ନୂଆଦିଲ୍ଲୀ,୧୭।୩: ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ପାକିସ୍ତାନ କରିଛି ବଡ଼ ଧରଣର ହମଲା।ଏହି ଆକ୍ରମଣ ଏକ ହସ୍ପିଟାଲ ଉପରେ ହୋଇଥିଲା। ଏଥିରେ ୪୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣାକୁ ଭାରତ କଡ଼ା ସମାଲୋଚନା କରିଛି। ବୈଦେଶିକ ମନ୍ତ୍ରଣାଳୟ, ମଙ୍ଗଳବାର ପାକିସ୍ତାନକୁ ନିନ୍ଦା କରିଛି। ମନ୍ତ୍ରଣାଳୟ କହିଛି ଏହି କାର୍ଯ୍ୟ ଅତି ନୀଚ୍ଚ ଏବଂ ଅମାନବୀୟ। ପାକିସ୍ତାନ ସାମରିକ ଅଭିଯାନକୁ ‘ନରସଂହାର’ ନାଁ ଦେଇଛି। ରମାଜାନ ମାସରେ ଆକ୍ରମଣ ହେବାଠାରୁ ଆଉ କ’ଣ ବା ନିନ୍ଦନୀୟ ଘଟଣା ହୋଇପାରେ। ଏଭଳି କୌଣସି ଧର୍ମ, ଆଇନ କିମ୍ବା ନୈତିକତା ନାହିଁ ହସ୍ପିଟାଲରେ ରୋଗୀଙ୍କ ଉପରେ ଆକ୍ରମଣକୁ ଠିକ୍ ବୋଲି କହିବ।’

ଭାରତ କହିଛି, ଶୋକସନ୍ତପ୍ତ ପରିବାର ପ୍ରତି ଆମେ ଗଭୀର ସମବେଦନା ପ୍ରକାଶ କରୁଛୁ, ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ ଏବଂ ଏହି ଦୁଃଖଦ ସମୟରେ ଆଫଗାନିସ୍ତାନର ଲୋକଙ୍କ ସହିତ ଆମେ ଠିଆ ହୋଇଛୁ। ଆମେ ଆଫଗାନିସ୍ତାନର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ଆମର ଦୃଢ଼ ସମର୍ଥନକୁ ଦୋହରାଉଛୁ।

ନୂଆଦିଲ୍ଲୀ ଅନ୍ତର୍ଜାତୀୟ ସମୁଦାୟକୁ ପାକିସ୍ତାନର ଏଭଳି ନିନ୍ଦନୀୟ କାର୍ଯ୍ୟ ତୁରନ୍ତ ରୋକିବାକୁ ଅପିଲ କରିଛି। ଇଣ୍ଟରନ୍ୟାସନାଲ କମ୍ୟୁନିଟିକୁ ଏଭଳି ଅପରାଧିକ କାର୍ଯ୍ୟ ପାଇଁ ଦୋଷୀଙ୍କୁ ଦଣ୍ଡ ଦିଆଯିବା ସରକାର। ଏହା ସହ ସୁନିଶ୍ଚିତ କରାଯିବା ଉଚିତ ଯେ ଆଫଗାନିସ୍ତାନରେ ସାଧାରଣ ନାଗରିକଙ୍କୁ ପାକିସ୍ତାନର ଏଭଳି ଟାର୍ଗେଟ କରିବା ବନ୍ଦ କରୁ। ଏହା ପୂର୍ବରୁ ଆଫଗାନିସ୍ତାନର ତାଲିବାନ ସରକାରଙ୍କ ଉପ-ମୁଖପାତ୍ର ହମଦୁଲ୍ଲାହ ଫିତରତଙ୍କ କହିବା ଅନୁସାରେ,କାବୁଲର ଉମର ଭ୍ୟାସନ୍ ଉପଚାର ହସ୍ପିଟାଲରେ ସୋମାବାର ରାତି ପ୍ରାୟ ୯ଟା ବେଳେ ଆକ୍ରମଣ ହୋଇଥିଲା। ଏଥିରେ ୪୦୦ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ପାକିସ୍ତାନ ଏହି ଅଭିଯୋଗକୁ ଖଣ୍ଡନ କରିସାରିଛି। ପାକିସ୍ତାନ କହିଛି ଆତଙ୍କବାଦୀଙ୍କ ଉପରେ ଏହା ଏକ ସାମରିକ ଅଭିଯାନ ଥିଲା। ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଇ ନାହିଁ।