ଅହମ୍ମଦାବାଦ, ୮/୩ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି କଡ଼ା ଟକ୍କର । ଟି-୨୦ ବିଶ୍ବକପର ଫାଇନାଲ ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି କିଓ୍ବି ଦଳ । ତେବେ ଟସ୍ ପଡ଼ିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଟସ୍ ହାରିବା ପରେ ଭାରତୀୟ ଅଧିନାୟକ ହସୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଯାହାକୁ ନେଇ ୟୁଜର୍ସମାନେ ଲାଇକ୍ କରୁଥିବା ସମୟ ମଜାମଜା କମେଣ୍ଟ କରୁଥିବା ଦେଖିବାକୁ ମିଳୁଛି ।
Classic Ravi Shastri energy at the toss! 😍
— Star Sports (@StarSportsIndia) March 8, 2026
🚨 The coin toss goes Mitchell Santner's way & New Zealand will bowl first in the final! ✌️
ICC Men’s #T20WorldCup | FINAL | #INDvNZ | LIVE NOW 👉 https://t.co/Tz1DBSb4nT pic.twitter.com/g8UkcXpNKo
ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ତେବେ ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରାଯାଇଥିବାବେଳେ ଏହାକୁ ନେଇ ସୂର୍ଯ୍ୟଙ୍କୁ ପ୍ରଶ୍ନ କରାଯାଇଥିଲା । ଆଉ ସେ ଉତ୍ତରରେ ବେଶ ଆରାମରେ କହିଥିଲେ କି, ଦଳ ପ୍ରଥମେ ବ୍ୟାଟିଂ କରିବା ଆରାମଦାୟକ । ଚଳିତ ଟୁର୍ଣ୍ଣାମେଣ୍ଟରେ ଦଳ ପ୍ରଥମେ ବ୍ୟାଟିଂ କରି ଭଲ ପ୍ରଦର୍ଶନ ଜାରି ରଖିଛି । ଆମେ ପ୍ରଥମେ ବ୍ୟାଟିଂ କରିବାରେ ବହୁତ ଖୁସି । କାରଣ ସେମିଫାଇନାଲରେ ମଧ୍ୟ ପ୍ରଥମେ ବ୍ୟାଟିଂ କରି ମ୍ୟାଚ୍ ଜିତିଛୁ ।
ଫାଇନାଲ ମ୍ୟାଚରେ ଚାପ ସମ୍ପର୍କରେ ପଚରା ଯାଇଥିବାବେଳେ ସେ କହିଥିଲେ କି, ପୂର୍ବ କଥା ଛାଡ଼ନ୍ତୁ । ୨୦୨୩ ବିଶ୍ବକପ କଥା ଅତୀତ । ଏହାକୁ ଛାଡ଼ନ୍ତୁ ଏହା ହେଉଛି ଅତୀତ । ଅତୀତକୁ ଛାଡ଼ନ୍ତୁ ଏବେ ନୂଆ ବିଶ୍ବକପ କଥା ଭାବନ୍ତୁ । ସେପଟେ ସାଣ୍ଟନର ଟସ୍ ଜିତିବା ପରେ କହିଥିଲେ କି, ଅହମ୍ମଦାବାଦର ପିଚକୁ ଦେଖି ଆମେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛୁ ।
ଏହାସହ ପଢ଼ନ୍ତୁ : ଝାଡ଼ଖଣ୍ଡରୁ ଆସିଲା ଲଜ୍ଜା ଖବର, ନାବାଳିକାଙ୍କୁ ୩ ଦିନ ବନ୍ଦ ଘରେ....