ନୂଆଦିଲ୍ଲୀ,୧୭/୦୧: ଖୋ ଖୋ ବିଶ୍ୱକପ୍ରେ ଭାରତର ପୁରୁଷ ଓ ମହିଳା ଦଳ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଛନ୍ତି । ଉଭୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ସହ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ପୁରୁଷ ଦଳ ଆଜି ଗ୍ରୁପ୍ ଏ’ର ଅନ୍ତିମ ମ୍ୟାଚ୍ରେ ଭୂଟାନକୁ ଭେଟିଥିଲା । ଭୂଟାନ ୩୪-୭୧ ପଏଣ୍ଟରେ ପରାଜିତ ହୋଇଥିଲା । କ୍ରମାନ୍ୱୟରେ ଚତୁର୍ଥ ବିଜୟ ସହ ୧୨ ପଏଣ୍ଟ ପାଇ ଗ୍ରୁପ୍ ଟପ୍ପର ହୋଇଛି ଭାରତ । ସେମିତି ମହିଳାରେ ୩ଟି ବିଜୟ ସହ ୯ ପଏଣ୍ଟ ପାଇ ଟେବୁଲରେ ଶୀର୍ଷରେ ରହିଛି । ମହିଳାରେ ଭାରତ ୧୦୦- ୨୦ରେ ମାଲେସିଆକୁ ପରାଜିତ କରିଥିଲା । କ୍ୱାର୍ଟର ଫାଇନାଲରେ ଦଳ ବାଂଲାଦେଶକୁ ଭେଟିବ

କିଏ ଜିତିବି ଦିଲ୍ଲୀର ଦିଲ୍ ? ଆପର ୩ ହେବିୱେଟ୍ ପଛୁଆ,...