ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୧୫ ଦିନ ପରେ ଘରକୁ ଫେରିଲେ ମହାକୁମ୍ଭ ଦଳାଚକଟାରେ ମୃତ ବ୍ୟକ୍ତି, ସାଧୁଙ୍କ ସହ ଟାଣୁଥିଲେ ଚିଲମ

Published By : Krishna Priya | February 18, 2025 8:05 AM

ପ୍ରୟାଗରାଜ ୧୮/୦୨: ମହାକୁମ୍ଭ ଦଳାଚକଟାରେ ପ୍ରୟାଗରାଜର ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରାଯାଇଥିଲା । ମୃତ୍ୟୁର ତ୍ରୟୋଦଶ ଦିନର କର୍ମ ଚାଲିଥିବାବେଳେ ମୃତକ ଘରକୁ ଫେରିଆସିଲେ । ତ୍ରୟୋଦଶ କର୍ମରେ ସାମିଲ ପରିବାର ଓ ପରିଜନମାନେ ମୃତକଙ୍କୁ ଜୀବିତ ଦେଖି ବିଶ୍ୱାସ କରିପାରିଲେ ନାହିଁ । ବ୍ୟକ୍ତିଙ୍କ ନାଁ ଖୁଣ୍ଟି ଗୁରୁ । ସେ ପ୍ରୟାଗରାଜର ଜିରୋ ରୋଡ୍‌ ଅଞ୍ଚଳରେ ସ୍ଥିତ ଚାହଚନ୍ଦ ଗଳି ବାସିନ୍ଦା । ଗତ ଜାନୁଆରୀ ୨୯ ମୌନୀ ଅମାବାସ୍ୟା ଅବସରରେ ଘଟିଥିବା ଦଳାଚକଟାରେ ଗୁରୁଙ୍କୁ ମୃତ ଘୋଷଣା କରାଯାଇଥିଲା ।

ପ୍ରକୃତ କଥା ହେଉଛି, ସାଧୁମାନଙ୍କ ସହ ଚିଲମ ଟାଣିବାରେ ଗୁରୁ ଏତେ ମଜ୍ଜିଯାଇଥିଲେ ଯେ ସମୟ ଜାଣିପାରିଲେ ନାହିଁ । ପ୍ରାୟ ୨ ସପ୍ତାହ ପରେ ସେ ଘରେ ପହଞ୍ଚିଲେ । ଇତିମଧ୍ୟରେ ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ତାଙ୍କ ପରିବାର ଓ ପଡ଼ୋଶୀ ତାଙ୍କର ଅନ୍ତିମ ସଂସ୍ଥାର ବିଧି ପାଳନ କଲେ । ଘରେ ତାଙ୍କର ତ୍ରୟୋଦଶ ଦିନର କର୍ମ ଚାଲିଥିବାବେଳେ ଗୁରୁ ଏକ ଇ-ରିକ୍ସାରେ ଆସି ଓହ୍ଲାଇଲେ । ତାଙ୍କୁ ଦେଖି ସମସ୍ତେ ହତଚକିତ ହୋଇଗଲେ । ସେ ହସ ହସ ମୁହଁରେ ପଚାରିଲେ ‘ତୁମେ ସବୁ କ’ଣ କରୁଛ?’ 

ସୂଚନାଯୋଗ୍ୟ, ମୌନୀ ଅମାବାସ୍ୟାରେ ସଙ୍ଗମରେ ବୁଡ଼ ପକାଇବାକୁ ଯାଉଛି କହି ଗୁରୁ ଗତ ଜାନୁଆରୀ ୨୮ ତାରିଖ ସନ୍ଧ୍ୟାରେ ଘରୁ ବାହାରିଥିଲେ । ତା’ପରଦିନ ଦଳାଚକଟା ହେଲା । ଏହା ପରେ ଗୁରୁଙ୍କର ଖୋଜ ଖବର ମିଳିଲା ନାହିଁ । ପରିବାର ତାଙ୍କୁ ମୃତ ମାନିନେଲେ । ବହୁ ଖୋଜାଖୋଜି ପରେ ବି ଗୁରୁଙ୍କ ବିଷୟରେ କିଛି ସୂଚନା ମିଳିଲା ନାହିଁ । ତେଣୁ ପରିବାର ପରମ୍ପରା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ବିଧି ପାଳନ କଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.