PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଦେଶରେ ପୁଣି ମୁଣ୍ଡ ଟେକୁଛି କରୋନା; ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୨୦୦୦ ପାର୍‌; ୧୫୨ ଦିନରେ ସବୁଠୁ ଅଧିକ

Image Courtesy: India Today

ନୂଆଦିଲ୍ଲୀ, ୨୯/୦୩: ଦେଶରେ ପୁଣି ମୁଣ୍ଡ ଟେକୁଛି କରୋନା ସଂକ୍ରମଣ ମାମଲା। ଦେଶରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ମାମଲା ୨୧୫୧ ଟି ଚିହ୍ନଟ କରାଯାଇଥିବା ବେଳେ ଏନେଇ ଚିନ୍ତା ବଢ଼ିବାରେ ଲାଗିଛି। ବଡ଼ କଥା ହେଉଛି ଗତକାଲି କରୋନାର ୧୫୭୩ ଟି ମାମଲା ପଞ୍ଜିକୃତ ହୋଇଥିଲା। ଅର୍ଥାତ୍ ଗତକାଲି ତୁଳନାରେ ଆଜି ୫୭୮ ଅଧିକ ସଂକ୍ରମଣ ସାମ୍ନାକୁ ଆସିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ଏବେ ଦୈନିକ ସଂକ୍ରମଣ ହାର ୧.୫୧ ପ୍ରତିଶତ ହୋଇଛି। ନୂଆ ସଂକ୍ରମଣକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ସଂଖ୍ୟା ୪ କୋଟି ୪୭ ଲକ୍ଷ ୯ ହଜାର ୬୭୬ ହୋଇଛି। ଏଥରେ ୫୩ ଲକ୍ଷ ୮୪୮ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ୯୦୩ ରହିଛି। ସେହିପରି ଦେଶରେ ଏପର୍ଯ୍ୟନ୍ତ ୨୦ କୋଟି ୬୫ ଲକ୍ଷ ୭୬ ହଜାର ୬୯୭ ଡୋଜ୍ ଟିକା ଦିଆଯାଇସାରିଛି।

ସମ୍ବନ୍ଧିତ ଖବର