ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ନିଷ୍ପତ୍ତିରେ ମାଲେମାଲ ଭାରତ, ଦେବେଳିଆ ପାକିସ୍ତାନ

Published By : Soubhagya Ranjan | February 2, 2025 5:08 PM

Image source: ABP Live

ନୂଆଦିଲ୍ଲୀ,୦୨/୦୨: ବିଦେଶି ମୁଦ୍ରା ଭଣ୍ଡାରରେ ଲଗାତର ୭ ସପ୍ତାହ ଧରି ଲାଗି ରହିଥିବା ହ୍ରାସରେ ଏବେ ପୂର୍ଣ୍ଣଛେଦ ପଡ଼ିଛି। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ୦.୫ ପ୍ରତିଶତ ମଜବୁତ ହୋଇଛି। ୨୪ ଜାନୁଆରୀ ୨୦୨୫ରେ ଶେଷ ହୋଇ‌ଥିବା ବାଣିଜ୍ୟିକ ସପ୍ତାହ ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ଭାରତର ଟଙ୍କା ୦.୫ ପ୍ରତିଶତ ମଜବୁତ ହୋଇଛି। ଏହି ମଜବୁତ ହେବାର କାରଣ ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ୫.୫ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି। ତେବେ ବୈଦେଶିକ ମୁଦ୍ରା ଭଣ୍ଡାରକୁ ନେଇ ଭାରତ ପାଇଁ ଏକ ଖୁସି ଖବର ଥିବାବେଳେ ପଡ଼ୋଶୀ ଦେଶ ପାକିସ୍ତାନ ପାଇଁ ଏକ ଖରାପ ଖବର ଅଛି। କହିରଖୁଛୁ ଯେ, ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟିଛି।

ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିରୁ ପଡ଼ିଲା ପ୍ରଭାବ: 

ଯେତେବେଳେ ନବ ନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ କ୍ଷମତା ଗ୍ରହଣ କଲେ, ସେ ତୁରନ୍ତ ଶୁଳ୍କ ଲାଗୁ ନକରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଏସୀୟ ମୁଦ୍ରାକୁ ଆଶ୍ବସ୍ତି ଦେଇଥିଲା। ଟଙ୍କାର ମଜବୁତ ହେବାର ଏହା ଅନେକ କାରଣ ମଧ୍ୟରୁ ଗୋଟିଏ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୪ ଜାନୁୟାରୀ ୨୦୨୫ ଶେଷ ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୫.୫୭୪ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି।

ପାକିସ୍ତାନର ଅବସ୍ଥା ଖରାପ: 

ଗୋଟିଏ ପଟେ ଭାରତର ପକେଟ ଡଲାରରେ ପରିପୂର୍ଣ୍ଣ ଥିବାବେଳେ ପଡ଼ୋଶୀ ଦେଶ ପାକିସ୍ତାନ ଆଜିକାଲି ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବର ସମ୍ମୁଖୀନ ହେଉଛି। ୨୪ ଜାନୁଆରୀ ୨୦୨୫ ଶେଷ ସପ୍ତାହରେ, ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ୧୩୭.୨ ମିଲିୟନ ଡ଼ଲାରର ଅଭାବ ରେକର୍ଡ କରାଯାଇଥିଲା। ଏହି ହ୍ରାସ ଯୋଗୁଁ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ବର୍ତ୍ତମାନ ୧୬.୦୫୨ ବିଲିୟନ ଡ଼ଲାରକୁ ହ୍ରାସ ପାଇଛି।

ସୁନା ଏବଂ ଏସ୍‌ଡିଆର୍‌ରେ ମଧ୍ୟ ହୋଇଛି ବୃଦ୍ଧି: 

ଭାରତର ସୁନା ଭଣ୍ଡାର ଏବଂ ବିଶେଷ ଆହରଣ ଅଧିକାର (ଏସ୍‌ଡିଆର) ର ବୃଦ୍ଧି ଆର୍ଥିକ ସ୍ଥିରତାକୁ ଆହୁରି ମଜବୁତ କରିଛି। କେନ୍ଦ୍ର ବଜେଟ୍ ୨୦୨୫ ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁନା ଏବଂ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯାହା ଘରୋଇ ବଜାରରେ ସେମାନଙ୍କର ଚାହିଦା ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଭାରତର ସୁନା ଭଣ୍ଡାର ୮୦୦ ଟନରୁ ଅଧିକ ବୃଦ୍ଧି ପାଇଛି, ଯାହା ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ଏକ ସୁରକ୍ଷିତ ବିନିଯୋଗ ବିକଳ୍ପ ଭାବେ ଉଭା ହୋଇଛି। ଏହାରି ଭିତରେ ଏସ୍‌ଡିଆର୍‌ ମଧ୍ୟ ବୃଦ୍ଧି ପାଇଛି, ଯାହାଦ୍ୱାରା ଭାରତର ଆନ୍ତର୍ଜାତୀୟ ଆର୍ଥିକ ସ୍ଥିତି ଦୃଢ଼ ହେବ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.