ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ; ଘାତକ ସାଜିଲେ ମିଚେଲ ଷ୍ଟାର୍କ, ୧୮୦ରେ ଅଲଆଉଟ ଇଣ୍ଡିଆ

Published By : Ankita S | December 6, 2024 2:19 PM

ନୂଆଦିଲ୍ଲୀ,୦୬/୧୨: ଆଡିଲେଟରେ ରିପିଟ୍ ହେଲା ପର୍ଥରେ ପ୍ରଥମ ଇନିଂସର ପ୍ରଦର୍ଶନ । ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ପିଙ୍କ୍ ବଲରେ ପ୍ରଥମ ଇନିଂସରେ ରୋହିତ ବାହିନୀର ଫ୍ଲପ ଶୋ ଦେଖିବାକୁ ମିଳିଛି । ବିଫଳ ହୋଇଛନ୍ତି ଷ୍ଟାର ବ୍ୟାଟର । ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ୧୮୦ ରନରେ ଅଲଆଉଟ ହୋଇଛି । ପୁଣି ଘାତକ ସାଜିଲେ ମିଚେଲ ଷ୍ଟାର୍କ । ୬ଟି ୱିକେଟ ନିଜ ନାମରେ କରିଛନ୍ତି ମିଚେଲ । ଭାରତ ପକ୍ଷରୁ ନୀତିଶ ରେଡ୍ଡୀ ସର୍ବାଧିକ ୪୨ ରନ କରିଛନ୍ତି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଯଶସ୍ବୀ ଜୈସ୍ବାଲ ଓ ଶୁଭମନ ଗିଲ ଓପନିଂ କରିଥିଲେ । ମ୍ୟାଚରେ ଦ୍ବିତୀୟ ବଲରେ ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ ଜୈସ୍ବାଲ । ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ ଯଶସ୍ବୀ । ଏହା ପରେ ଶୁଭମନ ଓ କେଏଲ ରାହୁଲ ପାଳି ସମ୍ଭାଳିଥିଲେ । ୧୫ ଓଭର ଖେଳ ସୁଦ୍ଧା ଉଭୟଙ୍କ ମଧ୍ୟରେ ୫୦ ରନର ଭାଗିଦାରୀ ହୋଇଥିଲା । ୬୪ ବଲରେ ୩୭ ରନ କରି ମିଚେଲ ଷ୍ଟାର୍କଙ୍କ ବଲରେ ଆଉଟ ହୋଇଥିଲେ କେଏଲ ରାହୁଲ । ଏହାପରେ ପରେ ବିରାଟ କୋହଲି ୭ ରନ କରି ଆଉଟ ହୋଇଥିଲେ । ଋଷବ ପନ୍ତ ଓ ଶୁଭମନ ସ୍ଥିତି ସମ୍ଭାଳି ଖେଳିଥିଲେ । ମାତ୍ର ୨୧ତମ ଓଭରରେ ଶୁଭମନ ୩୧ ରନ କରି ସ୍କଟ ବୋଲାଣ୍ଡଙ୍କ ଶିକାର ହୋଇଥିଲେ । ପ୍ରଥମ ଇନିଂସ ଡିନର ବ୍ରେକ ସୁଦ୍ଧା ଭାରତ ୮୨ ରନ କରି ୪ଟି ୱିକେଟ ହରାଇ ସାରିଥିଲା ।

ବ୍ରେକ ପରେ ପରେ ଅଧିନାୟକ ରୋହିତ ଶର୍ମା ୨୩ ବଲରେ ମାତ୍ର ୩ ରନ କରି ଆଉଟ ହୋଇଥିଲେ । ସ୍କଟ ବୋଲାଣ୍ଡଙ୍କ ବଲରେ ସଅଳ ପାଭିଲିୟନ ଫେରିଥିଲେ ରୋହିତ । ଦଳୀୟ ସ୍କୋର ୧୦୦ରେ ଭାରତ ୫ଟି ୱିକେଟ ହରାଇସାରିଥିଲା । ୩୨ତମ ଓଭରରେ ଋଷବ ପନ୍ତ ୨୧ ରନ କରି ପାଟ୍ କାମିନ୍ସଙ୍କ ଶିକାର ହୋଇଥିଲେ । ଏହା ପରେ ଆର ଅଶ୍ବିନୀ ଓ ନୀତିଶ କୁମାର ବ୍ୟାଟିଂ ଜାରି ରଖିଥିଲେ । ୩୭ତମ ଓଭରରେ ରବିଚନ୍ଦ୍ରନ ଅଶ୍ବିନୀ ୨୨ରନ କରି ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ । ଏହା ପରେ ହର୍ଷିତ ରାଣାଙ୍କୁ ଆଉଟ କରିଥିଲେ ଷ୍ଟାର୍କ । ଦଳୀୟ ସ୍କୋର ୧୪୧ରେ ଭାରତର ୮ଟି ୱିକେଟ ପତନ ହୋଇସାରିଥିଲା । ୪୩ତମ ଓଭରରେ ଯଶପ୍ରୀତ ବୁମରା କାମିନ୍ସଙ୍କ ଶିକାର ହୋଇଥିଲା । ଏହାପରେ ନୀତିଶ କୁମାରଙ୍କୁ ଆଉଟ କରିଥିଲେ ମିଚେଲ । ନୀତିଶ ୪୨ ରନ କରିଥିଲେ । ୧୮୦ ରନରେ ଅଲଆଉଟ ହୋଇଯାଇଛି ଟମ୍ ଇଣ୍ଡିଆ । ଭାରତୀୟଙ୍କ ପାଇଁ ଘାତକ ସାଜିଥିଲେ ମିଚେଲ ଷ୍ଟାର୍କ । ସେ ୬ଟି ୱିକେଟ ଅକ୍ତିଆର କରିଛନ୍ତି । ସ୍କଟ ବୋଲାଣ୍ଡ ୨ଟି ଓ ପାଟ୍ କାମିନ୍ସ  ୨ଟି ୱିକେଟ ନେଇଛନ୍ତି ।













Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.