ନୂଆଦିଲ୍ଲୀ,୧୯/୦୧: ଉଛୁଳୁଥିଲା ହୋଲକର ଷ୍ଟାଡିୟମ । ଚୌକା-ଛକା ବର୍ଷୁଥିଲା । ବିଜୟ ଭାରତର ଏକ ପ୍ରକାର ନିଶ୍ଚିନ୍ତ ମନେ ହେଉଥିଲା । କ୍ରିଜରେ ସେଟ୍ ଥିଲେ କୋହଲି-ହର୍ଷିତ । ଫ୍ୟାନ୍ସ ନିଶ୍ଚିତ ଥିଲେ କୋହଲି-ରାଣା ମ୍ୟାଚ ଜିତାଇ ଆସିବେ । ଦୁହେଁ ବଡ଼ ବଡ଼ ସଟ୍ ଖେଳୁଥିଲେ । ବିଜୟମୁହାଁ ହେଉଥିଲା ଭାରତ । କିଛି ଓଭରର ଖେଳ ଥିଲା । ଏହି ସମୟରେ ଡ୍ରିଗ୍ସ ବ୍ରେକ୍ ହୋଇଥିଲା । ଧ୍ରୁବ ଜୁରେଲଙ୍କ ହାତରେ ମେସେଜ୍ ପଠାଇଲେ କୋଚ୍ ଗୌତମ ଗମ୍ଭୀର ଆଉ ତାର ପରେ ଖେଳ ଖତମ୍ । ହାତମୁଠାରୁ ଚାଲିଗଲା ବିଜୟ । ପଡିଆରେ ଛାଇଗଲା ନିରାଶା । ସିରିଜ ନେଇଗଲା ନ୍ୟୁଜିଲାଣ୍ଡ । ଯାହାକୁ ନେଇ ଫ୍ୟାନ୍ସ ଓ ନେଟିଜେନ୍ସ ଅସନ୍ତୋଷ ପ୍ରକାଶ କରୁଛନ୍ତି । କୁହାଯାଉଛି କି ଗମ୍ଭୀରଙ୍କ ଭୁଲ୍ ମେସେଜ ପାଇଁ ଭାରତ ହାରିଗଲା ।
ଇନ୍ଦୋରର ହୋଲକର ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା ତୃତୀୟ ତଥା ଅନ୍ତିମ ଦିନିକିଆ । ତିନି ଟିକିଆ ସିରିଜ ୧-୧ ସ୍ଥିତିରେ ରହିଥିଲେ । ତେଣୁ ତୃତୀୟ ମୁକାବିଲା ଥିଲା ଫାଇନାଲ୍ । ଉଭୟ ଦଳ ପାଇଁ କର ବା ମର ସ୍ଥିତି । ପ୍ରଥମେ ବ୍ୟାଟିଂ କରି ୩୩୭ ରନ୍ର ବିଶାଳ ସ୍କୋର୍ କରିଥିଲା କିଓ୍ୱି ଟିମ୍ । ଜବାବରେ ଭାରତ ମାତ୍ର ୨୬୯ ରେ ଅଲଆଉଟ୍ ହୋଇଯାଇଥିଲା । ବିରାଟ କୋହଲି ଲଢୁଆ ଶତକ ହାସଲ କରିଥିଲା । ଏହା ତାଙ୍କ କ୍ୟାରିୟରର ୫୪ ତମ ସେଞ୍ଚୁରୀ ଥିଲା । ହେଲେ ଏହା ବୃଥା ଯାଇଥିଲା । ହର୍ଷିତ ରାଣା ଏବଂ ନୀତିଶ ରେଡ୍ଡୀ ବି ବିସ୍ଫୋରକ ପାଳି ଖେଳିଥିଲେ । ବିଶେଷ କରି କ୍ରିଜରେ କୋହଲି ଏବଂ ରାଣା ସେଟ୍ ହୋଇଯାଇଥିଲେ । ଦୁହେଁ ବଡ଼ ବଡ଼ ସଟ୍ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଉଥିଲେ ।କିଛି ଓଭର ଖେଳ ବାକି ଥିଲା । ଏହି ସମୟରେ ଡ୍ରିଙ୍ଗ୍ସ ବ୍ରେକ୍ ହୋଇଥିଲା । କୁହାଯାଉଛି କି ହେଡ୍ କୋଚ୍ ଗୌତମ ଗମ୍ଭୀର ଧ୍ରୁବ ଜୁରେଲଙ୍କ ହାତରେ ଏକ ମେସେଜ ପଠାଇଥିଲେ । ଭାରତ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ଗମ୍ଭୀରଙ୍କର ସେହି ସବୁକିଛି ଫିକା କରି ଦେଇଥିଲା ।
Messenger from Gautam Gambhir may have given the wrong message. #INDvsNZ #NZvsIND #ViratKohli #gautamgambhir #HarshitRana pic.twitter.com/Qo7n2fJAyk
— Shankar Singh (@Shanky_Parihar) January 18, 2026
ଭାରତକୁ ଶେଷ ୮ ଓଭରରେ ୮୯ରନ୍ ଆବଶ୍ୟକ ଥିଲା । ଗୋଟିଏ ପଟେ କ୍ରିଜରେ ଥିଲେ ବିରାଟ । ଅନ୍ୟ ଦିଗରେ ହର୍ଷିତ ବି ନିର୍ଭୟରେ ବ୍ୟାଟିଂ କରୁଥିଲେ । ୪୩ତମ ଓଭରର ଆରମ୍ଭରୁ ହର୍ଷିତ ଏକ ସୁନ୍ଦର ଚୌକା ମାରିଥିଲେ । ଏହି ଓଭରରେ କୋହଲି ମଧ୍ୟ ଏକ ଛକା ଲଗାଇଥିଲେ । ଓଭରର ଶେଷ ବଲରେ ହର୍ଷିତ ଛକା ଲଗାଇ ମୋଟ୍ ୨୧ ରନ୍ ସଂଗ୍ରହ କରିଥିଲେ । ଏହି ଓଭର ପରେ ଭାରତର ବିଜୟ ସହଜ ଲାଗୁଥିଲା । ଏହି ସମୟରେ ଗମ୍ଭୀର ଧ୍ରୁବ ଜୁରେଲଙ୍କ ଜରିଆରେ ମେସେଜ୍ ପଠାଇଥିଲେ । ତାହା ହର୍ଷିତ ରାଣାଙ୍କ ପାଇଁ ଥିଲା । କାରଣ ବିରାଟ ଏହା ଶୁଣି କ୍ରିଜକୁ ଚାଲି ଯାଇଥିଲେ । କିନ୍ତୁ ହର୍ଷିତ ମନଧ୍ୟାନ ଦେଇ ଶୁଣିଥିଲେ । ଗମ୍ଭୀରଙ୍କ ଏହି ମେସେଜ ପରେ ଭାରତକୁ ୭ଓଭରରେ ୬୮ରନ୍ ଦରକାର ଥିଲା । ୪୪ତମ ଓଭରର ପ୍ରଥମ ବଲରୁ ବିରାଟ ସିଙ୍ଗଲ ନେଇଥିଲେ । ହର୍ଷିତ ଏହା ପର ବଲରେ ଛକା ଲଗାଇଥିଲେ । ତୃତୀୟ ବଲରେ କୌଣସି ରନ୍ ଆସିନଥିଲା । ଚତୁର୍ଥ ବଲରେ ଆଉ ଏକ ବଡ ସଟ୍ ଲଗାଇବାକୁ ଯାଇ ହର୍ଷିତ ଆଉଟ୍ ହୋଇଥିଲେ ।
କ'ଣ ଥିଲା ଗୌତମଙ୍କ 'ଗମ୍ଭୀର' ମେସେଜ୍ ? କୁହାଯାଉଛି ଯେ, ଗମ୍ଭୀର ହର୍ଷିତଙ୍କୁ ସବୁ ବଲରେ ବଡ ସଟ୍ ଖେଳିବାକୁ କହିଥିଲେ । କାରଣ ବିରାଟଙ୍କ ଗୋଡରେ କିଛି ଅସୁବିଧା ଥିଲା । ଗମ୍ଭୀର ମ୍ୟାଚକୁ ଆହୁରି ରୋମାଞ୍ଚକର କରିବାକୁ ଚାହୁଁଥିଲେ । କିନ୍ତୁ ଏହି ଷ୍ଟ୍ରାଟେଜି କାମ ଦେଇନଥିଲା । ଫଳରେ ଭାରତ ୪୧ ରନ୍ରେ ହାରି ଯାଇଥିଲା । ଆଉ ୨-୧ରେ ସିରିଜ ଜିତିଥିଲା ନ୍ୟୁଜିଲାଣ୍ଡ