ନୂଆଦିଲ୍ଲୀ, ୧୮।୭: ଆଜିର ଡିଜିଟାଲ୍ ଯୁଗରେ ଆମେ ସମସ୍ତେ ନିଜର ବ୍ୟକ୍ତିଗତ ଏବଂ ବ୍ୟବସାୟିକ କାମ ପାଇଁ Gmail ବ୍ୟବହାର କରୁଛୁ । କିନ୍ତୁ କଣ ଆପଣ ଜାଣନ୍ତି, ଯେଉଁ ଏଆଇ ଆପଣଙ୍କ କାମକୁ ସହଜ କରୁଛି, ସେହି ଏଆଇ ହିଁ ଆପଣଙ୍କ ଜିମେଲ୍ ପାଇଁ ବିପଦ ସାଜିପାରେ ! ରିପୋର୍ଟ ଅନୁଯାୟୀ, ଗୁଗଲ୍ର ଏଆଇ ଆସିଷ୍ଟାଣ୍ଟ ଆପଣଙ୍କ ଇମେଲ୍, ଆଟାଚ୍ମେଣ୍ଟ ଏବଂ ଅତ୍ୟନ୍ତ ବ୍ୟକ୍ତିଗତ ମେସେଜ୍ଗୁଡ଼ିକୁ କ୍ରମାଗତ ଭାବରେ ସ୍କାନ କରୁଛି । ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ମାତ୍ର ୭ଟି ସହଜ ଷ୍ଟେପ୍ସ ମାଧ୍ୟମରେ ଆପଣ ଏହି ସେଟିଂକୁ ବନ୍ଦ କରିପାରିବେ ।
କେମିତି AI ପଢ଼ୁଛି ଆପଣଙ୍କ ଇମେଲ୍ ?
'ସାଇବର ଦୋସ୍ତ' ର ସୂଚନା ଅନୁଯାୟୀ, Gmail ର 'ସ୍ମାର୍ଟ ଫିଚର୍ସ' ନାଁରେ ଏଆଇ ଆପଣଙ୍କ ବ୍ୟକ୍ତିଗତ ଡାଟାକୁ ପଢ଼ିଥାଏ । ଯଦି ଆପଣ ନିଜ Gmailକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, ତେବେ ତୁରନ୍ତ ଏହି ସେଟିଂସ ବଦଳାନ୍ତୁ ।
ଫଲୋ କରନ୍ତୁ ଏହି ୭ଟି ଷ୍ଟେପ୍ସ:
ଷ୍ଟେପ୍ ୧: ପ୍ରଥମେ ଆପଣଙ୍କ କମ୍ପ୍ୟୁଟର କିମ୍ବା ଡେସ୍କଟପ୍ରେ Gmail ଓପନ କରନ୍ତୁ ।
ଷ୍ଟେପ୍ ୨: ଡାହାଣ ପଟେ ଥିବା ସେଟିଙ୍ଗ୍ସ ଉପରେ କ୍ଲିକ୍ କରନ୍ତୁ ।
ଷ୍ଟେପ୍ ୩: ଏବେ ଆପଣଙ୍କୁ "See all settings" ର ବିକଳ୍ପ ଦେଖାଯିବ, ସେଥିରେ କ୍ଲିକ୍ କରନ୍ତୁ ।
ଷ୍ଟେପ୍ ୪: ଏଠାରେ General ଟ୍ୟାବ୍ରେ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ 'Smart Features and Personalization' ର ଚେକବକ୍ସକୁ ଅନ-ଟିକ୍ କରିଦିଅନ୍ତୁ । ଏହାପରେ ଏକ ପପ୍-ଅପ୍ ଆସିବ, ସେଠାରେ ଏହାକୁ ଟର୍ଣ୍ଣ ଅଫ୍ କରନ୍ତୁ ।
ଷ୍ଟେପ୍ ୫: ସେହି ପେଜ୍ରେ ଟିକେ ତଳକୁ ଗଲେ ଆପଣଙ୍କୁ 'Google Workspace smart features' ର ଏକ ସେକ୍ସନ ମିଳିବ ।
ଷ୍ଟେପ୍ ୬: ଏଠାରେ 'Manage Workspace smart features settings' ଉପରେ କ୍ଲିକ୍ କରି ସେଠାରେ ଥିବା ଉଭୟ ବକ୍ସକୁ ଅନ-ଟିକ୍ କରନ୍ତୁ ।
ଷ୍ଟେପ୍ ୭: ଶେଷରେ ସେଟିଙ୍ଗ୍ସକୁ Save କରିଦିଅନ୍ତୁ ।
ଡେସ୍କଟପ୍ର ଏହି ସେଟିଙ୍ଗ୍ସ ଆପଣଙ୍କ ମୋବାଇଲ୍ ଆପ୍ ସହିତ ସବୁବେଳେ ଅଟୋ-ସିଙ୍କ ହୋଇନଥାଏ । ତେଣୁ ନିଜ ସ୍ମାର୍ଟଫୋନ୍ର Gmai ଆପ୍କୁ ଯାଇ ମଧ୍ୟ ଏହି ସେଟିଙ୍ଗ୍ସକୁ ମାନୁଆଲି ଚେକ୍ କରି ଅଫ୍ କରନ୍ତୁ । ଏହା ସହିତ, ଯେତେବେଳେ ବି Gmai ଆପ୍ ଅପଡେଟ୍ ହୁଏ, ଅନେକ ସମୟରେ ଏହି ସେଟିଙ୍ଗ୍ସ ପୁଣିଥରେ ପୂର୍ବପରି ରିସେଟ୍ ହୋଇଯାଏ । ତେଣୁ ପ୍ରତ୍ୟେକ ବଡ଼ ଅପଡେଟ୍ ପରେ ନିଜ ସେଟିଙ୍ଗ୍ସକୁ ଆଉଥରେ ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ ।