ନୂଆଦିଲ୍ଲୀ, ୨୬/୨ : ଖାକିବାବୁ କରୁଥିଲେ ମଜା । ଲୋକେ ଉଠାଇଲେ ଭିଡିଓ । ସୋସିଆଲ ମିଡିଆରେ ପୋଷ୍ଟ ପରେ ଭାଇରାଲ ହେଉଛି ଭିଡିଓ । ବିହାରର ବକ୍ସର ଜିଲ୍ଲାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିଯାଇଛି । ଯେଉଁଥିରେ ଡ୍ୟାନ୍ସରଙ୍କ ଉପରେ ଟଙ୍କା ପୋପାଡ଼ିଛନ୍ତି ପୁଲିସବାବୁ । ଏହାସହ ତାଙ୍କୁ ନିଜ ଉପରେ ବସାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ପୁଲିସ ବିଭାଗକୁ ଲୋକେ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି ।

ବାଗେଙ୍ଗୋଲା ପୁଲିସ ଷ୍ଟେସନର ଜଣେ କାର୍ଯ୍ୟରତ ସବ-ଇନସ୍ପିପେକ୍ଟରଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ ପୁଲିସର ଭାବମୂର୍ତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ଜନତା । ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଡ୍ୟାନ୍ସରଙ୍କ ଉପରେ ଟଙ୍କା ଫୋପାଡ଼ିଥିଲେ ପୁଲିସ ଅଧିକାରୀ ମନୀଷ କୁମାର । ଯାହାର ଭିଡିଓକୁ ସେଠାରେ ଥିବା ଲୋକେ ମୋବାଇଲରେ କଏଦ କରି ଦେଇଥିଲେ ।

ଦୁଇଦିନ ତଳେ ଏହି ଭିଡିଓଟି ଅପଲୋଡ ହୋଇଥିବାବେଳେ ଏହାକୁ ୟୁଜର୍ସମାନେ ବହୁଳ ମାତ୍ରାରେ ସେୟାର କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ସେପଟେ ଏସପି ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଏଭଳି ସ୍ବଭାବ ରଖିଥିବା ନିନ୍ଦନୀୟ । ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ୟୁଜର୍ସମାନେ ଭିଡିଓରେ ବିଭିନ୍ନ ଖରାପ କମେଣ୍ଟମାନ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ମିଳିଥିବା ଖବରକୁ ଯଦି ବିଶ୍ବାସ କରିବା ତାହେଲେ ପୁଲିସବାବୁଙ୍କୁ ସସପେଣ୍ଡ କରାଯାଇଛି । 

​​​​​​​ଏହାସହ ପଢ଼ନ୍ତୁ : ଶ୍ବଶୁର ଘରେ କଳାକନା ବୁଲାଇଲା ଜ୍ବାଇଁ: ଲୁଟିନେଲା ୪୦ କିଲୋ ରୂପା, ଅଧକେଜି ସୁନା