‘ପୁଷ୍କରା’, ‘ମାଇଁ ସ୍ଵିଟ ହାଉସ୍ ଓ୍ବାଇଫ ( ଯୁଗ୍ମ)

ଶ୍ରେଷ୍ଠ ନିର୍ଦ୍ଦେଶକ - ପିନାକୀ ସିଂ , ଶିଶିର କୁମାର ସାହୁ

ଶ୍ରେଷ୍ଠ ଅଭିନେତା - ହରିହର ମହାପାତ୍ର, ଭଗିଆ ଭାରିଜା

ଶ୍ରେଷ୍ଠ ଅଭିନେତ୍ରୀ - ନୈନା ଦାସ, ସୁପ୍ରିୟା ନାୟକ

ଶ୍ରେଷ୍ଠ ଖଳ  ଅଭିନେତା-  ଚୌଧୁରୀ ବିକାଶ ଦାସ

ଶ୍ରେଷ୍ଠ ଖଳ ଅଭିନେତ୍ରୀ-ପିଙ୍କି ପ୍ରଧାନ

ଶ୍ରେଷ୍ଠ ହାସ୍ୟ ଅଭିନେତା- ସନ୍ତୋଷ କୁମାର କାଣ୍ଡୀ

ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ –ଆଲିଆ ନନ୍ଦ

୨୦୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 

 ଶ୍ରେଷ୍ଠ ଚଳଚ୍ଚିତ୍ର - ଆଶ୍ରମ

ଶ୍ରେଷ୍ଠ ନିର୍ଦ୍ଦେଶକ - ଅଶୋକ ପତି

ଶ୍ରେଷ୍ଠ ଅଭିନେତା - ବାବୁଶାନ୍

ଶ୍ରେଷ୍ଠ ଅଭିନେତ୍ରୀ - ଦେବଯାନୀ ବେଘୁରିଆ

ଶ୍ରେଷ୍ଠ ଖଳ ଅଭିନେତା- ହର ରଥ

ଶ୍ରେଷ୍ଠ ଖଳ ଅଭିନେତ୍ରୀ-ଉଷସୀ ମିଶ୍ର

ଶ୍ରେଷ୍ଠ ହାସ୍ୟ ଅଭିନେତା -ଜୀବନ ପଣ୍ଡା

ଜୁନ୍ ୨୬ ତାରିଖରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହେବ।ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ସମେତ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତିଭାମାନଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ୨୦୨୩ ପାଇଁ ୩୦ଟି ବର୍ଗ ଏବଂ ୨୦୨୪ ପାଇଁ ୩୦ଟି ବର୍ଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିବା ସହିତ ସଂସ୍କୃତି ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ ସମସ୍ତ ବିଜେତା ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିଶ୍ଚିତ ଭାବରେ ଓଡ଼ିଶାରେ ଓଡ଼ିଆ ଭାଷାରେ ଉନ୍ନତ, ମୂଲ୍ୟବୋଧ ଭିତ୍ତିକ, ସାମାଜିକ ପ୍ରାସଙ୍ଗିକତା ବିଷୟ ବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ନିମନ୍ତେ ପ୍ରୋତ୍ସାହନ ଯୋଗାଇବ। ଏଥିସହ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ଓ ସମୃଦ୍ଧିରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ମନ୍ତ୍ରୀ କହିଛନ୍ତି।

ପ୍ରକାଶଯୋଗ୍ୟ ଯେ, ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବା ଚଳଚ୍ଚିତ୍ର ଜଗତର ବିଶିଷ୍ଟ ନିର୍ଦ୍ଦେଶକ  ପ୍ରଣବ ଦାସଙ୍କ ଅଧ୍ୟକ୍ଷତାରେ ଏକ ଜୁରୀ କମିଟି ଗଠନ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ପ୍ରଣବ ଦାସଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।