ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଆଡିଲେଡ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟକା, ହେଜେଲଉଡ ଆଉଟ୍

Published By : Ankita S | November 30, 2024 3:03 PM

ନୂଆଦିଲ୍ଲୀ,୩୦/୧୧: ବର୍ଡର-ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟ ଡିସେମ୍ବର ୬ରୁ ଆଡିଲେଡରେ ଖେଳାଯିବ । ଏହା ପୂର୍ବରୁ ଘରୋଇ ଦଳକୁ ଜୋରଦାର ଝଟକା ଲାଗିଛି । ଆଡିଲେଡ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆର ଖତରନାକ ବୋଲର ଜୋସ୍ ହେଜେଲଉଡ ବାଦ ପଡିଛନ୍ତି । ଆହସ ସମସ୍ୟା ନେଇ ବାଦ ପଡିଥିବା ଜଣାପଡିଛି । ତାଙ୍କ ସ୍ଥାନରେ ଜଣେ ନବାଗତ ଖେଳାଳିଙ୍କୁ ସାମିଲ କରାଯାଇଥିବା ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

ନଭେମ୍ବର ୨୨ରୁ ସମ୍ମାନଜନକ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯାଇଥିଲା । ଏଥିରେ ଭାରତ ବୃହତ ବିଜୟ ହାସଲ କରିଥିଲା । ୨୯୫ରନରେ ବିରାଟ ବିଜୟ ହାସଲ କରିଥିବା ଭାରତୀୟ କ୍ରିକେଟ ଦଳ । ଆସନ୍ତା ଡିସେମ୍ବର ୬ରୁ ଆଡିଲେ଼ଡରେ ଦ୍ବିତୀୟ ଟେଷ୍ଟ ଖେଳାଯିବ । ଏହା ପୂର୍ବରୁ ଘରୋଇ ଦଳକୁ ଝଟକା ଲାଗିଛି । ଖତରନାକ ବୋଲର ଜୋସ୍ ହେଜେଲଉଡ ଦ୍ବିତୀୟ ଟେଷ୍ଟରୁ ବାଦ ପଡିଛନ୍ତି । ଆହତ ସମସ୍ୟା ପାଇଁ ସେ ଦ୍ବିତୀୟ ଟେଷ୍ଟ ଖେଳିବେ ନାହିଁ । ପ୍ରଥମ ଟେଷ୍ଟରେ ଜୋସ୍ ହେଜେଲଉଡଙ୍କୁ ଛାଡି ଅନ୍ୟ କେହି ବୋଲର ନିଜର ଦକ୍ଷତା ଅନୁସାରେ ପ୍ରଦର୍ଶନ କରିନଥିଲେ । ହେଜେଲଉଡ ହିଁ ଏକମାତ୍ର ବୋଲର ଯିଏ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଉଥିଲେ ।

ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ପାଇଁ ଦମଦାର ପ୍ରଦର୍ଶନ କରିଥିଲେ ହେଜେଲଉଡ । ପ୍ରଥମ ପାଳିରେ ୨୯ରନ ଦେଇ ୪ଟି ୱିକେଟ ନେଇଥିଲେ  । ଫଳରେ ଭାରତ ୧୫୦ ରନ କରି ଅଲଆଉଟ ହୋଇଥିଲା । ଦ୍ବିତୀୟ ଇନିଂସରେ ମାତ୍ର ଗୋଟିଏ ସଫଳତା ପାଇଥିଲେ ସେ । ପୂର୍ବ ଥର ଭାରତ ଏଡିଲେଡରେ ଏକ ମ୍ୟାଚ ଖେଳିଥିଲା । ଯେଉଁଥରେ ହେଜଲଉଡ ୮ରନ ଦେଇ ୫ଟି ୱିକେଟ ଅକ୍ତିଆର କରିଥିଲେ । ଆଡିଲେଡ ଟେଷ୍ଟ ପୂର୍ବରୁ ଜୋସ ହେଜେଲଉଡ ବାଦ ପଡିବା ଅଷ୍ଟ୍ରେଲିଆ ପାଇଁ ମହଙ୍ଗା ପଡିପାରେ ।  ହେଜେଲଉଡଙ୍କ  ସ୍ଥାନରେ ସନ୍ ଆବୋଟ୍ ଓ ବ୍ରାଣ୍ଡନ ଡୋଗେଟଙ୍କୁ ସାମିଲ କରାଯାଇଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.