ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମିଡିଲ-ଇଷ୍ଟ ଯୁଦ୍ଧର ଫାଇଦା ଉଠାଉନି ଭାରତ , ବହୁତ କ୍ଷତି ହେଉଛି : ଏସ୍‌ ଜୟଶଙ୍କର

Published By : Prameya | October 5, 2024 4:48 PM

ନୂଆଦିଲ୍ଲୀ : ମଧ୍ୟ ପୂର୍ବରେ ଚାଲିଥିବା ହମାସ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଖୁବ୍‌ ଚିନ୍ତା ବଢାଇ ଦେଇଛି। ଭାରତର ବିଦେଶ ମନ୍ତ୍ରୀ ଏସ୍‌ . ଜୟଶଙ୍କର ଏହା ଉପରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ , ଏହି ସଂଘର୍ଷ କେବଳ ଏକ କ୍ଷେତ୍ରୀୟ ସମସ୍ୟା ନୁହେଁ , ବରଂ ଏଥିରେ ବୈଶିକ ସ୍ତରରେ ଅସ୍ଥିରତାର ବିପଦ ବଢି ଯାଇଛି। ସେ ଏହାକୁ ଗଭୀର ଚିନ୍ତାର ବିଷୟ କହିଛନ୍ତି , ଯେଉଁଥିରେ ଭାରତ ସମେତ ପୂରା ଦୁନିଆ ପ୍ରଭାବିତ ହେଉଛି। ଜୟଶଙ୍କର ସ୍ପଷ୍ଟ ଭାବେ କହିଛନ୍ତି ଯେ, ଭାରତ ମିଡିଲ ଇଷ୍ଟର ଏହି ଯୁଦ୍ଧର ଫାଇଦା ଉଠାଉ ନାହିଁ ବରଂ ଏଥିରେ ଏହାର କ୍ଷତି ହେଉଛି। ଚିନ୍ତା ବଢି ଯାଇଛି।  

ବିଦେଶ ମନ୍ତ୍ରୀ ଏସ୍‌ .ଜୟଶଙ୍କର କହିଛନ୍ତି , ମଧ୍ୟ ପୂର୍ବ ଆଜି ଏକ ଅବସର ନୁହେଁ , ବରଂ ଗଭୀର ଚିନ୍ତାର ବିଷୟ। ସଂଘର୍ଷ ବଢିବାରେ ଲାଗିଛି ଏବଂ ଏହାର ପ୍ରଭାବ କେବଳ ସେଠାରେ ନାହିଁ , ବରଂ ପୂରା ବିଶ୍ୱ ଉପରେ ପଡ଼ୁଛି। ସେ କହିଛନ୍ତି ଯେ, ଗ୍ଲୋବାଲ ସପ୍ଲାଇ ଚେନ୍ ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ୁଛି , ଯେଉଁଥିରେ ଭାରତ ସମେତ ଅନ୍ୟ ଦେଶ ଗୁଡ଼ିକୁ ଆର୍ଥିକ ଓ ସୁରକ୍ଷା ସମ୍ୱନ୍ଧୀୟ ଚ୍ୟାଲେଞ୍ଜର ସାମନା କରିବାକୁ ପଡ଼ିପାରେ। 

ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି , ଏହି ସଂଘର୍ଷ ଲଗାତାର ବଢିବାରେ ଲାଗିଛି- ପ୍ରଥମେ ଆମେ ଏକ  ଆତଙ୍କୀ ହମଲା ( ୭ ଅକ୍ଟୋବର, ୨୦୨୩ରେ ହମାସର ହଠାତ୍‌ ଇସ୍ରାଏଲ ଉପରେ ଆକ୍ରମଣ)  ଦେଖିଲୁ ,ଏହାପରେ ଏହାର ଜୋରଦାର ପ୍ରତିକ୍ରିୟା ହେଲା , ଏହାପରେ ଗାଜାରେ ଯାହା କିଛି ହେଲା ,ତାହା ସମସ୍ତଙ୍କ ସାମନାରେ। ଏବେ ଆମେ ଦେଖୁଛୁ କି ଏହି ସଂଘର୍ଷ ଲେବାନନ ଯାଏ ବ୍ୟାପି ଗଲାଣି , ଯେଉଁଠି ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ବଢୁଛି । ସେପଟେ ହୁଥି ବିଦ୍ରୋହୀ ଲାଲ ସାଗରରେ ହମଲା କରୁଛି। 

ଜୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ, ଏହି ସଂଘର୍ଷ ବୈଶ୍ୱିକ ସମସ୍ୟା ଗୁଡ଼ିକୁ ସୃଷ୍ଟି କରୁଛି। ସେ କହିଛନ୍ତି , ଏହା କେବଳ କୌଣସି ଏକ କ୍ଷେତ୍ରର ସମସ୍ୟା ନୁହେଁ  ଏବଂ ଏହି ଭାବିବା ଭୁଲ ହେବ କି କେହି ନିରପେକ୍ଷ ରହି ଏଥିରେ ଲାଭ ଉଠାଇ ପାରିବ। ବୈଶ୍ୱିକରଣର ଏହି ଯୁଗରେ , କୌଣସି ବି ସ୍ଥାନରେ ହେଉ ଥିବା ସଂଘର୍ଷ/ ଯୁଦ୍ଧ କେଉଁଠି ନା କେଉଁଠି ଦୁନିଆର ଅନ୍ୟ ଭାଗରେ ପ୍ରଭାବ ପକାଇ ଥାଏ। ଏଥିରେ କୌଣସି ନା କୌଣସି ପ୍ରକାରର ସପ୍ଲାଇ ଚେନ୍‌ ଉପରେ ପ୍ରଭାବ ପଡ଼ିବ।

ଜୟଶଙ୍କର ଆହୁରି କହିଛନ୍ତି କି , ଆଜି ସାରା ଦୁନିଆରେ ହେଉଥିବା ସଂଘର୍ଷ, ତାହା ୟୁକ୍ରେନରେ ହେଉ ବା   ମଧ୍ୟ ପୂର୍ବ ଓ ପଶ୍ଚିମ ଏସିଆରେ, ଏହି ଅସ୍ଥିରତାର ବଡ଼ କାରଣ ପାଲଟି ସାରିଛି। ସେ କହିଛନ୍ତି , ଏହା ପୂରା ଦୁନିଆ ପାଇଁ , ଯେଉଁଥିରେ ଆମେ ମଧ୍ୟ ସାମିଲ ଅଛେ , ଯାହାକି ଖୁବ୍‌ ଚିନ୍ତାର ବିଷୟ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.