ନୂଆଦିଲ୍ଲୀ,୦୪/୦୭; ଭାରତୀୟ କ୍ରିକେଟ୍ ଇତିହାସରେ ଆଜି ଏକ ସ୍ୱତନ୍ତ୍ର ଏବଂ ଐତିହାସିକ ଦିନ । ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ୧୯ ବର୍ଷରୁ କମ୍ ଦଳ ହାମ୍ବନଟୋଟା ଗ୍ରାଉଣ୍ଡରେ ପ୍ରଥମ ଅନଅଫିସିଆଲ ଦିନିକିଆ ମ୍ୟାଚ୍ ଖେଳିଛି । ଏହି ମ୍ୟାଚରେ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍ରେ, ପ୍ଲେଇଂ-୧୧ରେ ସାମିଲ ସମସ୍ତ ୧୧ ଜଣ ଖେଳାଳି ଏକାଠି ଭାରତ ପାଇଁ ସେମାନଙ୍କର ୧୯ ବର୍ଷରୁ କମ୍ ଦିନିକିଆ ଡେବ୍ୟୁ କରିଛନ୍ତି । ଭାରତର ଏକ ସମ୍ପୂର୍ଣ୍ଣ ନୂତନ ଏବଂ ଯୁବ ସେନା ମୈଦାନକୁ ଓହ୍ଲାଇଛି । ଏହି ନୂତନ ଦଳରେ ସବୁଠାରୁ ବଡ଼ ଏବଂ ପ୍ରସିଦ୍ଧ ନାମ ହେଉଛି ଭାରତର କିମ୍ବଦନ୍ତୀ ବ୍ୟାଟର ଏବଂ ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ସାନ ପୁଅ ଅନଭୟ ଦ୍ରାବିଡ । ଯିଏ ନୀଳ ଜର୍ସିରେ ଏକ ନୂତନ ଆରମ୍ଭ କରିଛନ୍ତି ।
ସମସ୍ତ ୧୧ ଜଣ ଖେଳାଳିଙ୍କ ଡେବ୍ୟୁ- କ୍ରିକେଟରେ ଏକ ସମ୍ପୂର୍ଣ୍ଣ ଦଳ ଗୋଟିଏ ମ୍ୟାଚ୍ରେ ଡେବ୍ୟୁ କରିବା ବିରଳ । ଭାରତୀୟ ୧୯ ବର୍ଷରୁ କମ୍ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ରହିଛି । ଆଜି ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଛି । ଏହି ସିରିଜ୍ର ସମାପ୍ତି ପରେ, ଉଭୟ ଦେଶର ଯୁବ ଖେଳାଳିଙ୍କ ମଧ୍ୟରେ ଦୁଇଟି ଯୁବ ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳାଯିବ। ପ୍ରଶଂସକମାନେ ଆଶା କରୁଛନ୍ତି ଯେ, ରାହୁଲ ଦ୍ରାବିଡଙ୍କ ପରି, ତାଙ୍କ ପୁଅ ଏବଂ ଦେଶର ଏହି ଅନ୍ୟ ଯୁବ ତାରକାମାନେ ଶ୍ରୀଲଙ୍କା ମାଟିରେ ଦୃଢ଼ ପ୍ରଦର୍ଶନ ସହିତ ଭାରତକୁ ଗୌରବ ଆଣିବେ । ମ୍ୟାଚ୍ ବାବଦରେ କହିବାକୁ ପ୍ରଥମ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୩୨୦ ରନ୍ କରିଛନ୍ତି । ସେନୁଜା ୱେକୁନାଗୋଡା ୧୧୧ ବଲରେ ୯୧ ରନର ଇନିଂସ ଖେଳିଛନ୍ତି । ସେହିପରି ଦିମନ୍ଥ ମହାବିଥାନା ୪୨ ରନ୍, କଭିଜା ଗାମାଗେ ୭୭ରନ୍ ଏବଂ ଚାମିକା ହୀନୀଟିଗାଲା ୪୬ ରନ୍ କରିଛନ୍ତି । ଭାରତ ପକ୍ଷରୁ କାବ୍ୟ ପଟେଲ ୨ଟି, ରୋହିତ ଏବଂ ମୋହିତ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି । ଭାରତ ଆଗରେ ୩୨୧ ରନର ବିଜୟ ଲକ୍ଷ୍ୟ ରହିଛି ।
ବାପାଙ୍କ ବାଟରେ ପୁଅ- ପଦାର୍ପଣ କରିଥିବା ଅନଭୟ ଦ୍ରାବିଡ ତାଙ୍କ ପିତାଙ୍କ ପଥ ଅନୁସରଣ କରନ୍ତି । ଅଧିନାୟକ ଯଶୱର୍ଦ୍ଧନ ଚୌହାନଙ୍କ ନେତୃତ୍ୱରେ, ଦଳରେ ଅନଭୟ ଦ୍ରାବିଡଙ୍କୁ ଜଣେ ୱିକେଟକିପର-ବ୍ୟାଟର ଭାବରେ ସାମିଲ କରାଯାଇଛି । ଅନଭୟ ଘରୋଇ ଏବଂ ଜୁନିଅର କ୍ରିକେଟରେ ନିରନ୍ତର ଭଲ ପ୍ରଦର୍ଶନ କରିଛନ୍ତି, ଯାହା ତାଙ୍କୁ ଭାରତୀୟ ୧୯ ବର୍ଷରୁ କମ୍ ଦଳରେ ଚୟନ କରାଇଛି । ରାହୁଲ ଦ୍ରାବିଡଙ୍କ ବଡ଼ ପୁଅ ସମିତ ଦ୍ରାବିଡ କ୍ରିକେଟ ସର୍କିଟରେ ନିଜର ଏକ ନାମ ତିଆରି କରିସାରିଛନ୍ତି, ଏବଂ ଏବେ ସାନ ପୁଅ ଅନଭୟ ମଧ୍ୟ ଦେଶକୁ ପ୍ରତିନିଧିତ୍ୱ କରିଛନ୍ତି ।
ଏହା ବି ପଢନ୍ତୁ...Sanju-Vaibhav : ଡେବ୍ୟୁ ପାଇଁ ଅପେକ୍ଷା କରିଥିବା ବୈଭବଙ୍କୁ ଉତ୍ସାହିତ କଲେ ସଞ୍ଜୁ, ହୃଦୟକୁ ଛୁଇଁଲା ଭିଡ଼ିଓ
ଭାରତର ଚୂଡାନ୍ତ ଏକାଦଶ- ଯଶବର୍ଦ୍ଧନ ଚୌହାନ (ଅଧିନାୟକ), ଅନଭୟ ଦ୍ରାବିଡ (ୱିକେଟ୍କିପର) ଲକ୍ଷ ରାଜେଶ ରାଇଚାନ୍ଦାନୀ, ସାଗର ଭିରକ, ଅର୍ଜୁନ ରାଜପୁତ, କୁଶାଗ୍ରା ଓଜା, ଯଶବୀର ଗୌଡ, ଶବିନ ବିନୋଦ, ମୋହିତ ଉଲଭା, କାବ୍ୟ ପଟେଲ, ରୋହିତ ଯାଦବ ।