ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଭାରତ - ନ୍ୟୁଜିଲ୍ୟାଣ୍ଡ ତୃତୀୟ ଟେଷ୍ଟ, ପ୍ରଥମ ଇନିଂସରେ ୨୬୩ ରନରେ ଟିମ୍ ଇଣ୍ଡିଆ ଅଲଆଉଟ୍

Published By : Harapriya Biswal | November 2, 2024 1:53 PM

ନୂଆଦିଲ୍ଲୀ,୨।୧୧:  ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ମୁମ୍ବାଇରେ ଖେଳାଯାଉଛି। ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ରନ୍‌ରେ ହୋଇଛି ରନ୍ ଅଲଆଉଟ। ଏହା ସହ ଭ୍ରମଣକାରୀ ଟିମ୍‌ଠାରୁ ୨୮ ରନ୍‌ ଆଗୁଆ ରହିଛି। ପ୍ରଥମ ଇନିଂସରେ ଭାରତର ଶୁଭମାନ ଗିଲ ଏବଂ ଋଷଭ ପନ୍ତ ଚମତ୍କାର ପ୍ରଦର୍ଶନ କରିଥିଲେ। ଯଦିଓ ଗିଲ୍ ଶତକରୁ ବଞ୍ଚିତ ହୋଇଥିଲେ। ସେ ୯୦ ରନ୍‌ର ଏକ ଶକ୍ତିଶାଳୀ ଇନିଂସ ଖେଳିଥିଲେ। ପନ୍ତ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେଭଳି ୱାଶିଂଟନ୍ ସୁନ୍ଦର ମଧ୍ୟ ଏକ ଇନିଂଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡ ପାଇଁ ଅଜାଜ ପଟେଲ ୫ ୱିକେଟ୍ ନେଇଥିଲେ।

ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ୨୩୫ ରନ୍ କରିଥିଲା। ଏହାର ଜବାବରେ ଭାରତ ୨୬୩ ରନ୍ ସଂଗ୍ରହ କରି ୨୮ ରନ୍ ଅଗ୍ରଣୀ ରହିଛି। ଟିମ୍ ଇଣ୍ଡିଆ ପକ୍ଷରୁ ଗିଲ ଏବଂ ପନ୍ତ ଭଲ ଇନିଂସ ଖେଳିଥିଲେ। ଯଶସ୍ୱୀ ଜସୱାଲ ଏବଂ ରୋହିତ ଶର୍ମା ଓପନିଂ କରିବାକୁ ଆସିଥିଲେ। ରୋହିତ ୧୮ ରନ୍‌ କରି ଆଉଟ୍ ହୋଇଥିଲେ। ଗିଲ ୩୦  ରନ୍ ସ୍କୋର କରିବା ପରେ ଫେରିଯାଇଥିଲେ ପାଭିଲିୟନକୁ । ଭାରତ ମହମ୍ମଦ ସିରାଜଙ୍କୁ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ଦେଇଥିଲା। କିନ୍ତୁ ସେ ଖାତଖୋଲି ପାରିନଥିଲେ।

ଗିଲ ଭାରତ ପାଇଁ ଦମଦାର ବ୍ୟାଟିଂ କରିଥିଲେ। କିନ୍ତୁ ସେ ଶତକରୁ ବଞ୍ଚିତ ହୋଇଥିଲେ। ସେ ୧୪୬ ବଲରେ ୯୦ ରନ କରି ଆଉଟ୍ ହୋଇଥିଲେ। ଗିଲ୍‌ ଏହି ସମୟରେ ୭ଟି ଚୌକା ଏବଂ  ଗୋଟିଏ ଛକା ମାରିଥିଲେ। ଗିଲଙ୍କୁ ଅଜାଜ ପଟେଲ ଆଉଟ୍‌ କରିଥିଲେ। ପନ୍ତଙ୍କ ବିଷୟରେ ଯଦି କଥା  ହେବା ତେବେ ୬୦ ରନ୍‌ର ଇନିଂସରେ ୮ଟଚୌକା ଏବଂ ୨ଟି ଛକା ମାରିଥିଲେ।ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ୫ଟି ଓ୍ବିକେଟ ନେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.