ନୂଆଦିଲ୍ଲୀ, ୧୭।୨ : ହିନ୍ଦୁ ମହାବିଦ୍ୟାଳୟର ଏକ ଭିନ୍ନ ଐତିହ୍ୟ ରହିଛି। ଏହି ମହାବିଦ୍ୟାଳୟ ଶିକ୍ଷାର ଏକ ପ୍ରତିଷ୍ଠିତ ମନ୍ଦିର । ଗତ ୧୨୬ ବର୍ଷ ଧରିଏହି କଲେଜ ଶିକ୍ଷାଗତ ଉତ୍କର୍ଷତା, ଉଦ୍ଭାବନ, ବିବିଧତା, ଗଣତାନ୍ତିକ, ମୂଲ୍ୟବୋଧ , ଜାତୀୟତାବାଦୀ ଭାବନା ଏବଂ ରାଷ୍ଟ୍ର ଗଠନର ଏକ ଅନୁଷ୍ଠାନରେ ପରିଣତ ହୋଇଇସାରିଛି । ସୋମବାର ଏହି କଲେଜର ୧୨୬ତମ ସ୍ଥାପନା ଦିବସରେ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତର ଶିକ୍ଷାବ୍ୟବସ୍ଥା ଓ ସଂସ୍କୃତିକୁ ନଷ୍ଟ କରିବା ପାଇଁ ଟିବି ମାକାଉଲେଙ୍କ ପ୍ରଚେଷ୍ଟା ବିରୋଧରେ କ୍ରୀଷନ ଦାସଜୀ ଗୁରୁୱାଲେଙ୍କ ଦ୍ୱାରା ପ୍ରତଷ୍ଠିତି ହିନ୍ଦୁ ମହା ବିଦ୍ୟାଳୟ ଭାରତର ବୌଦ୍ଧିକ, ସାଂସ୍କୃତିକ ଏବଂ ଜାତୀୟ ପରିଚୟକୁ ଆକାର ଦେବାରେ ଏକ ଅତୁଳନୀୟ ପରମ୍ପରା ସୃଷ୍ଟି କରିଛନ୍ତି। ଭାରତ ଆଜି ଯେଉଁ ପ୍ରଗତି ଓ ସମୃଦ୍ଧିର ମାର୍ଗରେ ଠିଆ ହୋଇଛି ତାହା ହିନ୍ଦୁ ମହାବିଦ୍ୟାଳୟ ଦ୍ୱାରା ପ୍ରଶସ୍ତ ହୋଇଛି।
ସେ କହିଛନ୍ତି ହିନ୍ଦୁ କଲେଜ ନିଜର ଯେଉଁ ପରମ୍ପରା ତିଆରି କରିଛି, ସେହି 'ସାଧନାକୁ ସବୁଦିନ ପାଇଁ ଜାରି ରଖିବା ଦରକାର। ଫଳସ୍ୱରପ ଏହି ମହାବିଦ୍ୟାଳୟ ଆଗାମୀ ଦିନରେ ବିଶ୍ୱ ପାଇଁ ସମାଧାନର କେନ୍ଦ୍ରର ପରିଣତ ହୋଇପାରିବ। ୨୦୪୭ ସୁଦ୍ଧା ବକିଶିତ ଭାରତ ସମସ୍ତ ଭାରତୀୟଙ୍କର ଏକ ସାମୂହିକ ଲକ୍ଷ୍ୟ। ଆଗାମୀ ୨୨ରୁ୨୫ ବର୍ଷ ହିନ୍ଦୁ କଲେଜ ପରବିାର ପାଇଁ ହେଉଛି ଅମୃତକାଳ ସମୟ । ଯେତେବେଳେ ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ, ସେତେବେଳେ ହିନ୍ଦୁ ମହାବିଦ୍ୟାଳୟ ୧୫୦ତମ ପ୍ରତିଷ୍ଠା ଦିବସ ପାଳନ କରିବ ।ହିନ୍ଦୁ କଲେଜ ଏହି ଗୁରୁତ୍ୱପୂର୍ଣ୍ଣ ସମୟର ଏକବିଂଶ ଶତାବ୍ଦୀର ଗବେଷଣା, ଉଦ୍ଭାବନ, ଉଦ୍ୟମିତା ଏବଂ ସମାଧାନର କେନ୍ଦ୍ର ବିନ୍ଦୁ ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖିବା ଉଚିତ।