ନୂଆଦିଲ୍ଲୀ: ଲଗାତାର ଦୁଇଟି ଟି-୨୦ ବିଶ୍ବକପ ଜିତି ଭାରତ ରେକର୍ଡ କରିଛି । ହେଲେ ଏବେ ଦଳ ଉପରେ ଯେମିତି କାହାର ନଜର ଲାଗିଯାଇଛି । ଲଗାତାର ପରାଜୟ ସହ ବଡ଼ ବ୍ୟବଧାନରେ ହାରି ଟିମ୍ ଇଣ୍ଡିଆ ଲଜ୍ଜାଜନକ ରେକର୍ଡ କରୁଛି । ଆୟାର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହାରିବା ପରେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଅକଳରେ ପଡ଼ିଛି । ଦୁଇଟି ମ୍ୟାଚ ହାରିବା ପରେ ଏବେ କର ବା ମର ସ୍ଥିତିରେ ଟିମ୍ ଇଣ୍ଡିଆ । ଖେଳାଳି ବଦଳିଥିବାବେଳେ ଅଧିନାୟକ ମଧ୍ୟ ଦଳରେ ବଦଳିଛନ୍ତି । ଆଉ ଦଳର ଭାଗ୍ୟ ଖରାପ ସ୍ଥିତି ଆଡ଼କୁ ଗତି କରିବାରେ ଲାଗିଛି । ଯାହାକୁ ନେଇ ନୂଆ ଅଧିନାୟକ ଶ୍ରେୟସ ଆୟାର ସମାଲୋଚନାର ଶିକାର ହୋଇଛନ୍ତି ।
କାହା ଅଧିନାୟକତ୍ବରେ ଅଧିକ ପରାଜୟ ?
ଟି-୨୦ କ୍ରିକେଟରେ ସର୍ବାଧିକ ମ୍ୟାଚ୍ ହାରିଥିବା ଅଧିନାୟକଙ୍କ ମଧ୍ୟରେ ଆଗରେ ରହିଛନ୍ତି ଧୋନୀ । ଟିମ୍ ଇଣ୍ଡିଆର ପୂର୍ବତନ ସଫଳ ଅଧିନାୟକତ୍ବଙ୍କ ନାଁରେ କିନ୍ତୁ ରହିଛି ଟି-୨୦ କ୍ରିକେଟରେ ଅଧିନାୟକ ଭାବେ ସର୍ବାଧିକ ମ୍ୟାଚ ହାରିଥିବାର ରେକର୍ଡ । ଆଇପିଏଲ ଏବଂ ଅନ୍ତର୍ଜାତୀୟ ମ୍ୟାଚ ମିଶି ଧୋନୀଙ୍କ ଅଧିନାୟକତ୍ବରେ ୩୩୧ ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ୧୩୪ ପରାଜୟ ରହିଛି । ପ୍ରଥମ ଭାରତୀୟ ଅଧିନାୟକ ଭାବେ ସେ ଶହେରୁ ଅଧିକ ମ୍ୟାଚ ହାରିଛନ୍ତି ।
ଦ୍ବିତୀୟ ସ୍ଥାନରେ ରହିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ପ୍ଲେୟାର ବିରାଟ କୋହଲି । ବିରାଟଙ୍କ ଅଧିନାୟକତ୍ବରେ ୧୯୩ ମ୍ୟାଚ ଖେଳାଯାଇଛି । ଯେଉଁଥିରୁ ୮୭ଟି ପରାଜୟ ରହିଛି । ରୋହିତଙ୍କଠାରୁ କମ୍ ମ୍ୟାଚରେ ଅଧିନାୟକତ୍ବ କରିଛନ୍ତି । ତଥାପି ରୋହିତଙ୍କଠାରୁ ଅଧିକ ପରାଜୟ ବରଣ କରିଥିବା ଅଧିନାୟକ ହୋଇଛନ୍ତି ବିରାଟ ।
ରୋହିତ ଶର୍ମା ନିଜର ଟି-୨୦ କ୍ୟାରିୟରରେ ୨୨୫ ମ୍ୟାଚର ଅଧିନାୟକ ପଦ ସମ୍ଭାଳିଛନ୍ତି । ଯେଉଁଥିରୁ ୮୨ ପରାଜୟ ରହିଛି । ଏହାସହ ଟିମ୍ ଇଣ୍ଡିଆର ଏବେ ମୁଖ୍ୟ ପ୍ରଶିକ୍ଷକ ରହିଥିବା ଗୌତମ ଗମ୍ଭୀର ୧୭୦ ମ୍ୟାଚରୁ ୭୧ ପରାଜୟ ବରଣ କରିଛନ୍ତି । ତେବେ ଶ୍ରେୟସ ଆୟାର ୧୧୯ ମ୍ୟାଚରେ ଅଧିନାୟକତ୍ବ କରିଥିବାବେଳେ ୪୭ ପରାଜୟ ରହିଛି ।
ଏହାସହ ପଢ଼ନ୍ତୁ : Vaibhav Sooryavanshi: ବୈଭବଙ୍କ କେଉଁ ଭୁଲ୍ ପଡ଼ୁଛି ମହଙ୍ଗା ? ଜାଣନ୍ତୁ ଚର୍ଚ୍ଚା ପଛର ସତ...