ନୂଆଦିଲ୍ଲୀ: ଇଂଲଣ୍ଡ ଦମଦାର ବ୍ୟାଟିଂ । ଭାରତରେ ଆଗରେ ରଖିଲା ୩୮୮ ରନର ବିଜୟ ଲକ୍ଷ୍ୟ । ୩ ଓ୍ବିକେଟ ବିନିମୟରେ ଦଳ ୩୮୭ ରନ କରିବାରେ ସକ୍ଷମ ହୋଇଛି । ଦଳ ପକ୍ଷରୁ ବେନ୍ ଡକେଟ୍ ୧୪୧ ରନର ପାଳି ଖେଳିଛନ୍ତି । ଏହାସହ ଜାକବ ବେଥଲ ଏବଂ ରୁଟ ଅର୍ଦ୍ଧଶତକୀୟ ପାଳି ଖଳି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇବାରେ ସହାୟକ ହୋଇଛନ୍ତି ।
ତୃତୀୟ ଦିନିକିଆରେ ଇଂଲଣ୍ଡ ଟସ୍ ଜିତିଥିବାବେଳେ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ବ୍ୟାଟ୍ସମ୍ୟାନ ଜାକବ ବେଥଲ ଏବଂ ବେନ୍ ଡକେଟ ପ୍ରଥମରୁ ଭାରତୀୟ ବୋଲରଙ୍କୁ ଅକଳରେ ପକାଇଥିଲେ । ଏହି ଯୋଡ଼ି ବଡ଼ ପାଳି ଖେଳିବାରେ ସଫଳ ହୋଇଥିଲେ । ଡକେଟ ୧୪୧ ରନ କରିଥିବାବେଳେ ବେଥର ୯୧ ରନ କରିଥିଲେ ।
ଏହି ଦୁଇ ଖେଳାଳିଙ୍କ ପରେ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ ଜୋ ରୁଟ୍ ଏବଂ ବଟଲର । ରୁଟ୍ ୭୪ ରନ କରିଥିବାବେଳେ ବଟଲର ବିସ୍ଫୋରକ ୧୩ ବଲରୁ ୪୧ ରନ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଦଳର ଅନ୍ୟତମ ବ୍ୟାଟ୍ସମ୍ୟାନ ଭାବେ ହେରି ବ୍ରୁକ୍ ୧୪ ରନ କରିବାରେ ସକ୍ଷମ ହୋଇଛନ୍ତି ।
ସେପଟେ ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨ ଏବଂ ପ୍ରିନ୍ସ ଯାଦବ ଗୋଟିଏ ଓ୍ବିକେଟ ନେବାରେ ସକ୍ଷମ ହୋଇଛନ୍ତି । ଦଳ ୫ ଜଣ ବୋଲରଙ୍କ ବ୍ୟବହାର କରିଥିଲା । ଏହି ଦୁଇଜଣଙ୍କୁ ଛାଡ଼ିଦେଲେ ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିବାବେଳେ ଓ୍ବିକେଟ ଅକ୍ତିଆର କରିବାରେ ବିଫଳ ହୋଇଥିଲେ । ଭାରତ ପକ୍ଷରୁ ଗୁରୁନୂର ବ୍ରାର ୧୦ ଓଭରରେ ୯୭ ରନ ବ୍ୟୟ କରିଥିବାବେଳେ ଓ୍ବିକେଟ ପାଇନଥିଲେ ।
ଏହାସହ ପଢ଼ନ୍ତୁ : AI Robot Fight : ମୁଣ୍ଡ ଅଲଗା ହୋଇଗଲା , ତଥାପି ଲଢିବା ଛାଡ଼ି ନଥିଲା ରୋବୋଟ୍ ! ଫାଇଟ୍ ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ