ନୂଆଦିଲ୍ଲୀ,୧୨/୦୪; କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ଦୁନିଆକୁ ଅଲବିଦା କହିଛନ୍ତି । ସବୁ ଦିନ ପାଇଁ ନୀରବି ଯାଇଛି ଭଏସ୍ ଅଫ୍ ବଲିଉଡ୍ । ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଶା । ୯୨ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଆଶା ଭୋସଲେ । କି ଅଜବ ସଂଯୋଗ ଦେଖୁନାହାନ୍ତି । ଦୁଇ ଭଉଣୀ ଲତା ମଙ୍ଗେସକର ଏବଂ ଆଶା ଭୋସଲେ । ବଲିଉଡ଼ ଜଗତର ସଙ୍ଗୀତ କ୍ୱିନ୍ । ସମାନ ବୟସରେ ଅର୍ଥାତ ୯୨ ବର୍ଷରେ ଲତା ମଙ୍ଗେସକରଙ୍କର ଦେହାନ୍ତ ହୋଇଥିଲା ଆଉ ଆଜି ସେହି ୯୨ ବର୍ଷ ବସରେ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି ଆଶା ଭୋସଲେ ।
ଅତ୍ୟଧିକ ଥକ୍କାପଣ ଏବଂ ଛାତିରେ ସଂକ୍ରମଣ କାରଣରୁ ଗତକାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସମୟ ପ୍ରାୟ ଅପରାହ୍ନ ୧ଟାରେ ଖବର ଆସିଲା କି ଆଶା ଭୋସଲେ ଆଉ ନାହାନ୍ତି । ୧୯୩୩ ସେପ୍ଟେମ୍ବର ୮ରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମିତ ଆଶା ଭୋସଲେ ଭାରତୀୟ ସିନେମା ଜଗତର ଖ୍ୟାତନାମା ଗାୟିକାଙ୍କ ମଧ୍ୟରୁ ଅନ୍ୟତମ । ସେ ପ୍ରସିଦ୍ଧ ଥିଏଟର କଳାକାରଶାସ୍ତ୍ରୀୟ ସଙ୍ଗୀତ ଗାୟକ ଦୀନାନାଥ ମଙ୍ଗେସକରଙ୍କ ଝିଅ ଏବଂ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସାନ ଭଉଣୀ । ଦୀର୍ଘ ୭ ଦଶନ୍ଧିର କ୍ୟାରିୟର ମଧ୍ୟରେ ୧୪ରୁ ଅଧିକ ଭାରତୀୟ ଭାଷାରେ ସେ ୧୨ ହଜାରରୁ ଅଧିକ ଗୀତ ଗାଇଛନ୍ତି । ସଙ୍ଗୀତ କ୍ଷେତ୍ରକୁ ଅବଦାନ ଲାଗି ଏହି କିମ୍ବଦନ୍ତୀ ଗାୟିକାଙ୍କୁ ଅନେକ ପୁରସ୍କାର ଏବଂ ସମ୍ମାନ ମିଳିଛି । ୧୯୯୭ ମସିହାରେ ଗ୍ରାମୀ ପୁରସ୍କାର ଲାଗି ନୋମିନେଟ୍ ହେବାରେ ସେ ପ୍ରଥମ ଭାରତୀୟ ଗାୟିକା । ୨୦୦୦ ମସିହାରେ ତାଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ଏବଂ ୨୦୦୮ରେ ପଦ୍ମ ବିଭୂଷଣ ସମ୍ମାନ ମିଳିଥିଲା । ଏହାଛଡ଼ା ‘ଉମରାଓ ଜାନ୍’ ଏବଂ ‘ଇଜାଜତ୍’ ଫିଲ୍ମ ଲାଗି ସେ ଦୁଇଥର ଜାତୀୟ ଫିଲ୍ମ ପୁରସ୍କାର ପାଇଛନ୍ତି । ଆଶାଙ୍କ ଉଭଣୀ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ବି ୯୨ ବର୍ଷ ବୟସେ ଆଖି ବୁଜିଥିଲେ । ୨୦୨୨ ମସିହା ଫେବୃଆରୀ ୬ ତାରିଖରେ ସମାନ ହସ୍ପିଟାଲରେ ଆଖି ବୁଜିଥିଲେ ।
ଏହା ବି ପଢନ୍ତୁ...ନୀରବି ଗଲା ଭଏସ୍ ଅଫ୍ ବଲିଉଡ୍...୯୨ ବର୍ଷ ବୟସରେ ଆଖି ବୁଜିଲେ ଆଶା ଭୋସଲେ
ଦୁଇ ଭଉଣୀ ଯାହାଙ୍କ ସ୍ୱରରେ ବଲିଉଡ ଝୁମେ । ଶ୍ରୋତାଙ୍କୁ ଅନେକ ସୁପରହିଟ୍ ସଙ୍ଗୀତ ଭେଟି ଦେଇଥିବା ଆଶା ଭୋସଲେ ଏବଂ ଲତା ମଙ୍ଗେସକର ସମାନ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି । ଦୁଇ ଉଭଣୀ ସମାନ ବୟସରେ ଦୁନିଆରୁ ବିଦାୟ ନେବାକୁ ଅଜବ ସଂଯୋଗ ବୋଲି କହୁଯାଉଛି ।