ନୂଆଦିଲ୍ଲୀ,୧୪/୦୮: ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି ।ବ୍ୟାଙ୍କ ସହରାଞ୍ଚଳରେ ଥିବା ସଞ୍ଚୟ ଖାତାର ସର୍ବନିମ୍ନ ବାଲାନ୍ସ ୫୦ ହଜାର ଟଙ୍କା ରଖିବାର ନିର୍ଦ୍ଦେଶରେ କରିଛି ପରିବର୍ତ୍ତନ । ଏବେ ସର୍ବନିମ୍ନ ବାଲାନ୍ସ ପରିମାଣ ୧୫ ହଜାର ଟଙ୍କାକୁ ହ୍ରାସ କରାଯାଇଛି। ବ୍ୟାଙ୍କର ଏହି ନିର୍ଦ୍ଦେଶକୁ ନେଇ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଏହା ବ୍ୟତୀତ, ବ୍ୟାଙ୍କ ଗ୍ରାମାଞ୍ଚଳ ଏବଂ ସହରରେ ରହୁଥିବା ଗ୍ରାହକମାନଙ୍କୁ ମଧ୍ୟ ଆଶ୍ୱସ୍ତି ଦେଇଛି।
ବୁଧବାର ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ, ଏବେ ସଞ୍ଚୟ ଖାତାର ସର୍ବନିମ୍ନ ବାଲାନ୍ସ ପାଇଁ ନିୟମ ପୁଣି ଥରେ ପରିବର୍ତ୍ତନ କରାଯାଇଛି। ଗ୍ରାହକମାନଙ୍କୁ ଆଶ୍ୱସ୍ତି ଦେଇ, ମେଟ୍ରୋ ଏବଂ ସହରାଞ୍ଚଳରେ ଏହି ସୀମା ୫୦ ହଜାର ଟଙ୍କାରୁ ହ୍ରାସ କରି କେବଳ ୧୫ ହଜାର ଟଙ୍କା କରାଯାଇଛି। ବ୍ୟାଙ୍କ ସୂଚନା ଦେଇଛି ଯେ ସହରଗୁଡ଼ିକରେ ନୂତନ ICICI ଗ୍ରାହକଙ୍କ ପାଇଁ ସର୍ବନିମ୍ନ ବାଲାନ୍ସ ସୀମା ୨୫ ହଜାର ଟଙ୍କାରୁ ହ୍ରାସ କରି ୭,୫୦୦ ଟଙ୍କା କରାଯାଇଛି। ସେହିପରି ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳର ପୁରୁଣା ଗ୍ରାହକଙ୍କ ପାଇଁ ସର୍ବନିମ୍ନ ବାଲାନ୍ସ ୫,୦୦୦ ଟଙ୍କା ରହିବ। ଏହା ପରେ ମଧ୍ୟ, ଯଦି ଗ୍ରାହକମାନେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ଏହାର ମଧ୍ୟ ସମାଧାନ କରାଯିବ। ଗ୍ରାହକ ନିକଟସ୍ଥ ଶାଖା କିମ୍ବା ବ୍ୟାଙ୍କର ଗ୍ରାହକ ସେବା ନମ୍ବରରେ ତାଙ୍କର ଅଭିଯୋଗ ପଞ୍ଜୀକୃତ କରିପାରିବେ।
ଅନ୍ୟପଟେ ଆଇସିଆଇସିଆଇ ବ୍ୟାଙ୍କ ଏହାର କିଛି ଗ୍ରାହକଙ୍କୁ ସର୍ବନିମ୍ନ ବାଲାନ୍ସରେ ଛାଡ଼ ଦେଉଛି। ଏଥିରେ ୬୦ ବର୍ଷରୁ କମ୍ ବୟସର ପେନସନଭୋଗୀ ସାମିଲ ଅଛନ୍ତି। ବ୍ୟାଙ୍କ କହିଛି ଯେ, ଏହି ଗ୍ରାହକମାନଙ୍କୁ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ। ତେବେ ଏହି ନୂତନ ନିୟମଗୁଡ଼ିକ ଦରମା ଆକାଉଣ୍ଟ, ବରିଷ୍ଠ ନାଗରିକ ଆକାଉଣ୍ଟ, ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଆକାଉଣ୍ଟ କିମ୍ବା ବିଶେଷ ଆବଶ୍ୟକତା ଥିବା ବ୍ୟକ୍ତିଙ୍କ ଆକାଉଣ୍ଟ ପାଇଁ ପ୍ରଯୁଜ୍ୟ ହେବ ନାହିଁ। ଏହି ଆକାଉଣ୍ଟଗୁଡ଼ିକ ପାଇଁ ସର୍ବନିମ୍ନ ବାଲାନ୍ସ ଆବଶ୍ୟକତା ପୂର୍ବ ପରି ରହିବ।