ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । ସଞ୍ଜୁ ସାମସନ ପ୍ଲେଇଂ ଇଲେଭେନରୁ ବାଦ୍ ଦେବାକୁ ନେଇ ଚର୍ଚ୍ଚା ହେଉଥିଲେ ସୁଦ୍ଧା ଆଜି ପୁଣି ସେ ବସିଛନ୍ତି । ଦଳରେ ପୁଣି ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାକୁ ସୁଯୋଗ ମିଳିଛି । ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବାବେଳେ ବଡ଼ ସ୍କୋର କରିବ ବୋଲି ଆଶା ରଖିଛନ୍ତି ଭାରତୀୟ ଫ୍ୟାନ୍ସ । ଇଂଲଣ୍ଡ ୨-୦ରେ ଆଗୁଆ ରହିଥିବାବେଳେ ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ଜିତି ସିରିଜକୁ ଫେରିବାକୁ ପ୍ରୟାସ କରିବ ।
ଇଂଲଣ୍ଡ ମାଟିରେ ନୂଆ କରି ଖେଳିବାର ଅଭିଜ୍ଞତା ନେଉଥିବା ଖେଳାଳିମାନଙ୍କୁ ପ୍ରଥମେ ତ୍ରୁଟି ସୁଧାରିବାକୁ ପଡ଼ିବ । ବିଶେଷ କରି ବ୍ୟାଟରମାନେ ଧୈର୍ଯ୍ୟର ସହ କ୍ରିଜରେ ଜମିବା ଜରୁରି । ଥରେ କ୍ରିଜରେ ଜମି ରହିଲେ ବିଶାଳ ସ୍କୋର ସଂଗୃହୀତ ହୋଇ ପାରିବ । ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମା ପ୍ରତି ବଲ୍କୁ ବାଉଣ୍ଡାରୀ ବାହାରକୁ ପଠାଇବାର ଯୋଜନା ପରିବର୍ତ୍ତନ କରିବା ନିହାତି ଆବଶ୍ୟକ ।
ବୋଲିଂ ବିଭାଗରେ ସେଭଳି ଶୃଙ୍ଖଳା ଦେଖିବାକୁ ମିଳୁନାହିଁ । ଇଂଲଣ୍ଡର ପିଚ ସହ ଏପର୍ଯ୍ୟନ୍ତ ବୋଲରମାନେ ଖାପ ଖୁଆଇ ପାରିନାହାନ୍ତି । ଇଂଲଣ୍ଡ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଛି । କେବଳ ଜୋସ ବଟଲରଙ୍କ ଫର୍ମକୁ ନେଇ ସାମାନ୍ୟ ଚିନ୍ତା ରହିଛି । ବାକି ସବୁ ଖେଳାଳି ଚମତ୍କାର ଫର୍ମରେ ରହିଛନ୍ତି । ଆଉ ଗୋଟିଏ ମ୍ୟାଚ ଜିତି ଭାରତ ବିପକ୍ଷରେ ପ୍ରଥମ ଟି-ଟ୍ୱେଣ୍ଟି ସିରିଜ ବିଜୟ ହାସଲ କରିବାକୁ ଇଂଲଣ୍ଡ ପ୍ରୟାସ କରିବ ।
ଏହାସହ ପଢ଼ନ୍ତୁ : ଜାଣନ୍ତୁ କେଉଁ ଭାରତୀୟ ଅଧିନାୟକ ହାରିଛନ୍ତି ଅଧିକ ଟି-୨୦ ମ୍ୟାଚ୍ ?