ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚାମ୍ପିଅନ୍ସ ଟ୍ରଫି ୨୦୨୫: ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ସେମିଫାଇନାଲ; ସ୍ମିଥ୍‌-କ୍ୟାରିଙ୍କ ଅର୍ଦ୍ଧଶତକ, ୩ ଓ୍ବିକେଟ ହାସଲ କଲେ ସାମୀ

Published By : Soubhagya Ranjan | March 4, 2025 6:09 PM

Image source: ABP Live

ଦୁବାଇ,୦୪/୦୩: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ତେବେ ଦଳ ୪୯.୩ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୬୪ ରନ୍‌ କରିଛି। ଦଳ ପକ୍ଷାରୁ ଷ୍ଟିଭ୍ ସ୍ମିଥ୍ ଏବଂ ଆଲେକ୍ସ କେରି ଚମତ୍କାର ପ୍ରଦର୍ଶନ କରିଥିଲେ। ଦୁହେଁ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ବୋଲିଂରେ, ମହମ୍ମଦ ଶାମି ୩ଟି ୱିକେଟ ନେଇଥିଲେ। 

ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇନିଂସ ଆରମ୍ଭ କରିଥିଲେ ଟ୍ରେଭିସ୍ ହେଡ୍ ଏବଂ କପୁର କନୋଲି। କୋନୋଲି ପ୍ରଥମରୁ ମହମ୍ମଦ ଶାମିଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହେଲେ। ସେ କୌଣସି ରନ୍‌ ନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଟ୍ରାଭିସ୍ ହେଡ୍ ଏବଂ ଷ୍ଟିଭ୍ ସ୍ମିଥ୍ ଇନିଂସର ଭାର ଉଠାଇଥିଲେ। କ୍ରିଜରେ ସ୍ଥିର ହେବା ପରେ, ଟ୍ରାଭିସ୍ ହେଡ୍ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ, କିନ୍ତୁ ବରୁଣ ଚକ୍ରବର୍ତ୍ତୀ ତାଙ୍କ ଇନିଂସକୁ ଆଗକୁ ବଢ଼ିବାକୁ ଦେଇ ନଥିଲେ। ଟ୍ରାଭିସ୍ ହେଡ୍ ୩୩ ବଲ୍‌ରେ ୩୯ ରନ୍ କରି ପାଭିଲିୟନ ଫେରିଥିଲେ। 

ଷ୍ଟିଭ୍‌ ସ୍ମିଥ୍‌ ଏବଂ ଆଲେକ୍ସ କ୍ୟାରୀ ଖେଳିଥିଲେ ଅର୍ଦ୍ଧଶତକୀୟ ଇନିଂସ:

ପ୍ରଥମରୁ ୱିକେଟ୍ ହରାଇବା ପରେ, ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଦଳର ପାଳି ସମ୍ଭାଳିଥିଲେ ଏବଂ ସେ ୭୩ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଲେ। ୯୬ ବଲ୍ ର ଏହି ଇନିଂସରେ ଷ୍ଟିଭ୍ ସ୍ମିଥ୍ ଗୋଟିଏ ଛକା ଏବଂ ୪ ଚୌକା ମାରିଥିଲେ। ୩୭ତମ ଓଭରରେ ସ୍ମିଥଙ୍କୁ ମହମ୍ମଦ ଶାମି ବୋଲ୍ଡ ଆଉଟ୍ କରିଥିଲେ। ସେତିକିବେଳେ ଅଷ୍ଟ୍ରେଲିଆର ସ୍କୋର ଥିଲା ୫ ଓ୍ବିକେଟ ବିନିମୟରେ ୧୯୮ ରନ୍‌। ଏହା ପରେ ବିସ୍ଫୋରକ ବ୍ୟାଟ୍ସର ଗ୍ଲେନ୍ ମ୍ୟାକ୍ସୱେଲ୍ ୭ ରନ କରି ବୋଲ୍ଡ ହୋଇଥିଲେ। ଏହା ପରେ ଆଲେକ୍ସ କ୍ୟାରି ମଧ୍ୟ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। କ୍ୟାରି ଡେଥ୍ ଓଭରଗୁଡ଼ିକରେ ଭଲ ବ୍ୟାଟିଂ କରିଥିଲେ। ସେ ୫୭ ବଲ୍‌ରେ ୬୧ ରନ୍ କରିଥିଲେ। ଏହି ଇନିଂସରେ ସେ ୮ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ।

ଭାରତର ବୋଲିଂ: 

ଭାରତ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଶାମି ଇନିଂସରେ ଷ୍ଟିଭ୍ ସ୍ମିଥଙ୍କ ସମେତ ୩ଟି ୱିକେଟ ନେଇଥିଲେ। ସେ ସେ ତାଙ୍କର ୧୦ ଓଭର ସ୍ପେଲ୍‌ରେ ୪.୮୦ ଇକନୋମି ହାରରେ ୪୮ ରନ୍ ଦେଇଥିଲେ। ବରୁଣ ଚକ୍ରବର୍ତ୍ତୀ ଏବଂ ରବିନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ ନେଇଥିଲେ। ଏବେ ଭାରତୀୟ ଦଳ ୨୬୫ ରନ୍‌ର ବିଜୟଲକ୍ଷ୍ୟକୁ ଟାର୍ଗେଟ ରଖି ମଇଦାନକୁ ଓହ୍ଲାଇବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.