PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବର୍ଡର ଗାଭାସ୍କର ଟ୍ରଫିରେ ଭାରତର ରହିଛି ଦବଦବା, ଜାଣନ୍ତୁ କେତେ ଥର ସିରିଜ ଜିତିଛି ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ ୦୬/ ୦୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଘରୋଇ ମାଟିରେ ଫେବୃଆରୀ ୯ରୁ ଆରମ୍ଭ ହେବାକୁ ଯାଉଛି ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ । ୪ ଟିକିଆ ଟେଷ୍ଟର ପ୍ରଥମ ମୁକାବିଲା ନାଗପୁରରେ ଖେଳାଯିବ । ଏହା ପୂର୍ବରୁ ଉଭୟ ଟିମ୍‌ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । କାରଣ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ପୂର୍ବରୁ ଏହା ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ । ତେବେ ସିରିଜ୍‌ ଆରମ୍ଭ ପୂର୍ବରୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପରେ ନଜର ପକାଇବା ।

୧୯୯୬ ମସିହାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ଖେଳାଯାଉଛି । ଉଭୟ ଟିମ୍‌ ମଧ୍ୟରେ ଏହି ଟ୍ରଫିରେ ମୋଟ ୫୨ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଭାରତ ସେଥିମଧ୍ୟରୁ ୨୨ଟି ରେ ବିଜୟୀ ହୋଇଛି । ଯେତେବେଳେ କି କଙ୍ଗାରୁ ଟିମ୍‌ ୧୯ଟିରେ ବିଜୟ ହାସଲ କରିଛି ଏବଂ ୧୧ଟି ଟେଷ୍ଟ ଡ୍ର’ ଭାବେ ଶେଷ ହୋଇଛି । ଯାହାକି ଶକ୍ତିଶାଳୀ ଅଷ୍ଟ୍ରେଲିଆର ଦୃଷ୍ଟିକୋଣରୁ ଢେର୍‌ ଅଧିକ । ତେଣୁ ଚଳିତ ଥର ମଧ୍ୟ ଭାରତ ଏହାକୁ ରିପିଟ୍‌ କରିବା ପାଇଁ ଜୋରଦାର ପ୍ରୟାସ କରିବ ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ ୧୦୨ଟି ଟେଷ୍ଟ ଖେଳାଯାଇଥିବା ବେଳେ କଙ୍ଗାରୁ ଟିମ୍‌ ୪୩ଟି ଜିତିଥିବା ବେଳେ ଭାରତ ୩୦ଟି ଜିତିଛି । କିନ୍ତୁ ଯେବେଠାରୁ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହୋଇଛି ସେବେ ଠାରୁ ଭାରତ ଦବଦବା ଜାହିର କରିଛି । ଅର୍ଥାତ ଏହି ଟ୍ରଫିରେ ଭାରତର ବିଜୟ ହାର ଅଧିକ ।

ପଢନ୍ତୁ: ତୁର୍କୀରେ ପୁଣି ଭୂକମ୍ପ ଝଟ୍‌କା: ୨୪ ଘଣ୍ଟାରେ ୩ ଥର ଥରିଲାଣି ଦେଶ, ମୃତ୍ୟୁସଂଖ୍ୟା ୨୩୦୦ ପାର୍

ବର୍ଡର ଗାଭାସ୍କର ଟ୍ରଫିରେ ବର୍ତ୍ତମାନ ସୁଦ୍ଧା ୧୫ଟି ସିଜିନ ଖେଳା ଯାଇସାରିଥିବା ବେଳେ ଭାରତ ୯ଟି ଓ ଅଷ୍ଟ୍ରେଲିଆ ୫ଟି ଜିତିବାକୁ ସକ୍ଷମ ହୋଇଛି । ଯେତେବେଳେ କି ଗୋଟିଏ ସିଜିନ୍‌ (୨୦୦୩-୦୪) ଡ୍ର’ ଭାବେ ଶେଷ ହୋଇଛି । ଶେଷ ୩ଟି ସିଜିନ୍‌ ୨୦୧୬-୧୭, ୨୦୧୮-୧୯ ଓ ୨୦୨୦-୨୧ ଭାରତ ଟ୍ରଫି ନିଜ ନାଁ ରେ କରିବାରେ ସଫଳ ହୋଇଛି । ପରେ କରୋନା କାରଣରୁ ଦୁଇଟି ସିଜିନ ଖେଳା ଯାଇପାରିନଥିଲା । ଚଳିତ ବର୍ଷ ଅର୍ଥାତ୍‌ ୨୦୨୩-୨୪ ସିିଜିନ୍‌ ଖେଳାଯିବ ।

୧୭ ଜଣିଆ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପ ଅଧିନାୟକ), ଶୁବମାନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେଏସ ଭରତ(ୱିକେଟ୍‌ କିପର), ଇଶାନ କିଷନ(ୱିକେଟ୍‌ କିପର), ଆର୍. ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ, ସୂର୍ଯ୍ୟକୁମାର ଯାଦବ ।

ସମ୍ବନ୍ଧିତ ଖବର