ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଲାଇଭ କନସର୍ଟରେ ଗାୟକଙ୍କୁ କିସ୍ କରିବା ମହିଳାଙ୍କୁ ପଡିଲା ମହଙ୍ଗା, ଡ଼ିଭୋର୍ସ ଦେଲେ ସ୍ୱାମୀ

Published By : Anindita Ratha | January 14, 2025 11:41 AM

ନୂଆଦିଲ୍ଲୀ,୧୪/୦୧:  ଜଣେ ମହିଳା ଇନଫ୍ଲୁଏସରଙ୍କୁ କିସ୍ କରିବା ପଡ଼ିଲା ମହଙ୍ଗା । ମହିଳା ଜଣକ ଏକ ଲାଇଭ କନସର୍ଟରେ ଆମେରିକୀୟ ଗାୟକଙ୍କୁ କିସ୍ କରିଥିଲେ । ଯାହାପରେ ତାଙ୍କ ସ୍ବାମୀ ତାଙ୍କୁ ଛାଡପତ୍ର ଦେଇଥିବା କହିଛନ୍ତି ।  ତେବେ ଗତ ଡ଼ିସେମ୍ବର ୨୮ ତାରିଖରେ  ଡୋମିନିକାନ୍ ରିପବ୍ଲିକରେ ବଚାତା ଏବଂ  ଆଭେନ୍‌ଚୁରାର ଲାଇଭ୍ କନସର୍ଟ ସମୟରେ ମରିୟମ୍ କ୍ରୁଜ୍ ମଞ୍ଚ ଉପରକୁ ଆସି ଗାୟକଙ୍କୁ କିସ୍ କରିଥିବା ଏନଏମଇ ରିପୋର୍ଟରୁ ସୂଚନା ମିଳିଛି। 

ତେବେ ମହିଳା ଇନଫ୍ଲୁଏସରଙ୍କ ଟିକ୍‌ଟକ୍‌ରେ ପ୍ରାୟ ୧୪୦,୦୦୦ ଫଲୋର୍ସ ଅଛନ୍ତି ।   ମହିଳା ଜଣଙ୍କ ଡିଲିଟ ହୋଇଥିବା ସୋସିଆଲ ମିଡିଆ ପୋଷ୍ଟରେ କହିଥିଲେ ଯେ, ସାଣ୍ଟୋସଙ୍କୁ ସହ  କିସ୍ ତାଙ୍କ ବିବାହକୁ ଭାଙ୍ଗି ଦେଇଥିବା କହିଛନ୍ତି। ସେ ଏହି ପୋଷ୍ଟରେ କହିଛନ୍ତି ଯେ ' ମୋର ୧୦ ବର୍ଷର ବିବାହର ପୂର୍ଣ୍ଣଚ୍ଛେଦ ପଡି଼ଛି।କ୍ରୁଜ୍  ଆହୁରି ମଧ୍ୟ କହିଛନ୍ତି ଯେ,  ଏହା ମୋ ପରିବାର ଉପରେ କିପରି ପ୍ରଭାବ ପକାଇବ ତାହା ବିଚାର କରନ୍ତୁନି । ତାଙ୍କର ବହୁ ପ୍ରତୀକ୍ଷିତ ସ୍ୱପ୍ନ ପାଇଁ ସେ ଖୁସି ଅଛନ୍ତି ଯାହାକୁ  ଅନେକ ବର୍ଷ ଧରି ସେ ଅପେକ୍ଷା କରିଥିଲେ ।  ସେ ତାଙ୍କ ସ୍ବାମୀଙ୍କ ଏହି ନିଷ୍ପତିକୁ ସମ୍ମାନ ଜଣାଇଥିବା କହିଛନ୍ତି ।କ୍ରୁଜ୍ ସୋସିଆଲ ମିଡି଼ଆ ପୋଷ୍ଟ ସେୟାର କରି ଲେଖିଛନ୍ତି , 'ମୋର ହୃଦୟରୁ ମୁଁ ବହୁତ ଦୁଃଖିତ। ତୁମକୁ ଆଘାତ କରିବା ମୋର ଉଦ୍ଦେଶ୍ୟ କେବେ ନୁହେଁ। ''ମୁଁ କେବଳ ଆଶା କରୁଛି ଯେ, ଯଦିଓ ଆମେ ଅଲଗା, ତଥାପି ଆମ ପିଲାମାନଙ୍କ ସ୍ୱାର୍ଥ ପାଇଁ ଆମେ ଶାନ୍ତି ଏବଂ ଏକତା ବଜାୟ ରଖିପାରିବା।'ତାଙ୍କ ଟିକଟକ୍ ଆକାଉଣ୍ଟରେ କ୍ରୁଜ୍ ପ୍ରାୟତଃ ତାଙ୍କ ସ୍ୱାମୀଙ୍କ ସହିତ  ଭିଡିଓ ପୋଷ୍ଟ କରିଥିଲେ । ସେହପିରି ତାଙ୍କର ଅଧିକାଂଶ ଫଲୋର୍ସ ତାଙ୍କ ବିଭାଜନ ପାଇଁ ସମବେଦନା ଜଣାଇଛନ୍ତି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.