ପ୍ରମୂଖ ଖବର
  • ଦିବ୍ୟ ଦେବସ୍ନାନ ପୂର୍ଣ୍ଣିମା; ସ୍ନାନବେଦୀରେ ବିଜେ କଲେ ଚତୁର୍ଦ୍ଧାମୂରତୀ, ଭକ୍ତମୟ ବଡ଼ଦାଣ୍ଡ
  • ||
  • ଯାଜପୁର : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର: ଜଣେ ମୃତ, ୨ ଗୁରୁତର
  • ||
  • ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ, ଭକ୍ତମୟ ଶ୍ରୀକ୍ଷେତ୍ର, ଜନସମୁଦ୍ର ବଡ଼ଦାଣ୍ଡ
  • ||
  • ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ କରିବେ ଦିବ୍ୟସ୍ନାନ, ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତୀ
  • ||
  • ଘୁଞ୍ଚି ଘୁଞ୍ଚି ଯାଉଛି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଆକ୍ସିଓମ ମିଶନ୍-୪ ପୁଣି ବ୍ରେକ
  • ||
  • ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି
  • ||

ଜେଲ ଯିବା ପରେ ଅବସାଦରେ ଲାଞ୍ଚୁଆ ଆଇଏଏସ୍‌ ଧୀମାନ୍‌ ଚକ୍‌ମା, ଜେଲ ମେଡ଼ିକାଲରେ କଟିଲେ ରାତି

Published By : Prameya | June 10, 2025 12:49 PM

ଭବାନୀପାଟଣା/ଧର୍ମଗଡ଼,୧୦/୦୬ ; ୨୦୨୧ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ।  ଚାକିରି ଜୀବନକୁ ମାତ୍ର ଚାରି ବର୍ଷ ।  ଉପଜିଲ୍ଲାପାଳ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀର  ଅପବ୍ୟବହାର କଲେ । ଦୁର୍ନୀତିରେ  ପାଦ ବୁଡ଼ାଇଲେ । ଆଉ ଲାଞ୍ଚ ନେଇ  ଧରାପଡ଼ିଲେ । ଚାକିରି ଜୀବନ ଆରମ୍ଭରୁ ମୁଣ୍ଡାଇଲେ ଅପବାଦ । ଜଣେ କ୍ରସର  ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ  ଗିରଫ ହୋଇଥିବା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍‌ ଚକ୍‌ମାଙ୍କୁ ସୋମବାର ଭବାନୀପାଟଣା ଜିଲ୍ଲା ଜେଲ ବିଚାର ବିଭାଗୀୟ ହାଜତକୁ ପଠାଇଦେଲେ। 

ତେବେ ଜେଲ ହାଜତକୁ ଯିବା ପରେ ଆଇଏଏସ୍‌ ଶ୍ରୀ ଚକମା ଡିପ୍ ଡିପ୍ରେସନ୍‌ରେ ପୀଡ଼ିତ ଥିବା ଜେଲ ସୂତ୍ରରୁ ଜଣାପଡିଛି। ତାଙ୍କ ସ୍ଵାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ଜେଲ ସ୍ଥିତ ମେଡ଼ିକାଲରେ ନୀରିକ୍ଷଣ ଅବ୍‌ଜରଭେସନ୍‌ରେ ରଖାଯାଇଥିବା ଜଣାପଡିଛି। ଜଣେ ଆଇଏଏସ କ୍ରସର୍ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ  ଧରାପଡ଼ିବା ଘଟଣା କଳାହାଣ୍ଡି ଜିଲ୍ଲା ପ୍ରଶାସନକୁ ଜନସାଧାରଣଙ୍କ ପ୍ରଶ୍ନର କାଠ ଗଡାରେ ଛିଡ଼ା କରି ଦେଇଥିବା ବେଳେ ପ୍ରଶାସନିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି।

ତେବେ ଭବାନୀପାଟଣା ଜେଲ ଭିତରେ ବିଚାରାଧୀନ କଏଦୀ ଭାବରେ ପ୍ରଥମ ରାତି ମେଡ଼ିକାଲ ଶଯ୍ୟାରେ ଅନ୍ୟ କଏଦୀ ମାନଙ୍କଠାରୁ ଅଲଗା ରଖାଯାଇଛି। ତେବେ ଜାମିନ ନମିଳିବା ପର୍ଯ୍ୟନ୍ତ କେତେ ମାସ, କେତେ ଦିନ ଚକମା ଆଇନକୁ ଚକମା ଦେଇ ଜେଲ ମେଡ଼ିକାଲରେ ରହିବେ ତାହା ଦେଖିବାକୁ ବାକି ରହିଲା।

ସୂଚନା ଅନୁସାରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ଜୟପାଟଣା  ଅଞ୍ଚଳର ଜଣେ କ୍ରସର ବ୍ୟବସାୟୀଙ୍କଠାରୁ  ରବିବାର ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ଉପଜିଲ୍ଲାପାଳ ଶ୍ରୀ ଚକ୍‌ମା । ଉପଜିଲ୍ଲାପାଳଙ୍କ  ସରକାରୀ ବାସଭବନରେ ଲାଞ୍ଚ ଟଙ୍କା ଗ୍ରହଣ  କରୁଥିବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ଯାଞ୍ଚ ବେଳେ ତାଙ୍କ ବାସଭବନରୁ ଆହୁରି  ୪୭ ଲକ୍ଷ ୪୭ହଜାର ୬୦୦ ଟଙ୍କା ଜବତ  କରାଯାଇଥିଲା । 

ଅନ୍ୟପଟେ  ତିନିଜଣିଆ ଭିଜିଲାନ୍ସ ଟିମ୍‌ ଉପଜିଲ୍ଲାପାଳଙ୍କ  ଅଫିସ୍‌ରେ ତନ୍ନତନ୍ନ କରି ଯାଞ୍ଚ କରିବା  ପରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ନେଇଛନ୍ତି । ଅଧିକାରୀଙ୍କ ଦୁର୍ନୀତିର  ଚିଠା ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଛି ।  ଖୁବ୍‌ଶୀଘ୍ର ଏହା ସାର୍ବଜନୀନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.