ନୂଆଦିଲ୍ଲୀ,୧୮/୦୧: କିଏ ଜିତିବ ମ୍ୟାଚ ? କାହାର ହେବ ସିରିଜ୍ ? ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ନିର୍ଣ୍ଣାୟକ ତୃତୀୟ ଦିନିକିଆ । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଟସ୍ ଜିତିଛି ଭାରତ । ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଛନ୍ତ ଅଧିନାୟକ ଶୁଭମନ ଗିଲ । ଭ୍ରମଣକାରୀ କିୱି ଦଳକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ଭାରତ । ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ । ଭାରତୀୟ ଦଳ ତାର ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ଅର୍ଶଦୀପ ସିଂହଙ୍କୁ ସାମିଲ କରିଛି ।
ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସାରିଛନ୍ତି । ତୃତୀୟ ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ନ୍ୟୁଜିଲାଣ୍ଡ ଆଜି ପର୍ଯ୍ୟନ୍ତ ଭାରତରେ କୌଣସି ଦିନିକିଆ ସିରିଜ ଜିତି ନାହିଁ । ଗତ ବର୍ଷ ଭାରତ ଆସି ଟେଷ୍ଟ ସିରିଜକୁ ୩-୦ରେ ମୂଳପୋଛ କରିବା ପରେ ନ୍ୟୁଜିଲାଣ୍ଡର ମନୋବଳ ଢ଼େର ଊଦ୍ଧ୍ୱର୍ରେ ରହିଛି । ଆଜିର ମ୍ୟାଚ ଜିତିବାକୁ କଳବଳ କୌଶଳ ଲଗାଇବ ଦଳ । କିଏ ମ୍ୟାଚ ସହ ସିରିଜ ଜିତୁଛି ତାହା ଉପରେ ଫ୍ୟାନ୍ସଙ୍କ ନଜର ରହିଛି ।
A look at #TeamIndia's Playing XI for the decider 🙌
— BCCI (@BCCI) January 18, 2026
Updates ▶️ https://t.co/KR2ertVmpx#INDvNZ | @IDFCFIRSTBank pic.twitter.com/EtixO5NZg3
🚨 Toss Update 🚨 #TeamIndia win the toss in the decider and elect to bowl first.
— BCCI (@BCCI) January 18, 2026
Updates ▶️ https://t.co/KR2ertVUf5#INDvNZ | @IDFCFIRSTBank pic.twitter.com/2VBlbox60u
ଯେପରି କି ଆମେ ଆକଳନ କରୁଥିଲୁ ଟସ୍ ଜିତିବା ଗୁରୁତ୍ୱ ବହନ କରିବ । ଭାରତ ଟସ୍ ଜିତି ସାରିଛି । ଏହା ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ ବୋଲି ଆଶା। ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ଶୃଙ୍ଖଳିତ ଖେଳ ପ୍ରଦର୍ଶନ କରି ଭାରତର ଚିନ୍ତା ବଢ଼ାଇ ଦେଇଛି । ସ୍ପିନରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟରଙ୍କ ବିଫଳତା ମଧ୍ୟ ପରାଜୟର ଅନ୍ୟ ଏକ କାରଣ ସାଜିଛି । ନ୍ୟୁଜିଲାଣ୍ଡର ବୋଲିଂ ବିଭାଗରେ ରହିଥିବା ବିଭିନ୍ନତା ଭାରତୀୟ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସଫଳ ହେଉଛି । ଦ୍ୱିତୀୟରେ ବ୍ୟାଟିଂ କରିବ ଭାରତ । ତେଣୁ ପ୍ରାରମ୍ଭରୁ ଶୃଙ୍ଖଳିତ ବୋଲିଂ କରି ନ୍ୟୁଜିଲାଣ୍ଡକୁ କମ୍ ସ୍କୋର ମଧ୍ୟରେ ସୀମିତ ରଖିବାକୁ ପଡ଼ିବ । ହୋଲକାର ଷ୍ଟାଡ଼ିୟମ୍ ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଦ୍ୱିତୀୟ ଦିନିକିଆରେ ଶତକୀୟ ପାଳି ଖେଳିଥିବା କେଏଲ ରାହୁଲଙ୍କ ଉପରେ ନଜର ରହିବ ।
ଭାରତୀୟ ଏକାଦଶ;ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ନୀତିଶ କୁମାର ରେଡ୍ଡୀ/ଆୟୂଷ ବାଦୋନି, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ ।
ନ୍ୟୁଜିଲାଣ୍ଡ ଏକାଦଶ; ଡେଭନ କନୱେ, ହେନରୀ ନିକୋଲ୍ସ, ୱିଲ ୟଙ୍ଗ, ଡାରିଲ ମିଚେଲ, ମାଇକେଲ ହେ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍ (ଅଧିନାୟକ), ଜ୍ୟାକ୍ ଫୋଲ୍କସ, କେଲି ଜାମିସନ, କ୍ରିଷ୍ଟିଆନ କ୍ଲାର୍କ, ଜେଡନ ଲେନକ୍ସ ।