ଭୁବନେଶ୍ୱର,୨୪/୦୧: ମାର୍ଚ୍ଚ ୧୯ରୁ ୨୨ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଦ୍ୱାରକାସ୍ଥିତ ୟଶୋଭୂମିଠାରେ ଆୟୋଜିତ ହେଉଛି ଭାରତ ଇଲେକ୍ଟ୍ରିସିଟି ସମିଟ୍-୨୦୨୬ । ସମିଟ୍‌ରେ ୫୦ରୁ ଊଦ୍ଧ୍ୱର୍ ଉଚ୍ଚସ୍ତରୀୟ ଅଧିବେଶନ ହେବ । ଯୋଗ ଦେବେ ୩୦୦ରୁ ଊଦ୍ଧ୍ୱର୍ ବକ୍ତା, ୧୦୦୦ ପ୍ରତିନିଧି ଏବଂ ୫୦୦ ପ୍ରଦର୍ଶକ । ୨୫,୦୦୦ରୁ ଊଦ୍ଧ୍ୱର୍ ପରିଦର୍ଶକ ଏହାକୁ ପରିଦର୍ଶନ କରିବେ ବୋଲି ଅନୁମାନ କରାଯାଉଛି ।

ଶକ୍ତି ମନ୍ତ୍ରାଳୟର ନେତୃତ୍ୱରେ ଏବଂ ଇଞ୍ଜିନିୟରିଂ ଏକ୍ସପୋର୍ଟ ପ୍ରମୋଶନ୍ କାଉନ୍ସିଲ୍(ଇଇପିସି ଇଣ୍ଡିଆ) ସହଯୋଗିତାରେ ଏହି ସମ୍ମିଳନୀ ହେଉଛି । ଏଥିରେ ମିଳିତ ସହଯୋଗ କରୁଛନ୍ତି ପାୱାର୍ଗ୍ରୀଡ(ନୋଡାଲ ଏଜେନ୍ସି), ଏନ୍‌ଟିପିସି, ପିଏଫ୍‌ସି , ଆର୍‌ଇସି ଏବଂ ଏନ୍ଏଚ୍‌ପିସି । ଏହି ସମ୍ମିଳନୀ ଅନ୍ତର୍ଗତ ଗତ ୨୧ ତାରିଖରେ ଅଂଶୀଦାରମାନଙ୍କ ଏକ ରୋଡ୍ ସୋ’ କୋଲକାତାରେ ଆୟୋଜନ କରାଯାଇଥିଲା । ଏଥିମଧ୍ୟରେ ପାୱାର୍‌ଗ୍ରୀଡର କର୍ପୋରେଟ୍ କମ୍ୟୁନିକେଶନ୍ ଇଡି ଆଦୀଶ କୁମାର ଗୁପ୍ତାଙ୍କ ସମେତ ଅନ୍ୟ ପ୍ରମୁଖ ଶିଳ୍ପ ଅଂଶୀଦାରମାନେ ରହିଥିଲେ ।