- ନୋବେଲ ପୁରସ୍କାର ପ୍ରସଙ୍ଗରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ
- କହିଲେ ନୋବେଲ ପାଇଁ କୌଣସି ଚିନ୍ତା ନାହିଁ
- ନରୱେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠି ହୋଇ ଥିଲା ଲିକ୍
ନୂଆଦିଲ୍ଲୀ : ଶାନ୍ତିର ନୋବେଲ ପୁରସ୍କାରକୁ ନେଇ ଅନେକ ଥର ଖୋଲି କରି ନିଜର ଇଚ୍ଛା ବ୍ୟକ୍ତ କରିଥିବା ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ଏବେ ୟୁଟର୍ନ ନେଇଛନ୍ତି। ସେ କହିଛନ୍ତି ଯେ, ନୋବେଲ ପୁରସ୍କାରର ତାଙ୍କୁ କୌଣସି ଚିନ୍ତା ନାହିଁ। କହି ରଖୁଛୁ କି , ଗୋଟିଏ ଦିନ ପୂର୍ବରୁ ହିଁ ତାଙ୍କର ନରୱେର ପ୍ରଧାନମନ୍ତ୍ରୀଙ୍କୁ ଲେଖା ଯାଇ ଥିବା ଚିଠି ଲିକ୍ ହୋଇ ଯାଇ ଥିଲା। ସେ କହିଥିଲେ ଯେ, ଦୁନିଆରେ ଶାନ୍ତିର ଚିନ୍ତା କରିବାର ତାଙ୍କର କୌଣସି ଆବଶ୍ୟକତା ନାହିଁ ,କାରଣ ତାଙ୍କୁ କୌଣସି ଶାନ୍ତିର ନୋବେଲ ପୁରସ୍କାର ତ ଦିଆଯାଇ ନାହିଁ।
ଏବେ ଫ୍ଲାରିଡାରେ ସାମ୍ୱାଦିକଙ୍କ ସହ କଥା ହୋଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ତାଙ୍କୁ ନୋବେଲ ପୁରସ୍କାରର କୌଣସି ଚିନ୍ତା ହିଁ ନାହିଁ। ସେ କହିଛନ୍ତି ଯେ, ଯଦି କିଏ ଭାବେ ଯେ, ନରୱେ ନୋବେଲ ପୁରସ୍କାରକୁ କଣ୍ଟ୍ରୋଲ କରୁ ନାହିଁ ତ ଏହା କେବଳ ମଜାଳିଆ କଥା। ସେ କହିଛନ୍ତି ଯେ, ମୋତେ ତ କେବଳ ଜୀବନ ବଞ୍ଚାଇବାର ଚିନ୍ତା। ମୁଁ କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇଛି । ଟ୍ରମ୍ପ ଅନେକ ଥର କହିଛନ୍ତି ଯେ, ଅନେକ ଦେଶ ମଧ୍ୟରେ ୮ ଟି ଯୁଦ୍ଧ ରୋକିବା ପରେ ନୋବେଲ ପୁରସ୍କାର ପାଇବାକୁ ସେ ଯୋଗ୍ୟ ଦାବିଦାର।
ଏହାସହ ମଧ୍ୟ ପଢନ୍ତୁ : ମୋତେ ନୋବେଲ୍ ଦେଲନି , ଏବେ ଶାନ୍ତିର ଦାୟିତ୍ୱ ମୋର ନୁହେଁ ; ନରୱେ ପିଏମଙ୍କୁ ଟ୍ରମ୍ପଙ୍କ ଚିଠି ହୋଇଗଲା ଲିକ୍
ନରୱେର ପ୍ରଧାନମନ୍ତ୍ରୀ ଜୋନସ ଗାହର ଷ୍ଟୋରେ କହିଛନ୍ତି ଯେ, ନୋବେଲ ପୁରସ୍କାର ସରକାର ଦିଅନ୍ତି ନାହିଁ , ବରଂ ଏଥିପାଇଁ ଏକ ସ୍ୱତନ୍ତ୍ର ନୋବେଲ କମିଟି ଅଛି। ସରକାର ଏହାର କୌଣସି ନିଷ୍ପତ୍ତିରେ ହସ୍ତକ୍ଷେପ କରନ୍ତି ନାହିଁ। ଟ୍ରମ୍ପ ନରୱେର ପ୍ରଧାନମନ୍ତ୍ରୀଙ୍କୁ ବ୍ୟକ୍ତିଗତ ବାର୍ତ୍ତା ପଠାଇ ନିଜର ଅସନ୍ତୁଷ୍ଟତା ବ୍ୟକ୍ତ କରିଥିଲେ। ନରୱେର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଟ୍ରମ୍ପଙ୍କ ବାର୍ତ୍ତା ତାଙ୍କର ଟାରିଫ୍କୁ ନେଇ ଅଭିଯୋଗ ପୂର୍ଣ୍ଣ ମେସେଜ୍ ପରେ ଆସିଛି। ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡର ନିଷ୍ପତ୍ତିର ବିରୋଧ କରୁଥିବା ଦେଶ ଉପରେ ଅତିରିକ୍ତ ଟାରିଫ୍ ଲଗାଇବାର ଧମକ ଦେଇଥିଲେ। ଏହାପରେ ଫିନଲ୍ୟାଣ୍ଡ ଓ ନରୱେର ସରକାରଙ୍କ ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିଯୋଗ ପତ୍ର ପଠାଯାଇ ଥିଲା।