ନୂଆଦିଲ୍ଲୀ, ୧୬/୧୨ : ଜାମ୍ମୁ କାଶ୍ମୀର ଓ ଲଦ୍ଦାଖ ଆମର ଥିଲା, ଅଛି ଓ ରହିବ... ମିଳିତ ଜାତିସଙ୍ଘରେ ପାକିସ୍ତାନକୁ ଆଇନା ଦେଖାଇଲା ଭାରତ। ୟୁଏନ ସୁରକ୍ଷା ପରିଷଦରେ ଶାନ୍ତି ଓ ଜାମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇ ପାକିସ୍ତାନ ବେଜିତ୍। ହକ୍ ଜତାଇବା ବେଳେ ଧୋଇଦେଲା ଭାରତ। ଆତଙ୍କବାଦ ଓ ସିନ୍ଧୁ ଜଳ ଚୁକ୍ତିକୁ ନେଇ ବୈଶ୍ଵିକ ମଞ୍ଚରେ ଅପମାନିତ ହେଲା ଆତଙ୍କୀସ୍ତାନ। ପ୍ରତି ଥର ଭଳି ଏଥର ବି ମୁହଁତୋଡ଼ ଜବାବ ଦେଲା ଭାରତ। ଆଉ କେତେ ସରି ହେଲେ ପାକିସ୍ତାନର ଛାଡ଼ିବ ମୁହଁ ଫୁଟାଣି।

ମିଳିତ ଜାତିସଙ୍ଘରେ ଭାରତର ରାଷ୍ଟ୍ରଦୂତ ହରିଶ ପର୍ବଥାନେନି କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖ କେନ୍ଦ୍ରଶାସିତ ଅଞ୍ଚଳ ଭାରତର ଅଭିନ୍ନ ଅଂଶ ଓ ଅବିଭାଜିତ ଅଙ୍ଗ। ତାହା ପୂର୍ବରୁ ଭାରତର ଅଂଶ ଥିଲା ଏବଂ ସବୁବେଳ ପାଇଁ ରହିବ। ସେହିପରି ସିନ୍ଧୁ ଜଳ ଚୁକ୍ତି ନେଇ ସେ କହିଛନ୍ତି ଯେ, ଆତଙ୍କବାଦର ବୈଶ୍ଵିକ କେନ୍ଦ୍ରସ୍ଥଳୀ ପାକିସ୍ତାନ ସହ ଭାରତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିଛି। ଯେପର୍ଯ୍ୟନ୍ତ ପାକିସ୍ତାନରେ ଜନ୍ମ ନେଉଥିବା ଆତଙ୍କବାଦ ସମ୍ପୂର୍ଣ୍ଣ ରୂପେ ମୂଳପୋଛ ନହେବ ସେପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ। ସେହିପରି ଆତଙ୍କବାଦ ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ, ପାକିସ୍ତାନ ଦ୍ଵାରା ପ୍ରାୟୋଜିତ ଆତଙ୍କବାଦ ପାଇଁ ହଜାର ହଜାର ଭାରତୀୟଙ୍କ ଜୀବନ ଯାଇଛି। ଚଳିତ ବର୍ଷ ଏପ୍ରିଲ ମାସରେ ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଜଣେ ବିଦେଶୀ ନାଗରିକଙ୍କ ସମେତ ୨୬ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା।

ଭାରତ ପୁଣି କହିଛି ଯେ, ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଜେଲରେ ରଖାଯାଇଛି। ତାଙ୍କ ପାର୍ଟି ପିଟିଆଇ ଉପରେ ପ୍ରତିବନ୍ଧକ ଲାଗିଛି। ୨୭ତମ ସମ୍ବିଧାନ ସଂଶୋଧନ କରି ସେନା ପ୍ରମୁଖ ଅସୀମ ମୁନିରଙ୍କୁ ପ୍ରତିରକ୍ଷା କ୍ଷେତ୍ରରେ ଆଜୀବନ ଅଖଣ୍ଡ କ୍ଷମତା ଦିଆଯାଇଛି।

ଏହି ଖବରଟିକୁ ପଢନ୍ତୁ- ଜୋର୍ଡାନ ସହ ଭାରତର ବଡ଼ ଚୁକ୍ତି, ଆହୁରି ମଜବୁତ ହେଲା ଦ୍ଵିପାକ୍ଷିକ ସମ୍ପର୍କ, ଆଜି ଇଥିଓପିଆ ଯିବେ ମୋଦି