ମୁମ୍ବାଇ,୧୨/୦୪; କିମ୍ବଦନ୍ତୀ କଣ୍ଠଶିଳ୍ପୀ ଆଶା ଭୋସଲେ ଆଉ ନାହାନ୍ତି । ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଶା । ମେଲୋଡି କ୍ୱିନ୍ ଆଶା ଭୋସଲେଙ୍କ ବ୍ୟକ୍ତିଗତ ଜୀବନ ଯନ୍ତ୍ରଣାଭରା ଥିଲା । ଦୁଇ ଥର ବିବାହ କରିଥିଲେ ଆଶା ଭୋସଲେ । ୧୬ ବର୍ଷ ବୟସରେ ୩୧ ବର୍ଷୀୟ ଗଣପତରାଓଙ୍କୁ ବିବାହ କରିଥିଲେ । ଆଶାଙ୍କ ପ୍ରଥମ ବିବାହ କିଛି ଠିକଠାକ ଚାଲି ନଥିଲା । ବ୍ୟକ୍ତିଗତ ଜୀବନରେ ସେ ସାମ୍ନା କରିଥିବା ଏକ ଚ୍ୟାଲେଞ୍ଜର ଖୁଲାସା କରିଥିଲେ । ବିଶେଷ କରି ତାଙ୍କ ପ୍ରଥମ ବିବାହକୁ ନେଇ ଏକ ବଡ କଥା କହିଥିଲେ ।

୧୬ ବର୍ଷ ବୟସରେ ୩୧ ବର୍ଷୀୟ ଗଣପତରାଓଙ୍କୁ ବିବାହ କରିଥିଲେ ଆଶା । ଏକ ସାକ୍ଷାତକାରରେ ପରିବାର ଇଚ୍ଛା ବିରୋଧରେ ଯାଇ କରିଥିବା ବିବାହକୁ ନେଇ ଆଶା କହିଥିଲେ, ମୁଁ ବହୁତ କମ ବୟସରେ ବିବାହ କରିଥିଲି । ଏହାକୁ ପ୍ରେମ ବିବାହ କହି ସେ ସେୟାର କରିଥିଲେ ଯେ, ଏହି ନିଷ୍ପତ୍ତି କିପରି ତାଙ୍କୁ ତାଙ୍କ ପରିବାରଠୁ ଅଲଗା କରିଥିଲା । ପ୍ରଥମ ବିବାହର ଯନ୍ତ୍ରଣା ବିସୟରେ କହି ଆଶା କହିଛନ୍ତି, ଏହା ପ୍ରେମ ବିବାହ ଥିଲା ଏବଂ ଲାତା ଦିଦି ମୋ ସହ ଅନେକ ଦିନ ଧରି କଥା ହୋଇନଥିଲେ । ସେ ଏହି ସମ୍ପର୍କକୁ ନାପସନ୍ଦ କରିଥିଲେ । ଏହି ସମୟରେ ତାଙ୍କ ଭଉଣୀ ଲତା ମଙ୍ଗେସକରଙ୍କ ସହିତ ତାଙ୍କ ସମ୍ପର୍କ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ଏପରିକି ଶାଶୁ ଘର ବହୁତ ରକ୍ଷଣଶୀଳ ଥିଲା। ସେମାନେ ଜଣେ ଗାୟିକାଙ୍କୁ ବୋହୂ ରୂପରେ ଗ୍ରହଣ କରିବାକୁ ଚାହୁଁନଥିଲେ । ବିବାହ ପରେ ଲତାଙ୍କ ଠାରୁ ସଂପର୍କ ଛିନ୍ନ କରିବା ଏବଂ ଦୂରେଇ ରହିବାକୁ ଆଶାଙ୍କ ଉପରେ ଶାଶୁଘର ଚାପ ପକାଉଥିଲେ। ଏପରିକି ସେ ତୃତୀୟ ସନ୍ତାନକୁ ଗର୍ଭରେ ଧରିଥିଲା ବେଳେ ଘର ଛାଡ଼ିବାକୁ ମଧ୍ୟ ବାଧ୍ୟ କରିଥିଲେ।

 ଆଶା ଭୋସଲେ କହିଥିଲେ, ତାଙ୍କ ସ୍ୱାମୀ ତାଙ୍କୁ ତାଙ୍କ ପରିବାର ସହିତ ସହିତ ସମ୍ପର୍କ ରଖିବାକୁ ବାରଣ କରିଥିଲେ । ତାଙ୍କ ଦ୍ୱିତୀୟ ପୁଅ ହେମନ୍ତ ଜନ୍ମ ପରେ ପରିସ୍ଥିତିରେ ସ୍ଥିର ହେବା ପରି ଲାଗୁଥିଲା ହେଲେ କିଛି ସେମିତି ହୋଇନଥିଲା । ବୈବାହିକ ଜୀବନର ନିର୍ଯାତନା ସହିଥିଲେ ଆଶା । ଶେଷରେ ତାଙ୍କର ତୃତୀୟ ସନ୍ତାନ ଗର୍ଭବତୀ ଥିବା ସମୟରେ ତାଙ୍କୁ ଘର ଛାଡିବାକୁ ପଡିଥିଲା । ସେହି ସମୟକୁ ମନେ ପକାଇ ଆଶା କହିଛନ୍ତି, ମୋତେ ନିର୍ଯାତନା ଦିଆଯାଇଥିଲା । ଦୁର୍ବ୍ୟବହାର ହୋଇଥିଲା । ମୁଁ ମୋର ସାନ ପୁଅ ଆନନ୍ଦକୁ ଅପେକ୍ଷା କରିଥିଲି ସେବେ ମୋତେ ଘର ଛାଡି ଚାଲିଯିବାକୁ କୁହାଯାଇଥିଲା ।ମୁଁ ମୋ ମାଆ, ଉଭଣୀ ଏବଂ ଭାଇଙ୍କ ପାଖକୁ ଫେରିଥିଲି । ମୁଁ କାହାକୁ ଦୋଷ ଦିଏ ନାହିଁ ଏବଂ ମୋର କୌଣସି ଖରାପ ଇଚ୍ଛା ନାହିଁ । ମୁଁ ଭାବୁଛି ଯେ ଯଦି ମୁଁ ତାଙ୍କୁ ଭେଟିନଥାନ୍ତି ହୁଏତ ମୋର ଏପରି ସୁନ୍ଦର ୩ ଜଣ ସନ୍ତାନ ନଥାନ୍ତେ ।

ଏହା ବି ପଢନ୍ତୁ...​​​​​​​୧୦ ବର୍ଷ ବୟସରେ ପ୍ରଥମ ଗୀତ, ୧୬ରେ ବିବାହ: ପୁଅ-ଝିଅଙ୍କୁ ହରାଇ ହାରି ନଥିଲେ ଆଶା

ଏହା ବି ପଢନ୍ତୁ...ଦୁଇ ଭଉଣୀ, ସମାନ ବୟସ...୯୨ ବର୍ଷରେ ଲତା ମଙ୍ଗେସକର ଆଉ ଏବେ ଆରପାରିରେ ଆଶା ଭୋସଲେ  ​​​​​​​

ଆରଡି ବର୍ମନଙ୍କୁ କରିଥିଲେ ଦ୍ୱିତୀୟ ବିବାହ- ପ୍ରଥମ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଆଶା ସଙ୍ଗୀତକାର ଆରଡି ବର୍ମନଙ୍କୁ ୧୯୮୦ରେ ଦ୍ୱିତୀୟ ବିବାହ କରିଥିଲେ । ଏହା ଦୁହିଁଙ୍କର ଦ୍ୱିତୀୟ ବିବାହ ଥିଲା । ଏକ ରିପୋର୍ଟରୁ ଜଣାପଡିଥିଲା କି, ଆରଡି ବର୍ମନ ତାଙ୍କୁ ବିବାହ କରିବାକୁ ରାଜି ହେବା ପୂର୍ବରୁ ତାଙ୍କୁ ବାରମ୍ବାର ପିଛା କରୁଥିଲେ । ବର୍ମନଙ୍କ ଜୀବନଶୈଳୀ ସହ ବିଭିନ୍ନ ପାର୍ଥକ୍ୟ ଯୋଗୁଁ ଦମ୍ପତି ଶେଷ ଭାଗରେ ଅଲଗା ରହୁଥିଲେ । ୧୯୯୪ ଯାଏ ସେମାନେ କିନ୍ତୁ ପରସ୍ପରକୁ ସମ୍ମାନ ଦେଇଥିଲେ ।