ନୂଆଦିଲ୍ଲୀ,୮।୧: ପୁଣିଥରେ ସୁଧରୁଛି ଭାରତ ଓ ମାଳଦ୍ବୀପ ସମ୍ପର୍କ। ମହମ୍ମଦ ମୋଇଜୁ ରାଷ୍ଟ୍ରପତି ହେବାପରେ ଦୁଇ ଦେଶର ସମ୍ପର୍କ ଖରାପ ହୋଇଥିଲା। କିନ୍ତୁ ଆର୍ଥିକ ଝଟକା ଲାଗିବା ପରେ ଏବେ ଖରାପ ସମୟରେ ବ୍ୟାକଫୁଟ୍ରେ ମାଳଦ୍ବୀପ । ଏବେ ମାଳଦ୍ବୀପ ସରକାରଙ୍କ ମନ୍ତ୍ରୀ ଜଣକ ପରେ ଜଣେ ଭାରତ ଆସୁଛନ୍ତି। ନିକଟରେ ମାଳଦ୍ବୀପର ବୈଦେଶିକ ଭାରତ ଆସିଥିଲେ। ସେ ଯିବା ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ଘାସନ ଭାରତ ଆସିଛନ୍ତି। ଏଠାରେ ସେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିଛନ୍ତି। ରାଜନାଥ ମଧ୍ୟ ନିଜ ମାଳଦ୍ବୀପ ପ୍ରତିପକ୍ଷଙ୍କ ସହ ଆଗାମୀ ସୁସମ୍ପର୍କ ରକ୍ଷା ନେଇ ଆଲୋଚନା କରଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ଦୁଇ ଦେଶ ଭିତରେ ସ୍ଥାୟୀ, ଆଧ୍ୟାତ୍ମିକ, ଐତିହାସିକ, ଭାଷା ଓ ଜାତୀୟ ସମ୍ପର୍କ ଉପରେ ଜୋର ଦେଇଛନ୍ତି। ଏହା ସହ ସମ୍ପର୍କକୁ ଘନିଷ୍ଠ ଓ ସୌହାର୍ଦ୍ଧପୂର୍ଣ୍ଣ ବୋଲି କହିଛନ୍ତି। ରାଜନାଥ କହିଛନ୍ତି, ମାଳଦ୍ବୀପ ଭାରତର ପଡୋଶୀ ପ୍ରଥମ ନୀତି ଅନୁସାରେ, ଏକ ବିଶେଷ ସ୍ଥାନ ରଖିଥାଏ, ଯାହାକି ଆଞ୍ଚଳିକ ସ୍ଥିରତା ଓ ସମୃଦ୍ଧି ସୁନିଶ୍ଚିତ କରିବା ଉଦେଶ୍ୟରେ ଏକ ରଣନୈତିକ ଢାଞ୍ଚା। ସେ କହିଛନ୍ତି, ମାଳଦ୍ବୀପ ଭାରତର ପଡୋଶୀ ପ୍ରଥମ ନୀତି ଅନୁସାରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି। ଏହାର ଉଦେଶ୍ୟ ଭାରତ ମହାସାଗରରେ ସ୍ଥିରତା ଓ ସମୃଦ୍ଧି ଆଣିବା।’