ନୂଆଦିଲ୍ଲୀ,୧୭/୦୧: ଖୋ ଖୋ ବିଶ୍ୱକପ୍‌ରେ ଭାରତର ପୁରୁଷ  ଓ ମହିଳା ଦଳ ଶ୍ରେଷ୍ଠ ପ୍ରଦର୍ଶନ  ଜାରି ରଖିଛନ୍ତି । ଉଭୟ ଦଳ ଗ୍ରୁପ୍‌  ପର୍ଯ୍ୟାୟରେ ଅପରାଜେୟ ସହ କ୍ୱାର୍ଟର  ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ପୁରୁଷ ଦଳ ଆଜି ଗ୍ରୁପ୍‌ ଏ’ର  ଅନ୍ତିମ ମ୍ୟାଚ୍‌ରେ ଭୂଟାନକୁ ଭେଟିଥିଲା ।  ଭୂଟାନ ୩୪-୭୧ ପଏଣ୍ଟରେ ପରାଜିତ  ହୋଇଥିଲା । କ୍ରମାନ୍ୱୟରେ ଚତୁର୍ଥ  ବିଜୟ ସହ ୧୨ ପଏଣ୍ଟ ପାଇ ଗ୍ରୁପ୍‌  ଟପ୍ପର ହୋଇଛି ଭାରତ । ସେମିତି  ମହିଳାରେ ୩ଟି ବିଜୟ ସହ ୯ ପଏଣ୍ଟ  ପାଇ ଟେବୁଲରେ ଶୀର୍ଷରେ ରହିଛି । ମହିଳାରେ ଭାରତ ୧୦୦- ୨୦ରେ ମାଲେସିଆକୁ ପରାଜିତ  କରିଥିଲା । କ୍ୱାର୍ଟର ଫାଇନାଲରେ ଦଳ  ବାଂଲାଦେଶକୁ ଭେଟିବ