ନୂଆଦିଲ୍ଲୀ,୨୮/୦୨; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଜାରି ସଂଘର୍ଷରେ ହସ୍ତକ୍ଷେପ କରିବା କଥା କହିଛନ୍ତି । ସେ ପାକିସ୍ତାନ ସହ ମଜଭୂତ ସମ୍ପର୍କ ଉଲ୍ଲେଖ୍ୟ କରି କହିଛନ୍ତ ପାକିସ୍ତାନ ଏବେ ଭଲ କାମ କରୁଛି । ଇସଲାମବାଦ ନେତାଙ୍କୁ ଟ୍ରମ୍ପ ପ୍ରଶଂସା କରି ଏହି ମାମଲାରେ ସକ୍ରିୟ ଭୂମିକା ତୁଲାଇବେ ବୋଲି କହିଛନ୍ତି । ଆଫଗାନିସ୍ତାନ ସହ ଯୁଦ୍ଧ ପରି ସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ପାକିସ୍ତାନର ତାରିଫ୍ କରିଛନ୍ତି । ସେ କହିଛନ୍ତି ପାକିସ୍ତାନ ପାଖରେ ଆତ୍ମରକ୍ଷା କରିବାର ଅଧିକାର ରହିଛି । ସେ ଆଫଗାନିସ୍ତାନ ହମଲାରେ ପାକିସ୍ତାନୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ପାକିସ୍ତାନକୁ ତାର ରକ୍ଷ କରିବାର ପୁରା ଅଧିକାର ଅଛି । ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି କି, ପାକିସ୍ତାନ ସହିତ ସମ୍ପର୍କ ବହୁତ ଭଲ ଅଛି ।
ଦଖଲ ଦେବେ କି ଡୋନାଲ୍ଡ ଟ୍ରମ୍ପ ? ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାରେ ହସ୍ତକ୍ଷେପ କରିବା ବିଷୟରେ ପଚରାଯିବାରୁ ଟ୍ରମ୍ପ କହିଥିଲେ, ''ମୁଁ ହସ୍ତକ୍ଷେପ କରିବାକୁ ଚାହୁଁଛି, କିନ୍ତୁ ମୋର ପାକିସ୍ତାନ ସହିତ ବହୁତ ଭଲ ସମ୍ପର୍କ ଅଛି । ସେମାନଙ୍କର ଜଣେ ମହାନ ପ୍ରଧାନମନ୍ତ୍ରୀ ଅଛନ୍ତି । ସେମାନେ ଭଲ । ମୁଁ ଦୁଇ ଜଣ ନେତାଙ୍କୁ ବହୁତ ସମ୍ମାନ କରେ । ସେ ହେଉଛନ୍ତି ଶେହୱାଜ ସରିଫ ଏବଂ ଆସିମ ମୁନିର । ପାକିସ୍ତା ଭଲ କରୁଛି । ଆମେ ସ୍ଥିତି ଉପରେ ନଜର ରଖିଛୁ । ତାଲିବାନ ବିରୋଧରେ ଆତ୍ମରକ୍ଷା କରିବାର ଅଧିକାର ପାକିସ୍ତାନ ପାଖରେ ଅଛି ।''
ରୁଷ୍ ଏବଂ ଚୀନର ମଧ୍ୟସ୍ଥତା ପ୍ରସ୍ତାବ- ପାକିସ୍ତାନୀ ସେନା ଆଫଗାନିସ୍ତାନର ପାକଟିକା ପ୍ରଦେଶର ଏକ ମଦ୍ରାସା ଏବଂ ନାଙ୍ଗରହାର ପ୍ରଦେଶ ବିହସୁଦ ଜିଲ୍ଲାରେ ଏକ ଆବାସିକ ଘରକୁ ଟାର୍ଗେଟ କରିଥିଲା । ବିହସୁଦ ଆକ୍ରମଣରେ ମହିଳା ଏହଂ ଶିଶୁ ସମେତ ୧୭ ଜଣ ପରିବାର ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା ଏବଂ ଆନେକ ଆହତ ହୋଇଥିଲେ । ରୁଷ୍ ଆଫଗାନିସ୍ତା ଏବଂ ପାକିସ୍ତାନକୁ ସେମାନଙ୍କର ମୁକାବିଲା ବନ୍ଦ କରିବାକୁ ଆଲୋଚନା ଟେବୁଲ୍ ଫେରିବାକୁ ଆହ୍ୱାନ କରିଛନ୍ତି । ରୁଷ୍ ଆଶା କରୁଛି କି ଆଫଗାନ-ପାକିସ୍ତାନ ସୀମାରେ ସିଧାସଳଖ ସାମରିକ ସଂଘର୍ଷ ଶୀଘ୍ର ଶେଷ ହେବ । କ୍ରେମଲିନ୍ ମୁଖ୍ୟପାତ୍ର ଦିମିତ୍ରୀ ପେସଭୋକ୍ ଏହା କହିଛନ୍ତି । ଅନ୍ୟପଟେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ବିବାଦରେ ମଧ୍ୟସ୍ଥତା କରିବାକୁ ଚୀନ୍ ପ୍ରସ୍ତାବ ଦେଇଛି । ଚୀନ ବୈଦେଶିକ ମନ୍ତ୍ରଣାଳୟରେ ମୁଖପାତ୍ର ମାଓ ନଙ୍ଗ୍ ଏହି ସୂଚନା ଦେଇଛନ୍ତି । ରମଜାନ ମାସରେ ମହିଳା ଏବଂ ଶିଶୁ ସମେତ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ପାକିସ୍ତାନ ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି । ଆକ୍ରମଣ ବାବଦରେ ପଚରାଯିବାରୁ, ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ପାକିସ୍ତାନର ଆଭ୍ୟନ୍ତରୀଣ ବିଫଳତାକୁ ଅନ୍ୟତ୍ର ପ୍ରଦର୍ଶିତ କରିବା ପାଇଁ ଏହା ଆଉ ଏକ ପ୍ରୟାସ ।
ଏହା ବି ପଢନ୍ତୁ...୨୨ ସେନା ସ୍ଥଳୀ ଉପରେ ଆକ୍ରମଣ , ୨୭୪ ଯୋଦ୍ଧାଙ୍କୁ ହତ୍ୟା ; ଆଫଗାନ ସଂଘର୍ଷରେ ପାକିସ୍ତାନର ବଡ଼ ଦାବି
ଆଲୋଚନା ପାଇଁ ପ୍ରସ୍ତୁତ ତାଲିବାନ୍- ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଶୁକ୍ରବାର ନାଟକୀୟ ଭାବେ ବୃଦ୍ଧି ପାଇଛି । ପାକିସ୍ତାନର ବାୟୁସେନା ଆଫଗାନିସ୍ତାନର କାବୁଲ, କାନ୍ଦାହାର, ପକ୍ତିକା ଭଳି ଅନେକ ଅଞ୍ଚଳରେ ପୁଣି ଏୟାରଷ୍ଟ୍ରାଇକ୍ କରିଛି । ଦେଶର ସୂଚନା ମନ୍ତ୍ରୀ ଏଥି ସଂପର୍କିତ ଭିଡିଓକୁ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରିଛନ୍ତି । ଏହି ହମ୍ଲାରେ ୨୭୪ ଆତଙ୍କୀ ମରିଥିବା ଏବଂ ୪୦୦ରୁ ଊଦ୍ଧ୍ୱର୍ ଆହତ ହୋଇଥିବା ପାକିସ୍ତାନ ଦାବି କରିଛି । ପାକିସ୍ତାନ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛି ତାଲିବାନ୍ । ପାକିସ୍ତାନ ପକ୍ଷରୁ ଜୋରଦାର ଆକ୍ରମଣ ପରେ ଆଲୋଚନା ପ୍ରସ୍ତାବ ରଖିଛି । କାବୁଲ, କାନ୍ଦାହାର ପରି ସହରରେ ଏୟାରଷ୍ଟ୍ରାଇକ କରିଥିଲା ପାକିସ୍ତାନ । ୪୦୦ରୁ ଅଧିକ ତାଲିବାନୀ ପ୍ରାଣ ହରାଇବା ପରେ ଶାନ୍ତି ପ୍ରସ୍ତାବ ଦେଇଛି ।