ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌,୧୩ତମ ଦଳ ଭାବେ ଯୋଗ୍ୟତା ଅର୍ଜନ କଲା କାନାଡ଼ା

Published By : Prameya | June 23, 2025 1:09 PM

ଦୁବାଇ, ୨୩/୦୬: କାନାଡ଼ା ୧୩ତମ ଦଳ  ଭାବେ ଆଗାମୀ ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ  ଯୋଗ୍ୟତା ଅର୍ଜନ କରିଛି । ଚଳିତ ଆମେରିକୀୟ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟରେ ଦଳ କ୍ରମାନ୍ୱୟରେ ପଞ୍ଚମ ବିଜୟ ସହ ବିଶ୍ୱକପ୍‌  ଟିକେଟ୍‌ ହାସଲ କରିଛି । ଆଗାମୀ ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ  ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିବେ । 

କାନାଡ଼ା ନବମ ଲିଗ୍‌ ମ୍ୟାଚ୍‌ରେ ବାହାମାସକୁ ୭  ୱିକେଟରେ ହରାଇଥିଲା । ବାହାମାସ ୧୯.୫ ଓଭରରେ  ସମସ୍ତ ୱିକେଟ୍‌ ହରାଇ ୫୭ରନ୍‌ କରିଥିଲା । କାନାଡ଼ା ପକ୍ଷରୁ  କଲିମ ସାନା ଓ ଶିବମ ଶର୍ମା ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍‌  ନେଇଥିବାବେଳେ ଅଂଶ ପଟେଲ ୨ଟି ୱିକେଟ୍‌ ହାସଲ  କରିଥିଲେ । ଜବାବରେ କାନାଡ଼ା ୫.୩ ଓଭରରେ ୩ ୱିକେଟ୍‌  ବିନିମୟରେ ବିଜୟ ହାସଲ କରିଥିଲା । ଆସନ୍ତାକାଲି ଦଳ ଫାଇନାଲ୍‌ ମୁକାବିଲାରେ ବର୍ମୁଡାକୁ ଭେଟିବ । ବର୍ମୁଡା ଦଶମ ଲିଗ୍‌  ମ୍ୟାଚ୍‌ରେ କେମନ ଦଳକୁ ୯ ୱିକେଟ୍‌ରେ ପରାସ୍ତ କରିଥିଲା । 

ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମୋଟ ୨୦ଟି ଦଳ ଭାଗ  ନେବେ । ଆୟୋଜକ ଭାବେ ଭାରତ ଓ ଶ୍ରୀଲଙ୍କା ଏବଂ ଗତ  ବିଶ୍ୱକପ୍‌ର ଶ୍ରେଷ୍ଠ ୭ଟି ଦଳ (ଆଫଗାନିସ୍ତାନ, ଅଷ୍ଟ୍ରେଲିଆ,  ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା,  ୱେଷ୍ଟଇଣ୍ଡିଜ) ସିଧାସଳଖ ଯୋଗ୍ୟତା ହାସଲ କରିଥିଲେ । ୨୦୨୪  ଜୁନ୍‌ ୩୦ ତାରିଖରେ ଘୋଷିତ ମାନ୍ୟତା ତାଲିକା ଅନୁସାରେ  ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଟିକେଟ୍‌ ପାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.