ନୂଆଦିଲ୍ଲୀ, ୨୬/୨ : ଭାରତ-ଜିମ୍ବାଓ୍ବେ ସୁପର-୮ ମୁକାବିଲା । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଜିମ୍ବାଓ୍ବେ । ଭାରତ ପ୍ରଥମେ ବ୍ୟାଟିଂ କରିବ । ଆଜିର ମ୍ୟାଚଟି ଭାରତ ପାଇଁ କର ବା ମର ରହିଛି । ଭାରତ ପ୍ରଥମେ ବ୍ୟାଟିଂ କରିଥିବାବେଳେ ବଡ଼ ସ୍କୋର କରିବ ବୋଲି ଆଶା ରଖାଯାଇଛି । ଆଜି ଦଳରେ ସଞ୍ଜୁ ସାମସନ ଏବଂ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିଛି । ଓ୍ବାଶିଂଟନ ସୁନ୍ଦର ଏବଂ ରିଙ୍କୁ ସିଂହଙ୍କ ଆଜି ପ୍ଲେଇଂ ୧୧ରୁ ବାଦ ଦିଆଯାଇଛି ।

ଚେନ୍ନାଇର ଚେପକ ସ୍ପିନରଙ୍କୁ ଭଲ ସୁହାଏ । ମାତ୍ର ଚଳିତ ବିଶ୍ବକପରେ ଏଠାରେ ମଧ୍ୟ ବ୍ୟାଟ୍ସମ୍ୟାନମାନେ ପ୍ରଭାବଶାଳି ବ୍ୟାଟିଂ କରିଛନ୍ତି । ଏଠାରେ ପେସରମାନେ ସଂଘର୍ଷ କରିଥିବା ଦେଖିବାକୁ ମିଳିଛି । ଆଜି ଓପନର ବଡ଼ ପାଳି ଖେଳିବାର ସମ୍ଭାବନା ରହିଛି । ଭାରତ ଆଜିର ମ୍ୟାଚ ଜିତିଲେ ସେମି ଆଶା ଉଜ୍ଜିବିତ ହେବ ।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଉଭୟ ଦଳ ଥରେ ମାତ୍ର ପରସ୍ପରକୁ ଭେଟିଛନ୍ତି । ୨୦୨୨ ବିଶ୍ୱକପ୍‌ରେ ମେଲବର୍ଣ୍ଣ ଗ୍ରାଉଣ୍ଡ୍‌ରେ ଉଭୟ ଦଳ ସାମ୍ନା ସାମ୍ନି ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚରେ ୨୫ଟି ବଲରୁ ୬୧ ରନ ସଂଗ୍ରହ କରିଥିଲେ । ଭାରତ ଉକ୍ତ ମ୍ୟାଚକୁ ୭୧ ରନ୍‌ରେ ଜିତିଥିଲା । ୨୦୦୨ ପରଠୁ ଜିମ୍ବାୱେ ଦଳ ଭାରତୀୟ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆକୁ ଭେଟିନାହିଁ । ଟି-ଟ୍ୱେଣ୍ଟିରେ ଉଭୟ ଦଳ ପରସ୍ପରକୁ ୧୦ଥର ଭେଟିଛନ୍ତି ଓ ଏଥିରୁ ଭାରତ ୯ଟି ମ୍ୟାଚ ଜିତିଛି ।​​​​​​​

​​​​​​​ଏହାସହ ପଢ଼ନ୍ତୁ : ପୁଲିସବାବୁଙ୍କ ଭିଡିଓ ଭାଇରାଲ : ଡ୍ୟାନ୍ସରଙ୍କ ଉପରେ କଲେ ଟଙ୍କା ବର୍ଷା