ନୂଆଦିଲ୍ଲୀ,୦୪/୦୭; ଭାରତୀୟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି । ଆୟୋଜକ ଦଳ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳୁଛି । ଦୁଇ ଦଳ ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ପୂର୍ବରୂ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯାହା କ୍ରିକେଟ୍ ଫ୍ୟାନ୍ସଙ୍କ ହୃଦୟ ଜିତିଛି । ଭିଡିଓରେ ଯୁବ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ଏବଂ ୱିକେଟକିପରି ବ୍ୟାଟର ସଞ୍ଜୁ ସାମସନଙ୍କ ମଧ୍ୟରେ ଥିବା ଚମତ୍କାର ସମ୍ପର୍କକୁ ପ୍ରଦର୍ଶିତ କରୁଛି । ଟିମ୍ ଇଣ୍ଡିଆର ପ୍ରାକ୍ଟିସ୍ ସେସନରେ ସଞ୍ଜୁ ସାମସନ ବୈଭବଙ୍କ କାନ୍ଧରେ ହାତ ରଖି ତାଙ୍କ ସହିତ ଦୀର୍ଘ ସୟ କଥାବାର୍ତ୍ତା କରିଥିଲେ । ତାଙ୍କୁ ଜଣେ ବଡ଼ ଭାଇ ପରି ଉତ୍ସାହିତ କରୁଥିବାର ଦେଖିବାକୁ ମିଳିଛି ।
ଭିଡିଓ ଏପରି ସମୟରେ ଆସିଛି ଯେତେବେଳେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ ଦାବି ବଢିବାରେ ଲାଗିଛି । ଆୟର୍ଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ଏବଂ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳି ନଥିଲେ ମଧ୍ୟ ଏହି ଖେଳିଳି ନେଟ୍ସରେ କଠିନ ପରିଶ୍ରମ କରୁଛନ୍ତି । ସଞ୍ଜୁ ସାମସନ ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ବନ୍ଧୁତା ନୂଆ ନୁହେଁ । ସେମାନେ ଆଇପିଏଲ ୨୦୨୫ରେ ରାଜସ୍ଥାନ ରୟାଲ୍ସ ପାଇଁ ଏକାଠି ଖେଳିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ସଞ୍ଜୁ ଆହତ ହେବା ପରେ ବୈଭବଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ଦିଆଯାଇଥିଲା । ସେହି ମୂହୁର୍ତ୍ତକୁ ସ୍ମରଣୀୟ କରିଦେଇଥିଲେ । ମାତ୍ର ୧୫ ବର୍ଷରେ ବୈଭବ ୨୦୨୬ ଆଇପିଏଲରେ ୭୭୬ ରନ କରି ଅନେକ ରେକର୍ଡ ଭାଙ୍ଗିଥିଲେ । ସେହି ସମୟରେ ବି ସଞ୍ଜୁ ତାଙ୍କୁ ନିରନ୍ତର ଉତ୍ସାହିତ କରିଥିଲେ ।
ଏହା ବି ପଢନ୍ତୁ...Vaibhav sooryavanshi: ବୈଭବ ସୂର୍ଯ୍ୟବଂଶୀଙ୍କ 'New Chapter' ପୋଷ୍ଟକୁ ନେଇ ହଲଚଲ, ଡେବ୍ୟୁ ନା ସରପ୍ରାଇଜ୍ ?
ଏହା ବି ପଢନ୍ତୁ...IND vs ENG 2t20: ସଞ୍ଜୁଙ୍କ ପାଇଁ ଶେଷ ସୁଯୋଗ...ଫ୍ଲପ୍ ହେଲେ ବୈଭବଙ୍କର ହେବ ଡେବ୍ୟୁ, ଦ୍ୱିତୀୟ ଟି-ଟ୍ୱେଣ୍ଟି ଏମିତି ରହିଛି ପ୍ଲେଇଂ ୧୧
ସଞ୍ଜୁ ସାମସନ ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରୁଛନ୍ତି । କିନ୍ତୁ ତାଙ୍କ ପ୍ରଦର୍ଶନ ଆଶାନୁରୂପ ହୋଇନାହିଁ । ଭାରତକୁ ବିଶ୍ୱକପ ବିଜୟରେ ଭୂମିକା ରଖିଥିବା ସଞ୍ଜୁଙ୍କ ବ୍ୟାଟ୍ ଶାନ୍ତ ଅଛି । ସେ ତାଙ୍କର ଶେଷ ୩ଟି ଟି-ଟ୍ୱେଣ୍ଟି ମ୍ୟାଚରେ ୬ ରନ୍ କରିଛନ୍ତି । ଏହି କାରଣକୁ ପ୍ରଶଂସକ ଏବଂ କ୍ରିକେଟ୍ ବିଶେଷଜ୍ଞ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରିବା ଲାଗି ଲଗାତାର ଦାବି କରୁଛନ୍ତି । ଟିମ୍ ଇଣ୍ଡିଆର ବୋଲିଂ ମୁଖ୍ୟ ମୋର୍ନେ ମୋର୍କେଲ ସ୍ପଷ୍ଟ କରିଛନ୍ତି ଯେ କେବଳ ବାହ୍ୟ ଚାପ ଯୋଗୁଁ ଦଳରେ ପରିବର୍ତ୍ତନ କରାଯିବ ନାହିଁ। ମୋର୍କେଲ କହିଛନ୍ତି, "ଏହା କହିବା ଏତେ ସହଜ ନୁହେଁ ଯେ, ତାଙ୍କୁ ଏବେ ଖେଳାଅ । ଆମକୁ ଭାରତର ବିଶ୍ୱକପ୍ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଖେଳାଳିମାନଙ୍କୁ ମଧ୍ୟ ସମର୍ଥନ କରିବାକୁ ପଡିବ ।