ଭୁବନେଶ୍ଵର, ୦୯/୦୫ : ସାରା ଦେଶରେ ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ। ଆତଙ୍କିତ ନହେବାକୁ ଦେଶବାସୀଙ୍କୁ IOCLର ପରାମର୍ଶ। ଶୁକ୍ରବାର ସକାଳେ ଏକ୍ସରେ ପୋଷ୍ଟ କରି କମ୍ପାନୀ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଇଣ୍ଡିଆନ୍ ଅଏଲ୍‌ର ଯୋଗାଣ ଲାଇନ୍ ସୂଚାରୁ ରୂପେ କାମ କରୁଛି। ସମସ୍ତ ଆଉଟଲେଟ୍‌ରେ ଇନ୍ଧନ ଏବଂ ଏଲପିଜି ଉପଲବ୍ଧ ରହିଥିବା ସୁନିଶ୍ଚିତ କରାଯାଇଛି। ତେଣୁ ଚିନ୍ତିତ ହୋଇ ଆବଶ୍ୟକ ଠାରୁ ଅଧିକ ଇନ୍ଧନ କିଣନ୍ତୁ ନାହିଁ। ଅଯଥା ଭିଡ଼ ସୃଷ୍ଟି କରନ୍ତୁ ନାହିଁ। ବିନା ବାଧାବିଘ୍ନରେ ସମସ୍ତଙ୍କ ନିକଟରେ ଇନ୍ଧନ ପହଞ୍ଚିବ। 

ଏବେ ଭାରତ-ପାକିସ୍ତାନ ଯୁଦ୍ଧ ଘନେଇବାରେ ଲାଗିଛି। ଏଭଳି ସମୟରେ ଜରୁରୀ ସାମଗ୍ରୀର ଅଭାବ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଇଣ୍ଡିଆନ୍ ଅଏଲ୍ ତାର ଗ୍ରାହକଙ୍କୁ ଆଶ୍ଵସନା ଦେଇଛି। ଦେଶର ସଙ୍କଟ କାଳରେ ସପ୍ଲାଇ ଚେନ୍‌କୁ ନିର୍ବାଧ ରଖିବାକୁ ଭରସା ଦେଇଛି। ଯୁଦ୍ଧ ଭଳି ସ୍ଥିତିରେ ଯେପରି ଦେଶରେ ଉର୍ଜା ସଙ୍କଟ ସୃଷ୍ଟି ନହେବ ସେଥିପ୍ରତି ସଜାଗ ରହିଛି। 

ଏହି ଖବରଟିକୁ ପଢନ୍ତୁ- ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ରେଳବାଇର ବଡ଼ ଘୋଷଣା, ଚାଲିବ ୩ଟି ସ୍ପେଶାଲ ଟ୍ରେନ୍