ନୂଆଦିଲ୍ଲୀ,୨୩/୦୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ଆନ୍ତର୍ଜାତୀୟର ଦ୍ବିତୀୟ ମୁକାବିଲା ରାଇପୁରର ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ତେବେ ପ୍ରଥମ ମଇଦାନକୁ ଓହ୍ଲାଇଥିବା କିଓ୍ବି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୦୮ ରନ୍ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେନ ସାଣ୍ଟନର ସର୍ବାଧିକ ୪୭ ରନ୍ କରିଥିବା ବେଳେ, ରଚିନ ରବିନ୍ଦ୍ରନ ୪୪ ରନ୍, ଟିମ୍ ସେଫର୍ଟ ୨୪, ଡେଭନ୍ କନଓ୍ବେ ୧୯, ଗ୍ଳେନ୍ ଫିଲିପ୍ସ ୧୯, ଡାରିଲ ମିଚେଲ ୧୮, ଜାକାରି ଫୁଲକର୍ସ ୧୫ ଏବଂ ମାର୍କ ଚାମ୍ପମାନ ୧୦ ରନ୍ କରିଥିଲେ। ତେବେ ଭାରତ ପକ୍ଷରୁ ବୋଲିଂରେ କୁଲଦିବ ଯାଦବ ୨ଟି ଓ୍ବିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି ଏବଂ ଶିବମ ଦୁବେ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ। ବର୍ତ୍ତମାନ ଭାରତ ୨୦୯ ରନ୍ର ଟାର୍ଗେଟ ପୂରା କରିବାକୁ ମଇଦାନକୁ ଓହ୍ଲାଇବ ।