ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

'ମୁଁ ରାଜ୍ୟସଭା ରେସ୍‌ରେ ଆଦୌ ନାହିଁ, ଏ ଚର୍ଚ୍ଚା କପୋଳକଳ୍ପିତ'...

Published By : Harapriya Sethi | December 6, 2024 11:27 AM

ଭୁବନେଶ୍ୱର,୦୬/୧୨: ରାଜ୍ୟସଭା ପ୍ରାର୍ଥୀ ଚୟନ ନେଇ ନିଷ୍ପତ୍ତି ନେବ ବିଜେପି ପାର୍ଲିଆମେଣ୍ଟାରି ପାର୍ଟି । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିଜର ପ୍ରତିକ୍ରିୟା ରଖିଛନ୍ତି । ଖାଲି ପଡ଼ିଥିବା ରାଜ୍ୟସଭା ସାଂସଦ ଆସନ ପାଇଁ ନିର୍ବାଚନ ହେଉଛି । ହେଲେ ମୁଁ ସେ ରେସ୍‌ରେ ନାହିଁ ବୋଲି ମନମୋହନ ସାମଲ କହିଛନ୍ତି । ମମତା ମହାନ୍ତଙ୍କ ଫର୍ମୁଲାରେ ସୁଜିତ କୁମାରଙ୍କୁ ରାଜ୍ୟସଭା ପଠାଯିବା ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।


ତେବେ ମଙ୍ଗଳବାର ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବର୍ତ୍ତମାନ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି ଏବଂ ଏହା ଡିସେମ୍ୱର ୧୦ ତାରିଖ ଯାଏ ଚାଲିବ । ଏହାର ପରବର୍ତ୍ତୀ ଦିନ ଅର୍ଥାତ ଡିସେମ୍ୱର ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡିଥିବା ୬ଟି ଆସନରେ ଡିସେମ୍ୱର ୨୦ ତାରିଖରେ ହେବ ମତଦାନ । ସେହି ଦିନ ଗଣନା ପରେ ଏହାର ଫଳାଫଳ ପ୍ରକାଶ ପାଇବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.