ଭୁବନେଶ୍ଵର, ୧୪/୦୫ : ଏଣିକି ରାଜ୍ୟରେ ସବୁ ସରକାରୀ ଗାଡ଼ି ହେବ ଇଭି। ଇଲେକ୍ଟ୍ରି ଗାଡି ବ୍ୟବହାର କରିବେ ସରକାରୀ ଅଧିକାରୀ। ଆଗାମୀ ଦିନରେ OSRTCର ସବୁ ଗାଡି ଇଭି ହେବ। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଜିଠୁ ଇଭି ଗାଡିରେ ଯିବା ଆସିବା କରିବି। ମିତବ୍ୟୟତା ନିଜ ଠାରୁ ଆରମ୍ଭ କରିବି। ପ୍ରତି ବିଭାଗରେ ଥିବା ଗାଡିର ୫୦ ପ୍ରତିଶତ ଗାଡିକୁ EVରେ କନଭର୍ଟ କରାଯିବ।
ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ୧୦୦ଟି ଇଭି ଚାର୍ଜିଂ ଷ୍ଟେସନ ହେବ। ଚାର୍ଜିଂ ଷ୍ଟେସନ ପାଇଁ ଇଲେକ୍ଟ୍ରି ଭା ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୩୦ଟି ଚାର୍ଜିଂ ଷ୍ଟେସନର କାମ ସରିଛି। କେବଳ ଭୁବନେଶ୍ଵରରେ ୧୫ଟି ଚାର୍ଜିଂ ଷ୍ଟେସନ ରହିଛି। ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ। ଆଗକୁ ଓଡ଼ିଶାରେ ୧୯୨ଟି ଚାର୍ଜିଂ ଷ୍ଟେସନ ହେବ। ଏଥିପାଇଁ ଇଭି ଚାର୍ଜିଂ ଷ୍ଟେସନ କମ୍ପାନୀ ସହିତ ପ୍ରାଥମିକ ଆଲୋଚନା ଶେଷ ହୋଇଛି।
ମନ୍ତ୍ରୀ ପୁଣି କହିଛନ୍ତି ଯେ, ଇଭି ଗାଡିର ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖମନ୍ତ୍ରୀଙ୍କ ଆଗ୍ରହ ଅଛି। ଏହାଦ୍ୱାରା ପରିବେଶ ସୁରକ୍ଷା ସହିତ, ଆମର ସଞ୍ଚୟ ବି ହେଇପାରିବ। ପ୍ରକୃତି ପରିବେଶ ସନ୍ତୁଳିତ ପାଇଁ ଇଭିର ବ୍ୟବହାର କରିବୁ। ମୁଖ୍ୟମନ୍ତ୍ରୀ ତାଙ୍କ କାରକେଡ ଅଧା କରିସାରିଛନ୍ତି। ମନ୍ତ୍ରୀମାନେ ମଧ୍ୟ ସମାନ ନୀତି ଆପଣାଇବେ। ମୁଁ ଆଜିଠାରୁ ଇଭି ଗାଡ଼ିରେ ଯିବି, ଗୋଟିଏ ଗାଡି ବ୍ୟବହାର କରିବି। ଆବଶ୍ୟକ ନ ଥିଲେ ବସରେ ଯିବି। ବସ ଟ୍ରେନରେ ଗଲେ ଭଲ ଲାଗିବ, ଆମ ସରକାର ଯାହା କୁହନ୍ତି ସେୟା କରନ୍ତି।
ଏହି ଖବରଟିକୁ ପଢନ୍ତୁ- Religious conversion : ହୋଟେଲରେ ଚାଲିଥିଲା ଧର୍ମାନ୍ତରୀକରଣ ! ଧରାପଡ଼ିଲେ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ୬ ଯୁବକ, ଜଣେ ଯୁବତୀ