ମୁମ୍ବାଇ,୨୨/୭ : ବ୍ୟବସାୟୀ ଅଶ୍ନୀର ଗ୍ରୋବରଙ୍କ ବାୟୋପିକରେ ଅମୀର ଖାନ ଲିଡ଼ ରୋଲରେ ଆସିବାରେ ଥିଲେ । ଫିଲ୍ମ ବହୁ ଚର୍ଚ୍ଚାରେ ଥିଲା । କିନ୍ତୁ ଏବେ ରିପୋର୍ଟ୍ସ ଅଛି କି ଅମୀର ଖାନ ଫିଲ୍ମ ଛାଡ଼ି ଦେଇଛନ୍ତି । ସେ ଏବେ ଏହି ଫିଲ୍ମର ଭାଗିଦାରୀ ନାହାନ୍ତି । ସୂଚନାଯୋଗ୍ୟ ଯେ, କ୍ରିଏଟିଭ୍ ଡିଫରେନ୍ସ କାରଣରୁ ଅମୀର ଖାନ ଏହି ଫିଲ୍ମ ଛାଡ଼ି ଦେଇଛନ୍ତି । ମେକର୍ସ ଏବେ ନୂଆ ମୁଖିଆ ଖୋଜିବାରେ ଅଛନ୍ତି ।

ସୂଚନା ଅନୁସାରେ, ଚଳିତ ବର୍ଷର ଆରମ୍ଭରେ ଖବର ଆସିଥିଲା କି ଅମୀର ଖାନ ଏହି ଫିଲ୍ମ ଲାଗି ପ୍ରଥମ ଥର ନିର୍ଦ୍ଦେଶକ ରାହୁଲ ମୋଦୀଙ୍କ ସାଙ୍ଗରେ ହାତ ମିଶାଇଛନ୍ତି । ସେ ଫିଲ୍ମରେ ମୁଖ୍ୟ ଚରିତ୍ର ନିଭାଇବାରେ ଥିଲେ । ସେହିଭଳି ମହିଳା ଲିଡ଼୍ ଲାଗି ଶ୍ରଦ୍ଧା କପୁରଙ୍କ ନାଁ ବି ସାମ୍ନାକୁ ଆସିଛି । ଫିଲ୍ମ ମାର୍ଚ୍ଚ ୨୦୨୭ରେ ଫ୍ଲୋରକୁ ଯିବାର ସୂଚନା ଥିଲା । ଯେତେବେଳେ ଅମୀର ଖାନ ଆଶୁତୋଶ ଗୋଓ୍ବାରିକରଙ୍କ ପିରିୟଡ଼ ଡ୍ରାମାର କାମ ଶେଷ କରିନେବେ।

ଅମୀର ଖାନ ଅଶ୍ନୀର ଗ୍ରୋବରଙ୍କ କାମରେ ମୁଗ୍ଧ ଥିଲେ । ସେ ସ୍କ୍ରିଫ୍ଟରେ ବି କାମ କରିଥିଲେ । କିନ୍ତୁ ପରେ ରାହୁଲ ମୋଦୀଙ୍କ ସହ କ୍ରିଏଟିଭ୍ ଡିଫରେନ୍ସ କାରଣରୁ ସେ ଫିଲ୍ମ ଛାଡ଼ି ଦେଇଥିଲେ। ଅମୀର ଖାନ ହୁଏତ ଫିଲ୍ମ ଛାଡ଼ି ଦେଇଛନ୍ତି କିନ୍ତୁ ପ୍ରୋଜେକ୍ଟ ଉପରେ କାମ ଜାରି ରହିଛି । ରାହୁଲ ମୋଦୀ ଏବଂ ଶ୍ରଦ୍ଧା କପୁର ଫିଲ୍ମକୁ ଆଗକୁ ନେବାକୁ ଚାହୁଁଛନ୍ତି । ଏବେ ସେ ଫିଲ୍ମ ଲାଗି ୟଙ୍ଗ୍ ଆକ୍ଟର ଖୋଜିବାରେ ଅଛନ୍ତି । ପ୍ରକାଶ ଯେ, ଫିଲ୍ମ ସହ ଯୋଡ଼ି ହୋଇଥିବା ଅପଡେଟ୍ସକୁ ନେଇ ଏବେ ପର୍ଯ୍ୟନ୍ତ ଅଫିସିଆଲ୍ କିଛି ବି ସାମ୍ନାକୁ ଆସିନାହିଁ । ଅମୀରଙ୍କ ଫିଲ୍ମ ଛାଡ଼ିବାକୁ ନେଇ ବି କୌଣସି ଅଫିସିଆଲ ସୂଚନା ମିଳିପାରିନାହିଁ ।