ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବକ୍ସ ଖଟ ଭିତରୁ ମିଳିଲା ସ୍ତ୍ରୀର ମୃତଦେହ, ହତ୍ୟାକାରୀ ସ୍ଵାମୀ ଫେରାର୍

Published By : Rasmita Pradhan | April 21, 2025 3:16 PM

ଭୁବନେଶ୍ଵର, ୨୧/୦୪ : ସ୍ତ୍ରୀକୁ ହତ୍ୟା କରି ବେଡ୍ ବକ୍ସରେ ଭର୍ତ୍ତି କରିଦେଲା ସ୍ଵାମୀ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ହଳଦି ଗାଁରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ସ୍ଵାମୀ ଫେରାର୍ ହୋଇଯାଇଛି। ହତ୍ୟାର କାରଣ ଜଣାପଡ଼ି ନାହିଁ। 

ସୂଚନାନୁଯାୟୀ, ଚନ୍ଦାହାଣ୍ଡି ଥାନା ହଳଦି ଗାଁର ଦୁଷ୍ମନ୍ତ ନାୟକ ତାଙ୍କ ସ୍ତ୍ରୀ ଅନିତା ସୋରିଙ୍କୁ ହତ୍ୟା କରି ବେଡ୍ ବକ୍ସରେ ଭର୍ତ୍ତି କରିଦେଇଥିଲା। ମହିଳାଙ୍କ ପରିବାର ଲୋକେ ସନ୍ଦେହ କରି ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଚନ୍ଦାହାଣ୍ଡି ପୋଲିସ ପହଞ୍ଚି ଘର ତାଲା ଭାଙ୍ଗି ବେଡ୍ ବକ୍ସ ଭିତରେ ମହିଳାଙ୍କ ଶବ ଦେଖିବାକୁ ପାଇଥିଲା। ତେବେ କେଉଁ କାରଣ ପାଇଁ ଦୁଷ୍ମନ୍ତ ସ୍ତ୍ରୀଙ୍କୁ ହତ୍ୟା କରିଛି ତାହା ଜଣାପଡ଼ି ନାହିଁ। ସାଇଣ୍ଟିଫିକ ଟିମ୍ ପହଞ୍ଚିବା ପରେ ମହିଳାଙ୍କ ଶବ ଉଦ୍ଧାର କରାଯିବ ବୋଲି ପୋଲିସ କହିଛି। ସେପଟେ ଅନିତାଙ୍କୁ ହତ୍ୟା କରିବା ପରେ ଦୁଷ୍ମନ୍ତ କେଉଁଆଡ଼େ ଫେରାର୍ ହୋଇଯାଇଛି। 

ଏହି ଖବରଟିକୁ ପଢନ୍ତୁ-ଦିନ ଦ୍ଵିପ୍ରହରରେ ଲଙ୍କା ଗୁଣ୍ଡ ଫିଙ୍ଗି ଡ଼କାୟତି ଉଦ୍ୟମ, ଜଣେ ଗିରଫ ୨ ଫେରାର୍


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.