ଡେଲାଙ୍ଗ ୧୪/୦୫: ଡେଲାଙ୍ଗରେ ଖଣି ମାଫିଆଙ୍କ ଦବଙ୍ଗଗିରି। ବେଆଇନ ପଥର ଖଣି ଖାଦାନକୁ ବିରୋଧ କରିବାରୁ ବୋମାମାଡ଼ ସହ ବ୍ଲାଙ୍କ ଫାୟାରିଂ କରିଛନ୍ତି ମାଫିଆ। ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତର ହରିପୁର ଗାଁରେ ୩ରୁ ଅଧିକ ବୋମାମାଡ଼ ସହ ଗୁଳିମାଡ଼ ହୋଇଛି। ୩ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟ ୭ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଡେଲାଙ୍ଗ ଅଞ୍ଚଳରେ ବେଆଇନ ପଥର ଖଣିକୁ ନେଇ ବିବାଦ ଏତେ ଉଗ୍ର ରୂପ ନେଇଥିଲା ଯେ ସେଥିରେ ଗୁଳି ଫୁଟିବା ସହ ବୋମା ମାଡ଼ ହୋଇଥିଲା। ପ୍ରାରମ୍ଭିକ ସୂଚନା ଅନୁସାରେ, ଏହି ଘଟଣାରେ ୩ ଜଣ ଲୋକ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଚାଲୁଥିବା ବେଳେ ଡାକ୍ତରମାନେ ସ୍ଥିତିକୁ ନିରୀକ୍ଷଣ କରୁଛନ୍ତି ।

ଆହୁରି ପଢ଼ନ୍ତୁ...Government EV plan : ରାଜ୍ୟରେ ସବୁ ସରକାରୀ ଗାଡ଼ି ହେବ ଇଭି, ପ୍ରତିଷ୍ଠା ହେବ ୧୦୦ ଚାର୍ଜିଂ ଷ୍ଟେସନ

ଅନ୍ୟପଟେ ଘଟଣାସ୍ଥଳରୁ ୨ଟି ଅଫୁଟା ବୋମା ଏବଂ ଗୁଳିର ସିସା ଜବତ କରାଯାଇଛି। ଡେଲାଙ୍ଗ ପୋଲିସ ଓ ହରିରାଜପୁର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ଖବର ପାଇ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛି । କିଏ ଏହି ହିଂସାକାଣ୍ଡରେ ସଂପୃକ୍ତ, ବେଆଇନ ପଥର ଖଣିକୁ ନେଇ କେଉଁ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା ତାହାକୁ ନେଇ ତଦନ୍ତ ଚାଲିଛି।