ଇନ୍ଦୋର ; ୧୮/୧ : ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଅନ୍ତିମ ମ୍ୟାଚରେ ଭାରତର ବଡ଼ ପରାଜୟ । ୪୧ ରନରେ ଘରୋଇ ଦଳକୁ ହରାଇଲା ନ୍ୟୁଜିଲାଣ୍ଡ । ଏହି ମ୍ୟାଚରେ ପରାଜୟ ସହ ସିରିଜକୁ ୨-୧ ରେ ଜିତି ନେଇଛି ନ୍ୟୁଜିଲାଣ୍ଡ । ଭ୍ରମଣକାରୀ ଦଳ ଅନ୍ତିମ ମ୍ୟାଚ ବିଜୟ ସହ ସିରିଜକୁ କବଜା କରିଛି । ବିରାଟ କୋହଲି ଏହି ମ୍ୟାଚରେ ଦମଦାର ଶତକ କରିଥିଲେ । ତଥାପି ଦଳକୁ ପରାଜୟ ବରଣ କରିବାକୁ ପଡ଼ିଛି । ବିରାଟ ୧୦୮ ବଲରୁ ୧୨୪ ରନର ପାଳି ଖେଳିଥିଲେ । ମାତ୍ର ଶେଷ ସମୟରେ ଆଉଟ୍ ହୋଇଥିବାବେଳେ ଦଳ ହାରିଛି । ୩୩୮ ରନର ପିଛା କରିବାକୁ ଯାଇ ଭାରତ ୨୯୪ ରନରେ ଅଲଆଉଟ୍ ହୋଇଛି । ଫଳରେ ୪୧ ରନରେ ଦଳର ପରାଜୟ ହୋଇଛି ।
ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୭ ଓ୍ବିକେଟ ବିନିମୟରେ ୩୩୭ ରନ୍ କରିଥିଲା । ମିଚେଲ୍ ଏବଂ ଫିଲିପ୍ସଙ୍କ ଶତକୀୟ ପାଳି ବଳରେ ଦଳ ଏହି ବିଶାଳ ସ୍କୋର କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ବାକି କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରିନାହାନ୍ତି । ତେବେ ଭାରତ ପକ୍ଷରୁ ଅର୍ଶଦୀପ ଏବଂ ହର୍ଷିତ ରାଣା ୩ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଭାରତ ଏହି ସ୍କୋରକୁ ପିଛା କରିବାକୁ ଯାଇ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି । ରୋହିତ ଶର୍ମା, ଶୁଭମନ ଗିଲ୍, ଶ୍ରେୟସ ଆୟାର ଏବଂ କେ.ଏଲ ରାହୁଲଙ୍କ ଭଳି ଖେଳାଳି ଫ୍ଲପ ହୋଇ ଥିଲେ । କୋହଲିଙ୍କ ସହ ହର୍ଷିତ ରାଣା ଏବଂ ନୀତିଶ କୁମାର ରେଡ୍ଡି ଦମଦାର ପ୍ରଦର୍ଶନ କରିଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ ସୁଦ୍ଧା ଦଳକୁ ହାରିବାକୁ ପଡ଼ିଛି । ଶେଷ ସମୟରେ କୋହଲିଙ୍କ ସହ ହର୍ଷିତ ରାଣା ଦମଦାର ବ୍ୟାଟିଂ କରିଥିଲେ । ସେ ବଡ଼ ବଡ଼ ଛକା ମାରି ଦଳକୁ ବିଜୟ ପଥରେ ଅଗ୍ରସର କରାଉଥିଲେ । ସେ ୪ ଛକା ୪ ଚୌକା ବଳରେ ୫୨ ରନ କରିଥିଲେ । ମାତ୍ର ସେ ଆଉଟ୍ ହେବା ପରେ କୋହଲି ପ୍ରୟାସ କରିଥିଲେ । ଶେଷରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ତ୍ରୁଟି ଭାରତ ପରାଜୟର ମୁଖ୍ୟ କାରଣ ପାଲଟିଲା ବୋଲି ବିଶେଷଜ୍ଞମାନେ ମତ ଦେଉଛ