ନୂଆଦିଲ୍ଲୀ,୧୯/୦୧: ୨୦୨୬ ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ କରିବା ପାଇଁ ବାଂଲାଦେଶ କ୍ରିକେଟ୍ ଦଳ ପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯାଇଛି । ଯଦି ବାଂଲାଦେଶ ସେହି ତାରିଖ ସୁଦ୍ଧା ନିଷ୍ପତ୍ତି ନିଏ ତେବେ ଠିକ୍ ଅଛି । ନଚେତ୍ ଆଇସିସି ତାର ନିଷ୍ପତ୍ତି ସିଧା ସିଧା ଶୁଣାଇ ଦେବ । ଇଏସ୍ପିଏନ୍ କ୍ରିକ୍ଇଫୋ ଅନୁଯାୟୀ, ଆଇସିସି ଜାନୁଆରୀ ୨୧ ତାରିଖରେ ୨୦୨୬ ଟି-୨୦ ବିଶ୍ୱକପରେ ବାଂଲାଦେଶର ଖେଳିବ ନା ନାହି ତାର ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଜାନୁଆରୀ ୧୭ ତାରିଖରେ ଢାକାରେ ଏକ ବୈଠକ ସମୟରେ ଆଇସିସି ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ଏହି ନୂଆ ଡେଟଲାଇନ ଦେଇଛି । ଏହା ସହିତ ଯଦି ଭାରତର ବିଶ୍ୱକପ ଖେଳିବ ଖେଲ ନଚେତ୍ ଟୁର୍ଣ୍ଣାମେଣ୍ଟରୁ ବାହାରେ ରହିବ ବୋଲି ଅଲିମେଟମ ମଧ୍ୟ ଦେଇଛି କ୍ରିକେଟ ପରିଷଦ । ସ୍ଥାନ ପରିବର୍ତ୍ତନ ହେବ ନାହିଁ ବୋଲି ସ୍ପଷ୍ଟ କହି ସାରିଛି ଆଇସିସି 

ଏହା ବି ପଢନ୍ତୁ...ଚୌକା-ଛକା ବର୍ଷୁଥିଲା; କୋଚ୍ ଗୌତମ ଦେଲେ 'ଗମ୍ଭୀର' ମେସେଜ୍, ଆଉ ସିରିଜ୍ ନେଇଗଲା ନ୍ୟୁଜିଲାଣ୍ଡ

ଆୟର୍ଲାଣ୍ଡ ସହ ଗ୍ରୁପ ପରିବର୍ତ୍ତନ କରିବା ପାଇଁ କରିଥିଲା ଦାବି- ବାଂଲାଦେଶ ଆଇସିସିକୁ ଆୟର୍ଲାଣ୍ଡ ସହିତ ତାର ଗ୍ରୁପ୍ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା । ଆୟର୍ଲାଣ୍ଡ ଗ୍ରୁପ୍ ବିରେ ଅଛି । ଯିଏକି ଶ୍ରୀଲଙ୍କାରେ ତାର ମ୍ୟାଚ୍ ଖେଳୁଛି । ଜାନୁଆରୀ ୧୭ ତାରିଖରେ ଆଲୋଚନା ପରେ, ସ୍ପଷ୍ଟ ହୋଇଥିଲା ଯେ ଆଇସିସି ବାଂଲାଦେଶର ଗ୍ରୁପ୍ ପରିବର୍ତ୍ତନ କରିବାରେ କୌଣସି ଆଗ୍ରହୀ ନୁହେଁ । ସେ ବାଂଲାଦେଶକୁ ମଧ୍ୟ ଆଶ୍ୱାସନା ଦେଇଥିଲା ଯେ ସେମାନେ ଯେଉଁ ସୁରକ୍ଷା ବିପଦ ବିଷୟରେ କହୁଛନ୍ତି ସେପରି କିଛିନାହିଁ ।

ଯଦି ବାଂଲାଦେଶକୁ ବାହାର କରାଯାଏ, ତେବେ କାହାକୁ ସୁଯୋଗ ମିଳିବ ? ଆଇସିସି ଏବେ ବାଂଲାଦେଶର ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରିଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପରବର୍ତ୍ତୀ ପଦକ୍ଷେପ ଜାନୁଆରୀ ୨୧ ତାରିଖରେ ବାଂଲାଦେଶର ଉତ୍ତର ଉପରେ ନିର୍ଭର କରିବ । ଯଦି ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବାକୁ ନିଷ୍ପତ୍ତି ନିଏ, ତେବେ ରାଙ୍କିଂ ଆଧାରରେ ସ୍କଟଲାଣ୍ଡକୁ ତା' ସ୍ଥାନରେ ସାମିଲ କରାଯାଇପାରେ ।

ବାଂଲାଦେଶ ଟି-୨୦ ବିଶ୍ୱକପ୍ ୨୦୨୬ କାର୍ଯ୍ୟସୂଚୀ- ୨୦୨୬ ଟି-୨୦ ବିଶ୍ୱକପ୍ କାର୍ଯ୍ୟସୂଚୀ ଅନୁଯାୟୀ, ବାଂଲାଦେଶ ଫେବୃଆରୀ ୭ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବ । ଏହା ପରେ ଦଳ କୋଲକାତାରେ ମଧ୍ୟ ସେମାନଙ୍କର ପରବର୍ତ୍ତୀ ଦୁଇଟି ଗ୍ରୁପ୍ ମ୍ୟାଚ୍ ଖେଳିବେ । ବାଂଲାଦେଶ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଶେଷ ଗ୍ରୁପ୍ ମ୍ୟାଚ୍ ଖେଳିବ ।

ବିବାଦ କେଉଁଠାରୁ ଆରମ୍ଭ ହୋଇଥିଲା ? ୨୦୨୬ ଟି୨୦ ବିଶ୍ୱକପ୍ ଖେଳିବା ପାଇଁ ବାଂଲାଦେଶ ଭାରତ ଯାତ୍ରା ନକରିବା ନିଷ୍ପତ୍ତିରୁ ବିବାଦ ଆରମ୍ଭ ହୋଇଥିଲା । ବିସିସିଆଇ ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲରୁ ବହିଷ୍କାର କରିବା ପରେ ବିବାଦ ମୁଣ୍ଡ ଟେକିଥିଲା । ବାଂଲାଦେଶ କ୍ରିକେଟ୍ ବୋର୍ଡ ଏବଂ କ୍ରୀଡା ମନ୍ତ୍ରଣାଳୟ ଏହାକୁ ଅପମାନ ଭାବରେ ଦେଖି ଦେଶରେ ଆଇପିଏଲ ପ୍ରସାରଣକୁ ସ୍ଥଗିତ ରଖିଥିଲେ । ଏହା ପରେ, ବାଂଲାଦେଶ ଆଇସିସିକୁ ଇମେଲ୍ କରି ସେମାନଙ୍କର ଟି୨୦ ବିଶ୍ୱକପ୍ ସ୍ଥାନ ଭାରତରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା ।